ତରଭା ବ୍ଲକ କାର୍ଯ୍ୟାଳୟ ଶଟ୍‌ଡାଉନ

ତରଭା,୧୩ା୮(ଡି.ଏନ.ଏ.)  ସୁବର୍ଣ୍ଣପୁର ଜିଲାପାଳ ମୋନିଷା ବାନାର୍ଜୀଙ୍କ ନିର୍ଦ୍ଦେଶକ୍ରମେ ବୁଧବାର ତରଭା ବ୍ଲକ କାର୍ଯ୍ୟାଳୟକୁ ୨୪ ଘଣ୍ଟା ପାଇଁ ଶଟ୍‌ଡାଉନ ଘୋଷଣା କରାଯାଇଛି। ଏଥିସହିତ ବ୍ଲକ କାର୍ଯ୍ୟାଳୟର ସମସ୍ତ ଅଞ୍ଚଳକୁ ତରଭା ଅଗ୍ନିଶମ ବିଭାଗ ପକ୍ଷରୁ ସାନିଟରାଇଜ୍‌ କରାଯାଇଛି ବୋଲି ବିଡିଓ ନିହାର ରଞ୍ଜନ କହଁର ପ୍ରକାଶ କରିଛନ୍ତି ା ତରଭା ବ୍ଲକ କାର୍ଯ୍ୟାଳୟର ଜଣେ କର୍ମଚାରୀଙ୍କ କୋଭିଡ୍‌ ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ପରେ ଏହି ପଦକ୍ଷେପ ନିଆଯାଇଛି ା ଉକ୍ତ କର୍ମଚାରୀଙ୍କ ଘର ସୋନପୁର ବ୍ଲକ ଅନ୍ତର୍ଗତ ବଲାଡି ଅଞ୍ଚଳରେ ା ତାଙ୍କୁ ସୋନପୁରସ୍ଥିତ କୋଭିଡ ହସପିଟାଲରେ ଭର୍ତ୍ତି କରାଯାଇଛି ା