Categories: ଜାତୀୟ

ନୂପୁର-ମହୁଆ ବିବାଦରେ ତସଲିମାଙ୍କ ଏଣ୍ଟ୍ରି…

ନୂଆଦିଲ୍ଲୀ, ୭।୭ : ବାଂଲାଦେଶୀ ଲେଖିକା ତସଲିମା ନାସରିନ ଏବେ କାଳୀ ବିବାଦ ଏବଂ ନୂପୁର ଶର୍ମାଙ୍କ ପ୍ରସଙ୍ଗରେ ଏଣ୍ଟ୍ରି କରିଛନ୍ତି। ସେ କହିଛନ୍ତି ଯେ ଯଦି ଜଣେ ବ୍ୟକ୍ତି ସ୍ବାଧୀନତା ଉପରେ ବିଶ୍ୱାସ କରନ୍ତି, ତେବେ ସେ ନୁପୁର ଶର୍ମା ଏବଂ ମହୁଆ ମୋଇତ୍ରଙ୍କ ମତକୁ ସମ୍ମାନ କରିବେ। ଏକାସାଙ୍ଗରେ, ଯଦି କେହି ଫ୍ରିଡମ ଅଫ ଏକ୍ସପ୍ରେସନ ଉପରେ ବିଶ୍ୱାସ କରନ୍ତି ନାହିଁ, ତେବେ ଉଭୟ ଦିଆଯାଇଥିବା ବିବୃତ୍ତି ଭୁଲ ହେବ।

କାଳୀ ପୋଷ୍ଟର ନେଇ ତୃଣମୂଳ କଂଗ୍ରେସ ଏମ୍‌ପି ମହୁଆ ମୋଇତ୍ର କହିଥିଲେ ଯେ କାଳୀ ମା ମାଂସକୁ ଭଲ ପାଆନ୍ତି ଏବଂ ସେ ମଦ୍ୟପାନ କରନ୍ତି। ଏଥି ସହିତ ନୁପୁର ଶର୍ମା ପ୍ରଫେଟ ମହମ୍ମଦଙ୍କ ଉପରେ ମନ୍ତବ୍ୟ ଦେଇଥିଲେ, ଯାହା ପରେ ସାରା ଦେଶରେ ଆଲୋଡ଼ନ ସୃଷ୍ଟି ହୋଇଥିଲା। ତସଲିମା ନାସରିନ କହିଛନ୍ତି ଯେ, ଅଭିବ୍ୟକ୍ତିର ସ୍ବାଧୀନତା ହିଂସାତ୍ମକ ନୁହେଁ। କାହାର ମୁଣ୍ଡ କାଟି ପୁରସ୍କାର ଘୋଷଣା କରିବା ଦ୍ୱାରା ଏହାକୁ ଫ୍ରିଡମ ଅଫ ଏକ୍ସପ୍ରେସନ ବୋଲି କହି ହେବ ନାହିଁ। ଜଣଙ୍କର ମତକୁ ସମ୍ମାନ ଦେବା ଏବଂ ନିଜର ମତ ପ୍ରକାଶ କରିବାର ଅଧିକାରକୁ ସମର୍ଥନ କରିବା ସମ୍ପୂର୍ଣ୍ଣ ଭିନ୍ନ।

ତସଲିମା କହିଛନ୍ତି, ମୁଁ ହୁଏତ ଲୋକଙ୍କ ମତ ସହ ସହମତ ନୁହଁ କିନ୍ତୁ ମୁଁ ସେମାନଙ୍କ ମତ ପ୍ରକାଶ କରିବାର ଅଧିକାରକୁ ସର୍ବଦା ସମର୍ଥନ କରିବି। ସେମାନେ ମୋର ଶତ୍ରୁ ହୁଅନ୍ତୁ ପଛେ ମୁଁ ଏହା କରିବ। ସମସ୍ତେ ଅଭିବ୍ୟକ୍ତିର ସ୍ବାଧୀନତାକୁ ଭୁଲିଯାଆନ୍ତି, ଯାହା ଧାର୍ମିକ ଭାବନା ଅପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ।

ଏହା କେବଳ ରାଜନୀତି ଯୋଗୁ କରାଯାଉଛି ବୋଲି ସେ କହିଛନ୍ତି। ସେ ଟୁଇଟ କରି କହିଛନ୍ତି ଯେ, କୌଣସି ଲୋକ ପବିତ୍ର ନୁହନ୍ତି, କୌଣସି ପୁସ୍ତକ ପବିତ୍ର ନୁହେଁ’ ସେହିପରି କୌଣସି ସ୍ଥାନ ମଧ୍ୟ ପବିତ୍ର ସ୍ଥାନ ନୁହେଁ।

Share