ନିଶା କାରବାର ରୋକିବ ଟାକ୍ସ ଫୋର୍ସ

ଭୁବନେଶ୍ୱର,୧୭।୧(ବ୍ୟୁରୋ): ରାଜ୍ୟରେ ଡ୍ରଗ୍ସ ଚାଲାଣ ରୋକିବା ନେଇ ଟାକ୍ସ ଫୋର୍ସ ଗଠନ କରାଯିବ। ଏହି ଟାକ୍ସ ଫୋର୍ସ ଅବସରପ୍ରାପ୍ତ ଡିଜିପି ଅଭୟଙ୍କ ଅଧ୍ୟକ୍ଷତାରେ ହେବ। ମୁଖ୍ୟ ସଚିବ ଓ ଫୋର୍ସ ଅଧ୍ୟକ୍ଷଙ୍କ ନେତୃତ୍ୱରେ କୋର୍ଡିନେଶନ କମିଟି ହେବା ନେଇ ସୂଚନା ରହିଛି। ତେବେ ଟାକ୍ସ ଫୋର୍ସ ଅଧ୍ୟକ୍ଷ ବିଭିନ୍ନ ସବ୍‌କମିଟି ଗଠନ କରି କାର୍ଯ୍ୟ ତଦାରଖ କରିବେ। କେନ୍ଦ୍ର ସରକାରଙ୍କ ସହ ସମନ୍ବୟ ରକ୍ଷା କରି ଟାକ୍ସ ଫୋର୍ସ ଅଧ୍ୟକ୍ଷ କାର୍ଯ୍ୟ କରିବେ।