Posted inଜାତୀୟ

ହିନ୍ଦୁ ଧାର୍ମିକ ନେତାଙ୍କ ଟାର୍ଗେଟ କିଲିଂ ନୁହେଁ ଆତଙ୍କବାଦୀ କାର୍ଯ୍ୟ: ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କଲେ ହାଇକୋର୍ଟ…

ଚେନ୍ନାଇ,୧୪।୧୨ : ୟୁଏପିଏ ଅନ୍ତର୍ଗତ ଗିରଫ ହୋଇଥିବା ଅଭିଯୁକ୍ତଙ୍କୁ ମାଡ୍ରାସ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି ଏବଂ ତାଙ୍କ କାର୍ଯ୍ୟକୁ ଆତଙ୍କବାଦୀ କାର୍ଯ୍ୟ ବୋଲି ବିବେଚନା କରିବାକୁ ମନା କରି ଦେଇଛନ୍ତି। ଜାମିନ ପ୍ରଦାନ ବେଳେ କୋର୍ଟ ଜଣେ ଅଧିକାରୀଙ୍କୁ ପଚାରିଛନ୍ତି ଜଣେ ହିନ୍ଦୁ ଧାର୍ମିକ ନେତାଙ୍କ କିଲିଂ ଏବଂ ଏହାର ଷଡଯନ୍ତ୍ର ଆତଙ୍କବାଦୀ କାର୍ଯ୍ୟ ବୋଲି ବିବେଚନା କରାଯାଇପାରିବ କି? ଏହି ମାମଲାରେ ତାମିଲନାଡୁ ପୋଲିସ ଗତ ବର୍ଷ ଅଭିଯୁକ୍ତଙ୍କୁ ବେଆଇନ କାର୍ଯ୍ୟକଳାପ (ପ୍ରତିରୋଧ) ଅଧିନିୟମ (ୟୁଏପିଏ) ଆଧାରରେ ଗିରଫ କରିଥିଲା। ସେ ଷଡଯନ୍ତ୍ର କରି କିଛି ଧାର୍ମିକ ନେତାଙ୍କ ଉପରେ ଆକ୍ରମଣ କରିଥିଲେ।

ଜଷ୍ଟିସ ଏସ ସୁନ୍ଦର ଏବଂ ସୁନ୍ଦର ମୋହନଙ୍କ ଏକ ଡିଭିଜନ ବେଞ୍ଚ କହିଛନ୍ତି ୟୁଏପିଏର ଧାରା ୧୫ ଅନୁଯାୟୀ ବ୍ୟାଖ୍ୟା କଲେ ଏହା କିପରି ଆତଙ୍କବାଦୀ କାର୍ଯ୍ୟକଳାପ ହେବ ତାହା କର୍ତ୍ତୃପକ୍ଷ ସ୍ପଷ୍ଟ କରି ନାହାନ୍ତି।
ହାଇକୋର୍ଟ କହିଛନ୍ତି, ୟୁଏପିଏର ଧାରା ୧୫ ଅଧୀନରେ ଏକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ, ଯେତେବେଳେ ଅପରାଧୀକ କାର୍ଯ୍ୟ ବିପଦପୂର୍ଣ୍ଣ ଉଦ୍ଦେଶ୍ୟରେ କରାଯାଇଥାଏ କିମ୍ବା ଭାରତର ଏକତା, ଅଖଣ୍ଡତା, ସୁରକ୍ଷା, ଅର୍ଥନୈତିକ ସୁରକ୍ଷା କିମ୍ବା ସାର୍ବଭୌମତ୍ୱ ପ୍ରତି ବିପଦ ସୃଷ୍ଟି କରିଥାଏ। ଆତଙ୍କବାଦ ବିସ୍ତାର କରିବାର ଉଦ୍ଦେଶ୍ୟ କିମ୍ବା ଭାରତରେ କିମ୍ବା କୌଣସି ବିଦେଶୀ ମାଟିରେ ଯେକୌଣସି ବ୍ୟକ୍ତି କିମ୍ବା ବର୍ଗ ଉପରେ ଆକ୍ରମଣ ହେବାର ସମ୍ଭାବନା ରହିଛି ବୋଲି କୋର୍ଟ କହିଛନ୍ତି।

ଏହି ମାମଲାରେ ପ୍ର୍‌ତିପକ୍ଷ ଆଇନଜୀବୀ ଦାବି କରିଥିଲେ ଅଭିଯୁକ୍ତ ଅସୀଫ ମୁସ୍ତେନ କେତେକ ହିନ୍ଦୁ ଧାର୍ମିକ ନେତା ତଥା ରାଷ୍ଟ୍ରୀୟସ୍ବଂୟସେବକ ସଂଗଠନର ସଦସ୍ୟଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରିଛନ୍ତି, ତେଣୁ ୟୁଏପିଏର ଧାରା ୧୮ ଏବଂ ୩୮ (୨) ଅନୁଯାୟୀ ଏହା ଆତଙ୍କବାଦୀ କାର୍ଯ୍ୟ।

