ନୂଆବର୍ଷରେ ତାରା-ଆଦରଙ୍କ ବ୍ରେକ୍‌ଅପ୍‌ !

ବମ୍ବେ: ଲୁଚାଲୁଚାରେ ଚାଲିଥିଲା ସବୁକିଛି। କେବଳ ଏକାଠି ବିଭିନ୍ନ ପାର୍ଟି ନଚେତ ହୋଟେଲ ବାହାରେ ନଜର ଆସୁଥିଲେ ଦୁହେଁ। ହେଲେ ଏବେ ଉଭୟଙ୍କ ବାଟ ଅଲଗା ହୋଇଛି। ଆମେ କହୁଛୁ ରଣବୀର କପୁରଙ୍କ ଭାଇ ଆଦର ଜୈନ ଏବଂ ଅଭିନେତ୍ରୀ ତାରା ସୁତାରିଆଙ୍କ କଥା। ଖୋଲାଖୋଲି ଭାବେ ସେମାନେ ପ୍ରଥମରୁ ସମ୍ପର୍କକୁ ନେଇ ମୁହଁ ଖୋଲୁ ନ ଥିଲେ। ତଥାପି ସବୁକିଛି ବାରି ହୋଇ ପଡ଼ୁଥିଲା। ପ୍ରଶଂସକମାନେ ମଧ୍ୟ ଆଗାମୀ ଦିନରେ ଆଦରଙ୍କ ଜୀବନସାଥୀ ଭାବେ ତାରାଙ୍କୁ ଦେଖିବେ ବୋଲି ଆଶା କରିିଥିଲେ। ଏକ ରିପୋର୍ଟ ଅନୁଯାୟୀ, ନୂଆବର୍ଷରେ ତାରା ଏବଂ ଆଦର ଅଲଗା ହେବାର ନିଷ୍ପତ୍ତି ନେଇଛନ୍ତି। ପ୍ରଥମେ ଦୁହେଁ ସମ୍ପର୍କକୁ ନେଇ ଚୁପ୍‌ ରହିଥିଲେ। ଏବେ ସେହିଭଳି ଭାବେ ବ୍ରେକ୍‌ଅପ୍‌କୁ ନେଇ କିଛି କହିବାକୁ ଚାହୁଁ ନାହାନ୍ତି। ଏବେ କେବଳ ଭଲ ବନ୍ଧୁ ଭାବେ ସେମାନେ ପରସ୍ପର ସହ ରହିବେ ବୋଲି ମନସ୍ଥ କରିଛନ୍ତି। ଏହି ଖବର ଜଣାପଡ଼ିବା ପରେ ପ୍ରଶଂସକମାନେ ନିରାଶ ହୋଇଛନ୍ତି।

Share