ଆପଣ-ଶାଶୁ ଯେମିତି ଭଲରେ ଅଛନ୍ତି, ଆମକୁ ସେମିତି ରହିବାକୁ ଦିଅନ୍ତୁ: ତପସ୍ବିନୀ

ବ୍ରହ୍ମପୁର ଅଫିସ,୪।୧: ଯାହା ଚାହୁଁଥିଲେ ତାହା ହିଁ ହେଲା। ଦୀର୍ଘ ୪୪ ଦିନ ଧାରଣାରେ ବସିବା ପରେ ଛତ୍ରପୁର କୋର୍ଟଙ୍କ ରାୟ ତପସ୍ବିନୀ ଦାଶଙ୍କ ସପକ୍ଷରେ ଆସିଛି। ଏହା ଶୁଣିବା ପରେ ଖୁସିରେ କାନ୍ଦି ପକାଇଛନ୍ତି ସେ। ପ୍ରତିକ୍ରିୟା ଦେଇ ଧର୍ମର ଜୟ ହୋଇଛି, ସତ୍ୟର ଜୟ ହୋଇଛି ବୋଲି ସେ କହିବା ସହ ସୁମିତଙ୍କୁ ପାଇବା ଲାଗି ପ୍ରଭୁ ଜଗନ୍ନାଥ ମୋତେ ସାହା ହେଲେ ବୋଲି କହିଛନ୍ତି। ଏହାଛଡ଼ା ଶ୍ୱଶୁରଙ୍କ ଉଦ୍ଦେଶ୍ୟରେ ଆପଣ ଓ ଶାଶୁ ଯେମିତି ଭଲରେ ଅଛନ୍ତି, ଆମକୁ ସେମିତି ରହିବାକୁ ଦିଅନ୍ତୁ ବୋଲି ଗଣମାଧ୍ୟମ ସମ୍ମୁଖରେ ତପସ୍ବିନୀ ଅନୁରୋଧ କରିଛନ୍ତି।

ପ୍ରକାଶ ଯେ, ତପସ୍ବିନୀ-ସୁମିତ ବୈବାହିକ ଜୀବନର ବିବାଦ ମାମଲାରେ ଛତ୍ରପୁର ଜିଲା କୋର୍ଟ ମଙ୍ଗଳବାର ବଡ଼ ରାୟ ଦେଇଥିଲେ। ସୁମିତଙ୍କ ବ୍ରହ୍ମାନଗରସ୍ଥିତ ଘରେ ତପସ୍ବିନୀ ରହିବେ। ଏହାଛଡ଼ା ମାସିକ ତାଙ୍କୁ ୧୭ ହଜାର ଟଙ୍କା ସୁମିତ ଦେବେ। ଏହା ପାଇବା ପରେ ସେ ଏକ ରସିଦ ସୁନିତଙ୍କୁ ଦେବେ ବୋଲି ସେ କହିଥିଲେ।