ଆସିଫଙ୍କୁ ଗତ ବର୍ଷ ୨୬ ଜୁଲାଇ ୨୦୨୨ରେ ୟୁଏପିଏ ଅନ୍ତର୍ଗତ ଜାତୀୟ ଅନୁସନ୍ଧାନ ଏଜେନ୍ସି ଦ୍ୱାରା ଗିରଫ କରାଯାଇଥିଲା । ହାଇକୋର୍ଟ କହିଛନ୍ତି କୌଣସି ଆତଙ୍କବାଦୀ କାର୍ଯ୍ୟକଳାପ କିମ୍ବା ଏପରି ଷଡଯନ୍ତ୍ରର ଅସ୍ତିତ୍ୱକୁ ଶେଷ କରିବା ପାଇଁ ରେକର୍ଡରେ ଥିବା ତଥ୍ୟ ପର୍ଯ୍ୟାପ୍ତ ନୁହେଁ। ଏହା ପରେ ଅଭିଯୁକ୍ତ ଆସିଫଙ୍କୁ କୋର୍ଟ ଜାମିନ ପ୍ରଦାନ କରିଥିଲେ।

ଅଭିଯୁକ୍ତଙ୍କ ଦ୍ୱାରା ଦାଖଲ ହୋଇଥିବା ଜାମିନ ଆବେଦନକୁ ଟ୍ରାଏଲ କୋର୍ଟ, ହାଇକୋର୍ଟ ଏବଂ ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ସେ ଗତ ୧୭ ମାସ ଧରି ସେ ଜେଲରେ ଥିଲେ। ଓକିଲଙ୍କ କହିବାନୁସାରେ, ଅଭିଯୁକ୍ତ ଆତଙ୍କବାଦୀ ସଂଗଠନ ଆଇଏସଆଇଏସର ସଦସ୍ୟ ହେବାକୁ ଚାହୁଁଥିଲେ ଏବଂ ଦ୍ୱିତୀୟ ଅଭିଯୁକ୍ତ ଆତଙ୍କବାଦୀ ସଂଗଠନର ସଦସ୍ୟ ଥିଲେ। ଏଥିସହ ଅଭିଯୋଗ ହୋଇଛି ଉଭୟେ ଭାଜପା ଏବଂ ଆରଏସଏସ ସହ ଜଡିତ ଅନେକ ହିନ୍ଦୁ ଧାମିର୍ତ ନେତାଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ର କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ଏୟାରବସ୍‌ ଏ-୩୨୦ରେ ଗୁଣବତ୍ତା ସମସ୍ୟା, ବିମାନ ଡେଲିଭରିରେ ବିଳମ୍ବ

ପ୍ୟାରିସ୍‌,୬ା୧୨: ଏୟାର ବସ୍‌ ଏ-୩୨୦ ବିମାନଗୁଡ଼ିକରେ ସଫ୍ଟଓ୍ବେର ସମସ୍ୟା ଦେଖାଦେବା ପରେ ଗତ ମାସରେ କମ୍ପାନୀ ସେଗୁଡ଼ିକର ସମାଧାନ କରିଥିଲା। ସଫ୍ଟଓ୍ବେର ଅପ୍‌ଡେଟ୍‌ ପାଇଁ ଅନେକ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଦମ୍‌ଦାର ବିଜୟ: ୨-୧ରେ ସିରିଜ କବଜା କଲା ଟିମ୍‌ ଇଣ୍ଡିଆ

ବିଶାଖାପାଟଣା,୬।୧୨: ବିଶାଖାପାଟଣାରେ ଶନିବାର ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟଚ୍‌ରେ ଯଶସ୍ବୀ ଜୟସ୍ବାଲଙ୍କ ଦମ୍‌ଦାର ଶତକ ସହ ଭାରତ ୯ ଉଇକେଟରେ ବିଜୟ ହାସଲ କରିଛି। ଏହା...

ଉତ୍ତମ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ ହେଲେ ୨ ହୋମ୍‌ଗାର୍ଡ

ଭଞ୍ଜନଗର,୬ା୧୨(ବାବୁଲା ପ୍ରଧାନ): କର୍ମକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଭଞ୍ଜନଗର ଥାନାର ଦୁଇ ହୋମଗାର୍ଡ ସମ୍ବର୍ଦ୍ଧିତ ହୋଇଛନ୍ତି। ସେମାନେ ହେଲେ ଗୃହରକ୍ଷୀ ପ୍ଲାଟୁନ କମାଣ୍ଡର ପି.ହେମନ୍ତ ରାଓ...

ବାରବାଟୀ ମ୍ୟାଚ୍‌ ପାଇଁ ଗଡ଼ିବ ସ୍ବତନ୍ତ୍ର ବସ୍‌, ଭଡ଼ା ରହିଛି…

କଟକ,୬ା୧୨: ଆସନ୍ତା ୯ ତାରିଖରେ ବାରବାଟୀରେ ହେବ ଦମ୍‌ଦାର ଲଢ଼େଇ। ଭାରତ ସହ ଦକ୍ଷିଣ ଆଫ୍ରିକା ମଇଦାନକୁ ଓହ୍ଲାଇବ। ତେବେ ଏହି ମ୍ୟାଚ୍‌ ଦେଖିବା ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri