ଭବାନୀପାଟଣା,୫।୯(ଉତ୍ତମ କୁମାର ଦାଶ)-ଭୁବନେଶ୍ୱର ଲୋକସେବା ଭବନ କନଭେନସେନ ସେଣ୍ଟରଠାରେ ଶୁକ୍ରବାର ‘ରାଜ୍ୟସ୍ତରୀୟ ଗୁରୁ ଦିବସ ଉତ୍ସବ’ ଓ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ’ ଅନୁଷ୍ଠିତ ହୋଇଥିଲା। ଏଥିରେ ଶିକ୍ଷାଦାନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଶ୍ରେଷ୍ଠ ଶିକ୍ଷକ,ବ୍ଲକ ଶିକ୍ଷାଅଧିକାରୀ,ଜିଲା ଶିକ୍ଷାଅଧିକାରୀ ମାନଙ୍କୁ ଏହି ଅବସରରେ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ରେ ସମ୍ମାନିତ କରାଯାଇଛି। ଏହି ଅବସରରେ କଳାହାଣ୍ଡି ଜିଲାର ନର୍ଲା ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) ତପିମଣି ଜାନିଙ୍କୁ ସର୍ବଶ୍ରେଷ୍ଠ ବିଇଓ ଭାବେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରରେ ସମ୍ମାନିତ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉପସ୍ଥିତରେ ତାଙ୍କୁ ଏହି ସମ୍ମାନରେ ସମ୍ମାନୀତ କରାଯାଇଥିଲା। ଏହି ସମୟରେ ରାଜ୍ୟର ୧୦ ଜଣ ବିଇଓଙ୍କ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରାଯାଇଥିଲା। ଗତ ବର୍ଷ ମଧ୍ୟ ବିଇଓ ଜାନି ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଥିଲେ। ଦିତୀୟ ଥର ପାଇଁ ପୁଣି ବିଇଓ ଜାନି ମୁଖ୍ୟମନ୍ତ୍ରୀ ପୁରସ୍କାର ପାଇ କଳାହାଣ୍ଡି ଜିଲା ପାଇଁ ଗୌରବ ଆଣିଛନ୍ତି। ଏହି ସଫଳତା ପାଇଁ ଜିଲାର ବିଭିନ୍ନ ମହଲରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି।


