ଶାହାରୁଖଙ୍କ ସହ କାମ କରିବେ ତାପସୀ!

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ତାପସୀ ପନ୍ନୁ ଲୁକ୍‌ ଏବଂ ଅଭିନୟକୁ ନେଇ ଚର୍ଚ୍ଚାରେ ରୁହନ୍ତି। ୨୦୨୧ରେ ତାପସୀଙ୍କର ଦୁଇଟି ଫିଲ୍ମ ହସିନ ଦିଲ୍‌ରୁବା ଏବଂ ରଶ୍ମୀ ରକେଟ ହିଟ୍‌ ହୋଇଥିଲା। ବର୍ତ୍ତମାନ ଏହି ଅଭିନେତ୍ରୀ ଅଭିନେତା ଶାହାରୁଖ ଖାନ୍‌ଙ୍କ ସହ ଫିଲ୍ମ ‘ସାଉଟ୍‌ ଫର୍ମ ଦ ରୁଫଟପ’ ନଜର ଆସିବେ। ଅଭିନେତ୍ରୀ ଏହି ଫିଲ୍ମ ପାଇଁ ଉତ୍ସାହିତ ଥିବା ଏକ ସାକ୍ଷାତକାରରେ କହିଛନ୍ତି। ନିଜର ଆଗାମୀ ପ୍ରୋଜେକ୍ଟ ବିଷୟରେ ତାପସୀ କହିଛନ୍ତି, ୨୦୨୨ରେ ଅନେକ ଫିଲ୍ମ ଲାଇନ୍‌ରେ ଅଛି। କିନ୍ତୁ ଶାହରୁଖଙ୍କ ସହ କାମ କରିବା ପାଇଁ ବେଶ୍‌ ଖୁସି ଅଛି। ହେଲେ ଏ ପର୍ଯ୍ୟନ୍ତ କୌଣସି ଚୂଡାନ୍ତ ନିଷ୍ପତ୍ତି ହୋଇନାହିଁ। ଏହା ଲୁଚାଇବା ଖବର ନୁହେଁ ଯେତେବେଳେ ଚୂଡାନ୍ତ ହେବ ସମସ୍ତଙ୍କୁ ଜଣାଇବେ ବୋଲି ତାପସୀ କହିଛନ୍ତି।

Share