ଗୁମର ଖୋଲିଦେଲେ ତାନ୍ୟା: ବିଗ୍‌ ବସ୍‌ରୁ ଆସିବା ପରେ….

ମୁମ୍ବାଇ:ଶେଷ ହୋଇଛି ‘ବିଗ୍‌ ବସ୍‌ ୧୯’। ଏହି ଶୋ’ରେ ସବୁଠୁ ଚର୍ଚ୍ଚାରେ ଥିବା ଆଧ୍ୟାତ୍ମିକ କଣ୍ଟେଣ୍ଟ କ୍ରିଏଟର ତାନ୍ୟା ମିତ୍ତଲଙ୍କୁ ଚତୁର୍ଥ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ‘ବିଗ୍‌ ବସ୍‌ ୧୯’ ଘରୁ ବାହାରିବା ପରେ ତାନ୍ୟା ରାଗିଯାଇଛନ୍ତି। ସେ କହିଛନ୍ତି, ଶୋ’ ଛାଡ଼ିବା ପରଠାରୁ କୌଣସି ଘରର ସଦସ୍ୟଙ୍କ ସହ କଥା ହୋଇନାହାନ୍ତି। ଘରର ପ୍ରାୟ ପ୍ରତ୍ୟେକ ସଦସ୍ୟ କୌଣସି ନା କୌଣସି ସମୟରେ ତାଙ୍କ ଉପରେ ଚିତ୍କାର କରିଥିଲେ। ଏହା ତାଙ୍କୁ ସବୁଠୁ ଅଧିକ ପ୍ରଭାବିତ କରିଥିଲା। ଘରର ସ୍ମୃତି ମୋ ଉପରେ ଭାରି ପଡ଼ିଛି। ଏପରି ଜଣେ ବି ବ୍ୟକ୍ତି ନାହାନ୍ତି ଯିଏ ମୋ ଉପରେ ରାଗିନାହାନ୍ତି। କିନ୍ତୁ ମୁଁ ସେମାନଙ୍କୁ କହିଥିଲି, ମୋତେ ଏସବୁ ଫରକ ପଡ଼େ ନାହିଁ। ମୁଁ ଧୀରେ ଧୀରେ ମୋର ତୁଣ୍ଡକୁ ସ୍ବାଭାବିକ କରୁଛି କାରଣ ମୋତେ ଗ୍ବାଲିୟର ଯିବାକୁ ପଡିବ। ସେଠାକାର ଲୋକମାନେ ଏତେ ପାଟି କରନ୍ତି ନାହିଁ, ସେମାନେ ବହୁତ ଭଲରେ କଥା ହୁଅନ୍ତି। ବର୍ତ୍ତମାନ ମୁଁ କାହା ସହ କଥା ହେବାକୁ ଚାହୁଁନାହିଁ। ଏହି ସମୟରେ ତାନ୍ୟା ଫଟୋଗ୍ରାଫର ଏବଂ ସିକ୍ୟୁରିଟିଙ୍କ ଉପରେ ମଧ୍ୟ ପ୍ରବଳ ରାଗିଯାଇଥିଲେ। ଏଥର ଅନୁପମା ଫେମ ଗୌରବ ଖାନ୍ନା ‘ବିଗ୍‌ ବସ୍‌ ୧୯’ ଟ୍ରଫି ଜିତିଥିଲେ। ତାଙ୍କୁ ୫୦ ଲକ୍ଷ ଟଙ୍କା ପୁରସ୍କାର ମିଳିଥିଲା। ଅଭିନେତ୍ରୀ ଫରାନ୍ନା ଭଟ୍ଟ ପ୍ରଥମ ରନର ଅପ୍‌ ଏବଂ ହାସ୍ୟାଭିନେତା ପ୍ରଣୀତ ମୋରେ ଦ୍ୱିତୀୟ ରନର ଅପ୍‌ ହୋଇଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ହାଇସ୍କୁଲ ପରିଚାଳନା କମିଟି ଗଠନ ପାଇଁ ବସିଥିଲା ସଭା: ଆସିଲେନି ବିଧାୟକ, ସ୍ଥଗିତ ରହିଲା…

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବି. ତୁରୁବୁଡ଼ି ପଞ୍ଚାୟତ ହାଇସ୍କୁଲ ପରିଚାଳନା କମିଟି ଗଠନ ନିମନ୍ତେ ସୋମବାର ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

ପଲିଥିନ ତଳେ ୫ ପ୍ରାଣୀଙ୍କ ବିତୁଛି ଜୀବନ: ବ୍ଲକ ଅଧ୍ୟକ୍ଷ, ଜିଲା ପରିଷଦଙ୍କ ନିଜ ପଞ୍ଚାୟତରେ ଏଭଳି ଚିତ୍ର

