ତାରା ତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା: ମହାସରସ୍ବତୀ ବେଶରେ ଦର୍ଶନ ଦେଲେ ଦୁଇ ଭଉଣୀ

ପୁରୁଷୋତ୍ତମପୁର,୧୩।୪(ଡି.ଏନ୍‌.ଏ.):ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରା ତାରିଣୀଙ୍କ ତୃୃତୀୟ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା କରୋନା କଟକଣା ମଧ୍ୟରେ ଚାଲିଛି। ରାତ୍ର ୧.୩୦ ରୁ ମନ୍ଦିର ଦ୍ୱାର ଫିଟାଯାଇ ବିଧି ଅନୁଯାୟୀ ମଙ୍ଗଳ ଆଳତି, ଅବକାଶ ନୀତି, ମାଜଣା, ଅଭିଶେକ,ସୃଙ୍ଗାର ଆଦି ପୂଜାର୍ଚ୍ଚନା କରାଯାଇ ଦୁଇ ଭଉଣୀଙ୍କୁ ମହାସରସ୍ବତୀ ବେଶରେ ସଜ୍ଜିତ କରାଯାଇଛି। ସକାଳ ୫ ଟାରୁ ସାହାଣ ମେଲା ହୋଇଥିଲା। ମା’ ତାରା ତାରିଣୀ ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ଜିଲା ଦୌରାଜଜ ଶଶିକାନ୍ତ ମିଶ୍ର ମା’ଙ୍କୁ ଦର୍ଶନ କରିିିଛନ୍ତି। କରୋନାକୁ ନେଇ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ ଏହି ପାଳିରେ ବିଭିିନ୍ନ କଟକଣା ଲଗାଇଥିଲେ। କେବଳ ସ୍ଥାନୀୟ ଲୋକେ ମା’ଙ୍କ ଦର୍ଶନ କରିବେ। ବାହାର ଲୋକଙ୍କୁ ମନ୍ଦିର ମନା ହୋଇଥିବାରୁ ଭକ୍ତଙ୍କ ସଂଖ୍ୟା ବହୁତ କମିଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ମୁତୟନ କରାଯାଇଛି।