Categories: ଖେଳ

ହାଇଦ୍ରାବାଦ ଆଗରେ ୧୮୯ ରନ୍‌ର ଟାର୍ଗେଟ୍‌

ଅହମଦାବାଦ,୧୫।୫: ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ସୋମବାର ଖେଳାଯାଇଥିବା ଆଇପିଏଲ୍‌ ୬୨ତମ ମ୍ୟାଚ୍‌ରେ ଶୁବମନ ଗିଲଙ୍କ ଦମ୍‌ଦାର ଶତକୀୟ ଇନିଂସ୍‌ ବଳରେ ଗୁଜରାଟ ନିର୍ଦ୍ଧାରିତ ୨୦ ଓଭରରେ ୯ ଉଇକେଟ ହରାଇ ୧୮୮ ରନ୍‌ କରିଛି। ଫଳରେ ହାଇଦ୍ରାବାଦ ଆଗରେ ୧୮୯ ରନ୍‌ର ବିଜୟ ଟାର୍ଗେଟ ରହିଛି।

ଅଧିନାୟକ ଏଡେନ ମାରକ୍ରାମ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଫଳରେ ଆମନ୍ତ୍ରଣ ପାଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ଗୁଜରାଟ ପ୍ରଥମେ ବ୍ୟାଟିଂ କରିଥିଲା। ଓପ୍‌ନର ଶୁବମନ ଗିଲ ଏବଂ ରିଦ୍ଧିମାନ ସାହା ବ୍ୟାଟିଂ କରିବାକୁ ଆସିଥିଲେ। ହେଲେ ଦଳକୁ ପ୍ରାରମ୍ଭିକ ଝଟ୍‌କା ଲାଗିଥିଲା। ରିଦ୍ଧିମାନ ଖାତା ଖୋଲିବା ଆଗରୁ ଆଉଟ୍‌ ହୋଇଯାଇଥିଲେ। ହେଲେ ଦ୍ୱିତୀୟ ଉଇକେଟ ପାଇଁ ଶୁବମନ ଏବଂ ସାଇ ସୁଦର୍ଶନ ୧୪୭ ରନ୍‌ ଯୋଡ଼ିଥିଲେ। ସୁଦର୍ଶନ ୪୭ ରନ୍‌ର ଗୁରୁତ୍ୱପୂର୍ଣ୍ଣ ଇନିଂସ୍‌ ଖେଳିଥିଲେ। ସୁଦର୍ଶନଙ୍କ ଆଉଟ୍‌ ପରେ ଅନ୍ୟ ୪ ବ୍ୟାଟର ଦୁଇଅଙ୍କ ଛୁଇଁପାରି ନ ଥିଲେ। ଏପରିକି ୩ ବ୍ୟାଟର ଶୂନ୍‌ରେ ଆଉଟ ହୋଇଥିଲେ। ଶେଷ ବେଳକୁ ଗୁଜରାଟ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ହେଲେ ଶବମନଙ୍କ ଶତକ ବଳରେ ଗୁଜରାଟ ୧୮୮ ରନ୍‌ କରିବାରେ ସକ୍ଷମ ହୋଇଥିଲା। ହାଇଦ୍ରାବାଦର ଭୁବନେଶ୍ୱର କୁମାର ସର୍ବାଧିକ ୫ ଉଇକେଟ ନେଇଥିବା ବେଳେ ମାର୍କୋ ଜାନସେନ, ଫଜଲହକ ଫାରୁକ ଏବଂ ଟି. ନଟରାଜନ ଗୋଟିଏ ଲେଖାଏ ଉଇକେଟ ନେବାରେ ସକ୍ଷମ ହୋଇଥିଲେ।

Share