ଥୁଆମୂଳ ରାମପୁର,୧୬।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡ ଜିଲା ଥୁଆମୂଳ ରାମପୁର ବ୍ଲକ ଅଧୀନସ୍ଥ ଗୁଣୁପୁର ଗ୍ରାମପଞ୍ଚାୟତରୁ ଆସିଛି ଏକ ଲଜ୍ଜାଜନକ ତଥ୍ୟ। ଯେଉଁ ପଞ୍ଚାୟତ ବ୍ଲକ ଅଧ୍ୟକ୍ଷ…

‘ଏହି ୩ ବିଧାୟକ ଏଭଳି କାମ କରିବେ ବୋଲି କେବେ ଭାବିନଥିଲି, ଛେଳି,ମେଣ୍ଢା ଭଳି ବିକ୍ରି ହୋଇଗଲେ’…

ଭୁବନେଶ୍ୱର,୧୬।୩: ଅପେକ୍ଷାର ଅନ୍ତ ଘଟିଛି । ରାଜ୍ୟ ସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ତେବେ କ୍ରସ୍‌ ଭୋଟିଂକୁ ନେଇ ପିସିସି ସଭାପତି ଭକ୍ତ ଚରଣ…

ଛିଡା ହୋଇଛି ପାଣି ଟ୍ୟାଙ୍କର, ତଳୁ ଚକା ଖୋଲି ନେଇଗଲେ…

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଫାସିଗୁଡା ପଞ୍ଚାୟତ ଧେରେଣ୍ଡି ଗ୍ରାମ ନିକଟରେ ଜଳସେଚନ ବିଭାଗ ପକ୍ଷରୁ କେନାଲ ଉନ୍ନତିକରଣ କାମ ପାଇଁ ବ୍ୟବହାର…

ରାଜ୍ୟ ସଭା ନିର୍ବାଚନରେ ବିଜେଡି ଖାଇଲା ଚକ୍‌ମା, ଏମାନେ କରିଛନ୍ତି କ୍ରସ୍‌ ଭୋଟିଂ, ସାମ୍ନାକୁ ଆସିଲା ନାଁ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି। ଭାଜପାର ୨ ପ୍ରାର୍ଥୀ ମନମୋହନ ସାମଲ ଓ ସୁଜିତ୍‌ କୁମାର ଏବଂ ବିଜେଡିର ସଂତୃପ୍ତ ମିଶ୍ର ବିଜୟୀ…

ମାଓବାଦୀଙ୍କୁୁ ବଡ଼ ଧକ୍କା: ଲୁଚାଇ ରଖିଥିବା ବିସ୍ଫୋରକ ସାମଗ୍ରୀ ଜବତ

ମାଲକାନଗିରି,୧୬।୩(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ସୁକୁମା ଜିଲାରେ୨୨୬ ବାଟାଲିୟନ ସିଆରପିଏଫ୍‌ ଯବାନ ସ୍ୱତନ୍ତ୍ର ଆମ୍ୱୁସ ଅପରେଶନ କରୁଥିବାବେଳେ ଗୋମଗୁଡ଼ା ଗ୍ରାମର ପୋଡିୟମପାରା ଅଞ୍ଚଳରେ ଏକ…

ରାଜ୍ୟ ସଭା ନିର୍ବାଚନ: ବିଜୟ ପରେ ବିଜେଡି, କଂଗ୍ରେସ ବିଧାୟକଙ୍କୁ ଏମିତି କହିଲେ ଦିଲ୍ଲୀପ ରାୟ

ଭୁବନେଶ୍ୱର,୧୬।୩: ଓଡ଼ିଶା ରାଜ୍ୟସଭା ନିର୍ବାଚନର ସବୁଠାରୁ ଚର୍ଚ୍ଚିତ ଆସନରେ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ ବିଜୟୀ ହୋଇଛନ୍ତି। ଭାଜପା ସମର୍ଥିତ ଏହି ଅଭିଜ୍ଞ ନେତାଙ୍କ ବିଜୟ ପରେ…

ଏସିଆନ ଫୁଟବଲ କନଫେଡେରେଶନର ବଡ଼ ଘୋଷଣା: ଇରାନ ଫିଫା ବିଶ୍ୱକପ୍‌ ଖେଳିବ

କୁଆଲାଲୁମ୍ପୁର,୧୬ା୩: ଆସନ୍ତା ଜୁନରେ ଆମେରିକା, କାନାଡା ଓ ମେକ୍ସିକୋରେ ହେବାକୁ ଥିବା ଫିଫା ବିଶ୍ୱକପ୍‌ରେ ଇରାନ ଖେଳିବ। ଏ ନେଇ ଏସିଆନ ଫୁଟବଲ କନଫେଡେରେଶନ (ଏଏଫ୍‌ସି) ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri