Categories: ବାଣିଜ୍ୟ

ଗୁଣାତ୍ମକ ଉତ୍ପାଦ ଯୋଗାଉଛି ଟାପାରିଆ

ନୂଆଦିଲ୍ଲୀ,୧।୩: ଦେଶର ପ୍ରମୁଖ ହ୍ୟାଣ୍ଡ୍‌ ଟୁଲ୍ସ ଉତ୍ପାଦକ ଟାପାରିଆ ଟୁଲ୍ସ ବଜାରରେ ବର୍ତ୍ତମାନ ମଧ୍ୟ ପ୍ରାଧାନ୍ୟ ବଜାୟ ରଖିଛି। ଏହାର ମୂଳ ଲକ୍ଷ୍ୟ ସର୍ବଦା ଅନେକ ଶିଳ୍ପ କ୍ଷେତ୍ର ପାଇଁ ଉନ୍ନତ ହ୍ୟାଣ୍ଡ ଟୁଲ୍‌ ପ୍ରଦାନ କରିଥାଏ। ବିଶେଷକରି ବିମାନ ଚଳାଚଳ, ନିର୍ମାଣ ଏବଂ ଭିତ୍ତିଭୂମି, ଆସବାବପତ୍ର, ଅଟୋମୋବାଇଲ ଏବଂ ଅଟୋ ସେବା ଭଳି କାର୍ଯ୍ୟରେ ବିନିଯୋଗ ହେଉଛି।
ସେହିଭଳି ୧୯୬୯ରେ ସୁଇଡେନ୍‌ର ଏ.ବି.ବାଚୋଙ୍କ ସହ ଟେକ୍ନୋଲୋଜିକାଲ ସହଭାଗିତା ପରଠାରୁ କ୍ରମାଗତ ଭାବେ ହ୍ୟାଣ୍ଡ ଟୁଲ୍ସ୍‌ ଉତ୍ପାଦନ କରିଆସିଛି, ଯାହା କେବଳ ଭାରତୀୟ ନୁହେଁ ଅନ୍ତର୍ଜାତୀୟ ମାନଦଣ୍ଡକୁ ମଧ୍ୟ ପୂରଣ କରିଥାଏ। ବିଶେଷକରି ପ୍ରିମିୟମ କଞ୍ଚାମାଲ ଏବଂ କଠୋର ଗୁଣ ବ୍ୟବହାର କରି ଉକ୍ତ ହ୍ୟାଣ୍ଡ୍‌ ଟୁଲ୍ସ ଉତ୍ପାଦିତ ହୁଏ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।
ସେହିପରି ନିୟନ୍ତ୍ରଣ ପ୍ରଣାଳୀ, ଉଚ୍ଚ କ୍ଷମତାସମ୍ପନ୍ନ ହାତ ଉପକରଣଗୁଡ଼ିକର ବିତରଣକୁ ସକ୍ଷମ କରିଥାଏ। ଏପରିକି ହାତ ସାଧନଗୁଡ଼ିକର ଉତ୍ପାଦନ ଏକ ଶ୍ରମ-ଆବଶ୍ୟକ,ଉଚ୍ଚ-ବୈଷୟିକ ଉତ୍ପାଦନ ଆବଶ୍ୟକ କରିଥାଏ। ଏହାର ପ୍ରଣାଳୀ କମ୍ପାନୀର ଏମ୍‌ଆଇଡିସି ସାତପୁର କଲୋନି ନାସିକରେ ଏକ ସୁସଜ୍ଜିତ ଓ ସମ୍ପୂର୍ଣ୍ଣ ଉପକରଣ ସୁବିଧା ତିଆରି କରିବା ପାଇଁ ଆବଶ୍ୟକ ଗୋଟିଏ ସ୍ଥାନରେ ରଖାଯାଇଛି। ଏ ସମ୍ପର୍କରେ ଟାପାରିଆ ଟୁଲ୍ସର ସିଏମ୍‌ଡି ଏଚ୍‌.ଏନ୍‌. ଟାପାରିଆ କହିଛନ୍ତି, ସମସ୍ତ ଟାପାରିଆ ହ୍ୟାଣ୍ଡ ଟୁଲ୍‌ସ ଏର୍ଗୋନୋମିକାଲି ଇଞ୍ଜିନିୟରିଂ ସହ ସର୍ବାଧିକ ଦକ୍ଷତା, ନିରାପତ୍ତା ଏବଂ ଆରାମଦାୟକ ହୋଇଥାଏ। ବିଶେଷ କରି ଅଳ୍ପ ଅପରେଟର ଥକ୍କା ସହ ସ୍ଥାୟୀ ବ୍ୟବହାର ପାଇଁ କଠିନ ନିର୍ମିତ ସେଗୁଡିକ ଯାଞ୍ଚ କରାଯାଏ।

Share