Categories: ଜାତୀୟ

ସିଆର୍‌ପିଏଫ୍‌ ଯବାନଙ୍କୁ ଟାର୍ଗେଟ: ଆଇଇଡ଼ି ବିସ୍ଫୋରଣ କଲେ ଆତଙ୍କବାଦୀ

ଶ୍ରୀନଗର,୧୬।୨: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀମାନେ ସିଆର୍‌ପିଏଫ୍‌ ଯବାନଙ୍କୁ ଟାର୍ଗେଟ୍‌ କରିଛନ୍ତି। ମଙ୍ଗଳବାର ଦକ୍ଷିଣ କଶ୍ମୀରର ଅନନ୍ତନାଗ ଜିଲାର ବିଜ୍‌ବିହାରାର ପାଜାଲପୋରାରେ ସିଆର୍‌ଆର୍‌ପିଏଫ୍‌ ରୋଡ୍‌ ଓପନିଂ ପାର୍ଟିକୁ କ୍ଷତି ପହଞ୍ଚାଇବା ଉଦ୍ଦେଶ୍ୟ ରଖି ଏକ ଗାଡ଼ିରେ ଆଇଇଡ଼ି ରଖାଯାଇଥିଲା। ରୋଡ୍‌ ଓପନିଂ ପାର୍ଟି ଏହା ନିକଟରେ ଯିବା ସମୟରେ ଗାଡ଼ିରେ ରଖାଯାଇଥିବା ଆଇଇଡ଼ି ବିସ୍ଫୋରଣ ହୋଇଥିବା କଶ୍ମୀର ଜୋନ୍‌ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଆତଙ୍କବାଦୀଙ୍କ ଷଡ଼ଯନ୍ତ୍ର ଫସର ଫାଟିଛି। ଏଥିେରେ ରୋଡ୍‌ ଓପନିଂ ପାର୍ଟିର କୌଣସି କ୍ଷତି ହୋଇନାହିଁ।ବିସ୍ଫୋରଣ ପରେ ସ୍ଥାନୀୟ ଅଞ୍ଚଳରେ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପରେଶନ୍‌ ଜାରି ରହିଛି।

Share