ତାରାଙ୍କ ତେର୍ଚ୍ଛାବାଣ: କହିଲେ ଅନାସ୍ଥା ଆଣିବା ପାଇଁ ଆମ ପାଖରେ ସଂଖ୍ୟା ଅଛି, ବିଜେଡି ସମର୍ଥନ ନ କଲେ ଭାଜପା ସହ…

ଭୁବନେଶ୍ୱର,୨୪ା୭): ଅନାସ୍ଥା ଚର୍ଚ୍ଚା ଉପରେ ଜୟପୁର ବିଧାୟକ ତଥା କଂଗ୍ରେସର ବରିଷ୍ଠ ନେତା ତାରା ବାହିନୀପତି ତେର୍ଚ୍ଛାବାଣ ମାରିଛନ୍ତି। ତାରା କହିଛନ୍ତି, ଅନାସ୍ଥା ଆଣିବା ପାଇଁ ଆମ ପାଖରେ ସଂଖ୍ୟା ରହିଛି। ଆମେ ୧୪ ବିଧାୟକ ଓ ଆମ ସହ ଜଣେ ସିପିଆଇ ବିଧାୟକ ବି ଅଛନ୍ତି। ବିଜେଡି ସମର୍ଥନ ନ କଲେ ଭାଜପା ସହ ଅଛି ବୋଲି ଜଣାପଡ଼ିବ। ଅନାସ୍ଥା କାଟ୍‌ ଖାଇବ ନାହିଁ। ଭୋଟିଂ ପରେ ଜଣାପଡ଼ିବ।

ପ୍ରକାଶ ଥାଉକି, ବାଲେଶ୍ବର ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣାକୁ ନେଇ ରାଜ୍ୟ ରାଜନୀତିରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି। ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଭକ୍ତ ଚରଣ ଦାସ ଏକ ପ୍ରେସ୍‌ମିଟ୍‌ରେ ରାଜ୍ୟ ସରକାରଙ୍କ ବିରୋଧରେ ତୀବ୍ର ଆକ୍ରମଣ କରି ବିଜୁ ଜନତା ଦଳ (ବିଜେଡି) ଅନାସ୍ଥା ପ୍ରସ୍ତାବ ଆଣିଲେ କଂଗ୍ରେସ ସମର୍ଥନ ଦେବ ବୋଲି ଘୋଷଣା କରିଛନ୍ତି। ସେ କହିଛନ୍ତି, “ଯଦି ବିଜେଡି ନାରୀ ନ୍ୟାୟ ପାଇଁ ଆନ୍ତରିକତା ସହ ଲଢୁଛି, ତେବେ ସେମାନେ ବିଧାନସଭାରେ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣନ୍ତୁ। ଆମେ ତାହାକୁ ସମର୍ଥନ ଦେବୁ।

ନଚେତ୍‌, ଆମେ ନିଜେ ଅନାସ୍ଥା ପ୍ରସ୍ତାବ ଆଣିବୁ ଏବଂ ବିଜେଡି ତାହାକୁ ସମର୍ଥନ ଦେଉ।” ଦାସ ବାଲେଶ୍ବର ଘଟଣାକୁ ଅତ୍ୟନ୍ତ ଲଜ୍ଜାଜନକ ବୋଲି ବର୍ଣ୍ଣନା କରି କହିଛନ୍ତି, “ଏହି ଘଟଣାକୁ ନେଇ ଆମେ ସମସ୍ତେ ଲଜ୍ଜିତ, କିନ୍ତୁ ଦୁଃଖର ବିଷୟ ଯେ ରାଜ୍ୟ ସରକାର ଏ ନେଇ ଲଜ୍ଜିତ ନୁହନ୍ତି।” ସେ ଆହୁରି ଅଭିଯୋଗ କରିଛନ୍ତି ଯେ ସରକାର ଏପର୍ଯ୍ୟନ୍ତ ନୀରବ ଦ୍ରଷ୍ଟା ଭୂମିକାରେ ରହିଛନ୍ତି ଏବଂ ମହିଳା କମିଶନ ଗଠନ କରିବାରେ ବିଫଳ ହୋଇଛନ୍ତି। ଏହି ଘଟଣାରେ ନ୍ୟାୟ ପାଇଁ ସେ ହାଇକୋର୍ଟର କାର୍ଯ୍ୟରତ ବିଚାରପତିଙ୍କ ଦ୍ୱାରା ନ୍ୟାୟିକ ତଦନ୍ତ ଦାବି କରିଛନ୍ତି।

