Posted inଜାତୀୟ

ସୁରକ୍ଷାବଳକୁ ପୁଣି ଟାର୍ଗେଟ

ନୂଆଦିଲ୍ଲୀ,୩।୧(ପି.ଟି.): ମଣିପୁରର ଥୋଉବଲ ଜିଲାରେ ସୋମବାର ସନ୍ଧ୍ୟାରେ ଗୁଳିକାଣ୍ଡ ଘଟି ୩ ଜଣଙ୍କ ମୃତ୍ୟୁ ପରେ ବ୍ୟାପକ ପୋଡ଼ାଜଳା ହୋଇଥିଲା। ହିଂସାକାଣ୍ଡ ପରେ ୫ ଉପତ୍ୟକା ଜିଲାରେ ପୁଣିଥରେ କର୍ଫ୍ୟୁ ଜାରି କରାଯାଇଥିଲା। ମଙ୍ଗଳବାର ସକାଳେ ଟେଙ୍ଗନୌପାଲ ଜିଲାର ମୋରେହ ଜିଲାରେ ସୁରକ୍ଷା ବଳ ଏବଂ ଉଗ୍ରପନ୍ଥୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଇମ୍ଫାଲଠାରୁ ୧୦୭ କି.ମି. ଦୂର ଚାଭଙ୍ଗଫାଇରେ ଗୁଳିବିନିମୟ ଆରମ୍ଭ ହୋଇଥିଲା। ଏଥିରେ ୭ ଜଣ ସୁରକ୍ଷା ଯବାନ ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ବିମାନ ଯୋଗେ ଇମ୍ଫାଲ ନିଆଯାଇଛି। ସୁରକ୍ଷା ବଳ ଉପରେ ଆକ୍ରମଣ କରିଥିବା ୨ ଜଣଙ୍କୁ ପୋଲିସ ଅଟକ ରଖିଥିବାବେଳେ ସେମାନଙ୍କୁ ଛାଡ଼ିଦେବା ପାଇଁ ସ୍ଥାନୀୟ ମହିଳା ଉଦ୍ୟମ ଚଳାଇଛନ୍ତି। ମ୍ୟାନ୍‌ମାର ସୀମାକୁ ଲାଗିଥିବା ମୋରେହ ସହରରେ ଗତ ୩୦ ତାରିଖରୁ ଉଗ୍ରପନ୍ଥୀ ଓ ସୁରକ୍ଷା ବଳ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି। ରାଜ୍ୟରେ ଅସ୍ଥିରତା ସୃଷ୍ଟି ପାଇଁ ମ୍ୟାନ୍‌ମାରର ଉଗ୍ରପନ୍ଥୀମାନେ ଆକ୍ରମଣରେ ସମ୍ପୃକ୍ତ ଥିବା ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂ ଅଭିଯୋଗ କରିବା ସହ ଏହା ଜାତୀୟ ନିରାପତ୍ତା ପ୍ରତି ଗୁରୁତର ବିପଦ ବୋଲି କହିଛନ୍ତି। ଏନେଇ ରାଜ୍ୟର ଏକ ପ୍ରତିନିଧି ଦଳ ଦିଲ୍ଲୀ ଯାଇ କେନ୍ଦ୍ରୀୟ ନେତୃତ୍ୱଙ୍କୁ ସ୍ଥିତି ସମ୍ପର୍କରେ ଅବଗତ କରାଇବେ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।
ମ୍ୟାନ୍‌ମାରରୁ ଉଗ୍ରପନ୍ଥୀମାନେ ପ୍ରବେଶ କରି ମଣିପୁରରେ ଅସ୍ଥିରତା ସୃଷ୍ଟି କରୁତ୍ଥିବାରୁ ୨ ଦେଶ ମଧ୍ୟରେ ରହିଥିବା ମୁକ୍ତ ଗତିବିଧି ବ୍ୟବସ୍ଥା (ଏଫ୍‌ଏମ୍‌ଆର୍‌) ଖୁବ୍‌ଶୀଘ୍ର ବନ୍ଦ କରିବାକୁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି। ଭାରତ-ମ୍ୟାନ୍‌ମାର ସୀମାର ଉଭୟ ପାର୍ଶ୍ୱ ମଧ୍ୟକୁ ୧୬ କିଲୋମିଟର ପର୍ଯ୍ୟନ୍ତ ବିନା ଭିଜାରେ ପ୍ରବେଶ କରିବା ପାଇଁ ଏଫ୍‌ଏମ୍‌ଆର୍‌ ଦୁଇଦେଶର ନାଗରିକଙ୍କୁ ଅନୁମତି ଦେଇଥିଲା। ଭାରତ ଓ ମ୍ୟାନ୍‌ମାର ମଧ୍ୟରେ ୧,୬୪୩ କିଲୋମିଟର ସୀମା ରହିଛି। ସୀମାରେଖାକୁ ଲାଗି ମିଜୋରାମ, ମଣିପୁର, ନାଗାଲାଣ୍ଡ ଓ ଅରୁଣାଚଳପ୍ରଦେଶ ରହିଛି। ଭାରତର ପ୍ରାଚ୍ୟ ନୀତି ଅନୁଯାୟୀ ୨୦୧୮ରେ ଏଫ୍‌ଏମ୍‌ଆର୍‌ କାର୍ଯ୍ୟକାରୀ ହୋଇଥିଲା। ଏହାକୁ ବନ୍ଦ କରାଯିବ ବୋଲି ଜଣେ କେନ୍ଦ୍ର ପ୍ରଶାସନିକ ଅଧିକାରୀ ମଙ୍ଗଳବାର କହିଛନ୍ତି।
ମଣିପୁରରେ ସାନି ହିଂସାରେ ସାଧାରଣ ନାଗରିକଙ୍କ ମୃତ୍ୟୁକୁ ନେଇ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିଛନ୍ତି। ଉତ୍ତରପୂର୍ବାଞ୍ଚଳ ରାଜ୍ୟରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ପାଇଁ କେନ୍ଦ୍ର ସରକାର ସମସ୍ତ ଷ୍ଟେକ୍‌ହୋଲ୍ଡରଙ୍କ ସହ ଆଲୋଚନା କରି ବଳିଷ୍ଠ ପଦକ୍ଷେପ ନେବାକୁ ପ୍ରିୟଙ୍କା ଆହ୍ବାନ ଦେଇଛନ୍ତି। ସୂଚନାଯୋଗ୍ୟ, ଗତବର୍ଷ ମେ’ ୩ରୁ ମଣିପୁରରେ ଜାତିଆଣ ହିଂସାକାଣ୍ଡ ଲାଗିରହିବା ଫଳରେ ୧୮୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିବା ସହ ୬୦ ହଜାର ଲୋକ ଘରଦ୍ୱାର ଛାଡ଼ି ପଳାଇଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri