Categories: ଖେଳ

ଟି-୨୦ରେ ଇତିହାସ ରଚିଲା ତାଞ୍ଜାନିଆ

ତାଞ୍ଜାନିଆର ମହିଳା ଦଳ ଟି-୨୦ରେ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଅନ୍ତର୍ଜାତୀୟ ଟି -୨୦ ମ୍ୟାଚରେ ଦୁଇଥର ୨୦୦ କିମ୍ବା ଅଧିକ ରନ ଜିତିବାରେ ପ୍ରଥମ ମହିଳା ଦଳ ହୋଇପାରିଛି ତାଞ୍ଜାନିଆ। ମୋଜାମ୍ବିକ ବିପକ୍ଷରେ ଦଳ ଏହି ପ୍ରଦର୍ଶନ କରିଛି। ମହିଳା ଟି -୨୦ ବିଶ୍ୱକପ କ୍ୱାଲିଫାୟର ମ୍ୟାଚରେ ପ୍ରଥମେ ଖେଳୁଥିବାବେଳେ ତାଞ୍ଜାନିଆ ୪ ଉଇକେଟ୍‌ ହରାଇ ୨୨୮ ରନ ସଂଗ୍ରହ କରିଥିଲା। ଏହାର ଜବାବରେ ମୋଜାମ୍ବିକର ଦଳ ମାତ୍ର ୨୮ ରନ ସ୍କୋର କରିବା ପରେ ଅଲଆଉଟ ହୋଇଥିଲେ। ଫଳରେ ଦଳ ୨୦୦ ରନରେ ମ୍ୟାଚ ଜିତିଥିଲା। ମୋଜାମ୍ବିକ ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ତାଞ୍ଜାନିଆର ଓପନର୍‌ ବ୍ୟାଟ୍ସମ୍ୟାନ ଫାତୁମା କିବାସୁ ୬୨ ରନ ସ୍କୋର କରି ଦଳକୁ ଭଲ ଆରମ୍ଭ କରିଥିଲେ।

Share