ଅନ୍ୟପକ୍ଷରେ, ବିଜେଡି ମଧ୍ୟ ଏହି ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଛି। ବିଜେଡି ପକ୍ଷରୁ ଏକ ପ୍ରେସ୍‌ମିଟ୍‌ରେ କୁହାଯାଇଛି ଯେ ଏଫ୍‌ଏମ୍‌ କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ସମଗ୍ର ଦେଶକୁ ବ୍ୟଥିତ କରିଛି। ଦଳ ଏହି ଘଟଣାରେ ନ୍ୟାୟ ଦାବିରେ ଲୋକସେବା ଭବନ ଘେରାଉ ସହ ତିନି ଆରଡିସି ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛି। ବିଜେଡି ନେତାମାନେ ଅଭିଯୋଗ କରିଛନ୍ତି ଯେ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଛି ଏବଂ ଛାତ୍ରୀମାନେ କଲେଜ କ୍ୟାମ୍ପସରେ ସୁରକ୍ଷିତ ନୁହନ୍ତି।

ଏକ ଏକ୍ସ ପୋଷ୍ଟରେ ମଧ୍ୟ ଉଲ୍ଲେଖ କରାଯାଇଛି ଯେ କଂଗ୍ରେସ ଓ ବିଜେଡି ମିଳିତ ଭାବେ ଅନାସ୍ଥା ପ୍ରସ୍ତାବ ପାଇଁ ସହମତି ପ୍ରକାଶ କରିବା ଉଚିତ। ପୋଷ୍ଟରେ କୁହାଯାଇଛି, “ଯେଉଁ ଦଳ ଅନାସ୍ଥା ପ୍ରସ୍ତାବକୁ ସମର୍ଥନ ନକରେ, ନୈତିକତାର ଦୃଷ୍ଟିରୁ ସେମାନେ ସରକାର ବିରୋଧୀ ଆନ୍ଦୋଳନରୁ ନିବୃତ୍ତ ରହିବା ଉଚିତ।”

ଏହି ଘଟଣାକୁ ନେଇ ରାଜ୍ୟରେ ରାଜନୈତିକ ଉତ୍ତେଜନା ବୃଦ୍ଧି ପାଇଛି। କଂଗ୍ରେସ ଓ ବିଜେଡି ଉଭୟ ସରକାରଙ୍କୁ ମହିଳା ସୁରକ୍ଷା ଓ ଆଇନଶୃଙ୍ଖଳା ପ୍ରଶ୍ନରେ ଘେରିବାକୁ ଚେଷ୍ଟା କରୁଛନ୍ତି। ତେବେ, ଅନାସ୍ଥା ପ୍ରସ୍ତାବ ଆଣିବା ନେଇ ବିଜେଡିର ଔପଚାରିକ ନିଷ୍ପତ୍ତି ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏହା ମଧ୍ୟରେ ରାଜ୍ୟ ସରକାର ଏହି ଘଟଣାରେ ନ୍ୟାୟିକ ତଦନ୍ତ ଓ ମହିଳା କମିଶନ ଗଠନ ପାଇଁ କୌଣସି ପଦକ୍ଷେପ ନେଇଥିବା ସୂଚନା ମିଳିନାହିଁ।

ଏହି ଘଟଣା ଓଡ଼ିଶାର ରାଜନୈତିକ ପରିବେଶକୁ ଆହୁରି ଉତ୍ତପ୍ତ କରିଛି। ଆଗାମୀ ଦିନରେ ବିଧାନସଭାରେ ଅନାସ୍ଥା ପ୍ରସ୍ତାବ ଆଣିବା ନେଇ କଂଗ୍ରେସ ଓ ବିଜେଡିର ପରବର୍ତ୍ତୀ ପଦକ୍ଷେପ ଉପରେ ସମସ୍ତଙ୍କ ନଜର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri