ସାଂଘାତିକ ଅଭିଯୋଗ ଆଣିଲେ ତାରା, କହିଲେ ଥାନାରେ FIR ଦେବି

ଭୁବନେଶ୍ୱର,୨୬।୩: ସାଂଘାତିକ ଅଭିଯୋଗ ଆଣିଛନ୍ତି କଂଗ୍ରେସ ନେତା ତାରାପ୍ରସାଦ ବାହିନୀପତି। ସେ ଥାନାରେ FIR ଦେବାକୁ ବାହାରିଛନ୍ତି। ସେ ଅଭିଯୋଗ କରି କହିଛନ୍ତି, ‘କଲର ଧରି ବିଧାନସଭା ସୁରକ୍ଷାକର୍ମୀ ମୋତେ ମାରିଛନ୍ତି । ମୋ ସୁନା ଚେନ ନେଇଯାଇଛନ୍ତି । ଗାଈ ଗୋରୁଙ୍କୁ ମାରିଲା ପରି ମତେ ଧକ୍କା ମାରିଛନ୍ତି । ଖୁବଶୀଘ୍ର ଥାନାରେ FIR ଦେବି ’ ।

ସସପେଣ୍ଡ ପରେ ବିଧାନସଭା ବାହାରେ ଗର୍ଜିଛନ୍ତି ତାରା। ସେ କହିଛନ୍ତି, ଏ ରାଜ୍ୟରେ ନ୍ୟାୟ ବୋଲି କିଛି ନାହିଁ । ବିଧାନସଭା ଗେଟରେ ୩ ଟା ତାଲା ପକାଇଛନ୍ତି । ସରକାରଙ୍କ ବାପାଙ୍କ ଚାକର ଭଳି ବ୍ୟବହାର କରୁଛନ୍ତି। ଆମ ଆଦମୀର ସରକାର ନୁହେଁ ବିଧାୟକଙ୍କୁ ମାଡ ମାରୁଛନ୍ତି। ଏ ରାଜ୍ୟରେ ନ୍ୟାୟ ବୋଲି କିଛିନାହିଁ। ବିଧାୟକମାନେ ବିଧାନସଭାକୁ ଯିବା ଉଚିତ। ହେଲେ ବିଧାୟକଙ୍କୁ ଭିତରକୁ ନ ଛାଡି ଏମାନେ ଅନ୍ୟାୟ କରୁଛନ୍ତି। କାଲି ରାତିରେ ପୋଲିସ ଫୋର୍ସ ପଠାଇ ଆମକୁ ଟେକି ନେଇ ମାଡ ମରାଇଛନ୍ତି । ଦେହରେ ଚିହ୍ନ ଅଛି ମୁଁ ମିଛ କହୁନି । ଆମେ କେବଳ ମହିଳାମାନଙ୍କ ସୁରକ୍ଷା ଦାବି କରିଥିଲୁ । ଆମେ ପ୍ରତିବାଦ କଲୁ କି ଆମକୁ ନ୍ୟାୟ ଦିଅ,ଗୃହ କମିଟି ଗଠନ କର । ଆମକୁ କହିବାର ସୁଯୋଗ ଦେଲେନି କିନ୍ତୁ ସିଧା ସସ୍‌ପେଣ୍ଡ୍‌ କରିଦେଲେ ।

ବିଧାନସଭାରୁ ନିଲମ୍ବିତ ହୋଇଛି କଂଗ୍ରେସ । କଂଗ୍ରେସର ୧୪ରୁ ୧୪ ବିଧାୟକ ବିଧାନସଭାରୁ ନିଲମ୍ବିତ ହୋଇଛନ୍ତି । ଗତକାଲି ୧୨ ବିଧାୟକଙ୍କ ପରେ, ଆଜି ଆଉ ବାକି ୨ ବିଧାୟକଙ୍କୁ ସସପେଣ୍ଡ କରିଛନ୍ତି ବାଚସ୍ପତି । ଆଜି ବିଧାନସଭାରେ ତାରା ବାହିନୀପତି ଏବଂ ରମେଶ ଜେନାଙ୍କ ନାଁ ନେଇ ବାଚସ୍ପତି କହିଥିଲେ ଯେ, ଗୃହରେ ବିଶୃଙ୍ଖଳା ସୃଷ୍ଟି କରିବା ସହ ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଓ ବାଚସ୍ପତିଙ୍କ ଆସନକୁ ଏହି ଦୁଇ ବିଧାୟକ ଅବମାନନା କରୁଛନ୍ତି । ତେଣୁ ଏହି ଦୁଇ ବିଧାୟକଙ୍କୁ ନିଲମ୍ବନ କରିଥିବା ନେଇ ବାଚସ୍ପତି ସୂଚନା ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri