Categories: ଜାତୀୟ

୮ ବର୍ଷ ପରେ ଭାରତରେ ତାଞ୍ଜାନିଆ ରାଷ୍ଟ୍ରପତି

ନୂଆଦିଲ୍ଲୀ,୯।୧୦: ତାଞ୍ଜାନିଆ ରାଷ୍ଟ୍ରପତି ସାମିଆ ସୁଲୁହୁ ହାସନ ତିନି ଦିନିଆ ଭାରତ ଗସ୍ତରେ ଆସି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ରାଷ୍ଟ୍ରପତି ପଦ ଗ୍ରହଣ କରିବା ପରେ ସାମିଆଙ୍କ ଏହା ହେଉଛି ପ୍ରଥମ ଭାରତ ଗସ୍ତ। ଏହାସହ ଆଠ ବର୍ଷ ପରେ ତାଞ୍ଜାନିଆର କୌଣସି ରାଷ୍ଟ୍ରପତି ଭାରତ ଗସ୍ତରେ ଆସିଛନ୍ତି। ଆଫ୍ରିକୀୟ ଦେଶ ତାଞ୍ଜାନିଆ ସହିତ ଚାଇନା ବର୍ତ୍ତମାନ ସାମରିକ ଏବଂ ଅର୍ଥନୈତିକ ସମ୍ପର୍କ ରଖିଛି, ଯାହା ଐତିହାସିକ ଭାବରେ ଭାରତର ନିକଟତର ଥିଲା। ଚାଇନା କବଳରୁ ମୁକ୍ତି ପାଇବାକୁ ଚାହୁଁଥିବା ତାଞ୍ଜାନିଆ ସହ ଅର୍ଥନୈତିକ ଏବଂ ପ୍ରତିରକ୍ଷା ଚୁକ୍ତିନାମା ସ୍ବାକ୍ଷର କରି ଅଧିକ ସମ୍ପର୍କ ସ୍ଥାପନ କରିବାକୁ ନଜର ରଖିଛି ଭାରତ।
ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି ଏକ୍ସରେ କହିଛନ୍ତି ଯେ, ତାଞ୍ଜାନିଆର ରାଷ୍ଟ୍ରପତି ସାମିଆ ସୁଲୁହୁ ହାସନ ଭାରତ ଗସ୍ତରେ ଆସିଛନ୍ତି। ସ ସୋମବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ। ସେ ଏବଂ ପ୍ରଧାନମନ୍ତ୍ରୀ ମୋଦି ଦ୍ୱିପାକ୍ଷିକ ଆଲୋଚନା କରିବେ। ରବିବାର ସନ୍ଧ୍ୟାରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ତାନଜାନିଆର ରାଷ୍ଟ୍ରପତିଙ୍କୁ ଭେଟିଥିଲେ।

Share