Posted inଜାତୀୟ

କେନ୍ଦ୍ରକୁ ଟାର୍ଗେଟ, ଭାଜପା ପ୍ରତି ନରମ

ନୂଆଦିଲ୍ଲୀ,୧୪ା୨: ଓଡ଼ିଶାର ଶାସକ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟରେ ଅଭୂତପୂର୍ବ ଆଭିମୁଖ୍ୟ ଦେଖିବାକୁ ମିଳିଥିଲା। କେନ୍ଦ୍ରର ନୀତିଗୁଡ଼ିକୁ ନେଇ ସରକାରଙ୍କୁ ଟାର୍ଗେଟ କରିବାରେ ବିଜେଡିର ଭୂମିକା ଆକ୍ରମଣାମତ୍କ ଥିଲେ ହେଁ ଭାଜପାକୁ ପ୍ରତ୍ୟକ୍ଷ ଭାବେ ସମାଲୋଚନା କରି ନ ଥିଲା। ଜାନୁୟାରୀ ୩୧ରୁ ଫେବୃୟାରୀ ୧୧ ଯାଏ ଚାଲିଥିବା ପ୍ରଥମ ପର୍ଯ୍ୟାୟ ବଜେଟ ଅଧିବେଶନରେ ବିଜେଡି କେନ୍ଦ୍ରକୁ ଟାର୍ଗେଟ କରିଥିଲା। ରାଜ୍ୟ ସରକାରଙ୍କ ବାରମ୍ବାର ଅନୁରୋଧ ସତ୍ତ୍ୱେ କେନ୍ଦ୍ର ଓଡ଼ିଶାବାସୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ (ପିଏମ୍‌ଏଓ୍ବାଇଜି) ପୋର୍ଟାଲ ଖୋଲି ନ ଥିବା ଦର୍ଶାଇ ବିଜେଡି ଘେରିଥିଲା। କର୍ନାଟକରେ ଏହି ପୋର୍ଟାଲ ଖୋଲାଯାଇଥିବାବେଳେ ଓଡ଼ିଶା ପ୍ରତି ବୈମାତୃକ ମନୋଭାବକୁ ନେଇ ପ୍ରଶ୍ନ ଉଠାଇଥିଲା। ତେବେ ବିଜେଡି କର୍ନାଟକ ପ୍ରସଙ୍ଗ ଉଠାଇବାବେଳେ ଥରୁଟିଏ ମଧ୍ୟ ଭାଜପାର ନଁା ନେଇ ନ ଥିଲା। ଉଭୟ ଲୋକ ସଭା ଓ ରାଜ୍ୟ ସଭାରେ ବିଜେଡି ସଦସ୍ୟମାନେ ଆବାସ ପୋର୍ଟାଲ ଓ୍ବିଣ୍ଡୋ ପ୍ରସଙ୍ଗ ଉଠାଇଥିଲେ ହେଁ କୌଣସି ଏମ୍‌ପି କର୍ନାଟକରେ କ୍ଷମତାସୀନ ଗୈରିକ ଦଳକୁ ସିଧାସଳଖ ଟାର୍ଗେଟ କରି ନ ଥିଲେ। କେନ୍ଦ୍ର ସରକାର ଭାଜପା ଶାସିତ ରାଜ୍ୟଗୁଡ଼ିକୁ ଅଧିକ ସୁବିଧା ଦେଉଥିବା ଦର୍ଶାଇ ବିରୋଧୀ ଓ ଆଞ୍ଚଳିକ ଦଳଗୁଡ଼ିକ ଅଧିକାଂଶ ସମୟରେ ସମାଲୋଚନା କରିଥାଆନ୍ତି। କୋଭିଡ୍‌ ମହାମାରୀ ମୁକାବିଲା କ୍ଷେତ୍ରରେ ଭାଜପା ଶାସିତ ରାଜ୍ୟଗୁଡ଼ିକୁ ଅଧିକ ଅନୁଗ୍ରହ ପ୍ରଦର୍ଶନକୁ ନେଇ ନିକଟରେ ଶିବସେନା କେନ୍ଦ୍ରକୁ ଟାର୍ଗେଟ କରିଥିଲା। ଅନ୍ୟପକ୍ଷେ ସସ୍ମିତ ପାତ୍ର, ଅମର ପଟ୍ଟନାୟକ, ସୁଜିତ କୁମାର ଓ ଭର୍ତ୍ତୃହରି ମହତାବଙ୍କ ଭଳି ଏମ୍‌ପିମାନେ କର୍ନାଟକ ପ୍ରସଙ୍ଗ ଉଠାଇବା ସମୟରେ ନିଜ ନିଜ ବକ୍ତବ୍ୟରେ ଭାଜପାକୁ ସମାଲୋଚନା କରି ନ ଥିବା ଦେଖିବାକୁ ମିଳିଥିଲା।
ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ପ୍ରସ୍ତାବ ବେଳେ ରାଜ୍ୟ ସଭାରେ ସସ୍ମିତ କହିଥିଲେ, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରକୁ ଆବାସ ପୋର୍ଟାଲ ପାଇଁ ୩ ଥର ଚିଠି ଲେଖିଲେଣି। ଏହି ପୋର୍ଟାଲ ଖୋଲାଗଲେ ୬ ଲକ୍ଷ ଘରକୁ ପିଏମ୍‌ଏଓ୍ବାଇରେ ସାମିଲ କରାଯାଇପାରିବ। କର୍ନାଟକରେ ୨୫ ଲକ୍ଷ ପରିବାର ପାଇଁ କେନ୍ଦ୍ର ଏହି ପୋର୍ଟାଲ ଖୋଲିବା ପ୍ରଶଂସନୀୟ। କିନ୍ତୁ ଓଡ଼ିଶାର ଲୋକଙ୍କ ଭୁଲ୍‌ କ’ଣ, ଯେଉଁଥି ପାଇଁ ସେମାନଙ୍କ ଲାଗି ଏହା ଖୋଲାଯାଉନି ବୋଲି ସସ୍ମିତ ପ୍ରଶ୍ନ କରିଥିଲେ। ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ର ପକ୍ଷରୁ କୋଇଲା ଓ ଖଣି କ୍ଷେତ୍ରରେ କରାଯାଇଥିବା ସଂସ୍କାରମୂଳକ ନୀତିକୁ କାର୍ଯ୍ୟକାରୀ କରିବାରେ ଓଡ଼ିଶା ସର୍ବାଗ୍ରେ ଥିବା ଦର୍ଶାଇଥିଲେ। ଅଧିବେଶନ ଶେଷରେ ସେ ସଂଘୀୟ ସହଯୋଗିତା ପ୍ରସଙ୍ଗରେ ନବୀନଙ୍କୁ ପ୍ରଶଂସା ମଧ୍ୟ କରିଥିଲେ। ସେହିପରି ବୀର ବାଲ୍‌ ଦିବସ ଓ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ନେଇ ପଦକ୍ଷେପ ଉପରେ ସମର୍ଥନ ଲାଗି ବିଜେଡି ଏମ୍‌ପି ପ୍ରସନ୍ନ ଆଚାର୍ଯ୍ୟଙ୍କୁ ମଧ୍ୟ ମୋଦି ପ୍ରଶଂସା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri