ଗୁମର ଖୋଲିଦେଲେ ତାନ୍ୟା: ବିଗ୍‌ ବସ୍‌ରୁ ଆସିବା ପରେ….

ମୁମ୍ବାଇ:ଶେଷ ହୋଇଛି ‘ବିଗ୍‌ ବସ୍‌ ୧୯’। ଏହି ଶୋ’ରେ ସବୁଠୁ ଚର୍ଚ୍ଚାରେ ଥିବା ଆଧ୍ୟାତ୍ମିକ କଣ୍ଟେଣ୍ଟ କ୍ରିଏଟର ତାନ୍ୟା ମିତ୍ତଲଙ୍କୁ ଚତୁର୍ଥ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ‘ବିଗ୍‌ ବସ୍‌ ୧୯’ ଘରୁ ବାହାରିବା ପରେ ତାନ୍ୟା ରାଗିଯାଇଛନ୍ତି। ସେ କହିଛନ୍ତି, ଶୋ’ ଛାଡ଼ିବା ପରଠାରୁ କୌଣସି ଘରର ସଦସ୍ୟଙ୍କ ସହ କଥା ହୋଇନାହାନ୍ତି। ଘରର ପ୍ରାୟ ପ୍ରତ୍ୟେକ ସଦସ୍ୟ କୌଣସି ନା କୌଣସି ସମୟରେ ତାଙ୍କ ଉପରେ ଚିତ୍କାର କରିଥିଲେ। ଏହା ତାଙ୍କୁ ସବୁଠୁ ଅଧିକ ପ୍ରଭାବିତ କରିଥିଲା। ଘରର ସ୍ମୃତି ମୋ ଉପରେ ଭାରି ପଡ଼ିଛି। ଏପରି ଜଣେ ବି ବ୍ୟକ୍ତି ନାହାନ୍ତି ଯିଏ ମୋ ଉପରେ ରାଗିନାହାନ୍ତି। କିନ୍ତୁ ମୁଁ ସେମାନଙ୍କୁ କହିଥିଲି, ମୋତେ ଏସବୁ ଫରକ ପଡ଼େ ନାହିଁ। ମୁଁ ଧୀରେ ଧୀରେ ମୋର ତୁଣ୍ଡକୁ ସ୍ବାଭାବିକ କରୁଛି କାରଣ ମୋତେ ଗ୍ବାଲିୟର ଯିବାକୁ ପଡିବ। ସେଠାକାର ଲୋକମାନେ ଏତେ ପାଟି କରନ୍ତି ନାହିଁ, ସେମାନେ ବହୁତ ଭଲରେ କଥା ହୁଅନ୍ତି। ବର୍ତ୍ତମାନ ମୁଁ କାହା ସହ କଥା ହେବାକୁ ଚାହୁଁନାହିଁ। ଏହି ସମୟରେ ତାନ୍ୟା ଫଟୋଗ୍ରାଫର ଏବଂ ସିକ୍ୟୁରିଟିଙ୍କ ଉପରେ ମଧ୍ୟ ପ୍ରବଳ ରାଗିଯାଇଥିଲେ। ଏଥର ଅନୁପମା ଫେମ ଗୌରବ ଖାନ୍ନା ‘ବିଗ୍‌ ବସ୍‌ ୧୯’ ଟ୍ରଫି ଜିତିଥିଲେ। ତାଙ୍କୁ ୫୦ ଲକ୍ଷ ଟଙ୍କା ପୁରସ୍କାର ମିଳିଥିଲା। ଅଭିନେତ୍ରୀ ଫରାନ୍ନା ଭଟ୍ଟ ପ୍ରଥମ ରନର ଅପ୍‌ ଏବଂ ହାସ୍ୟାଭିନେତା ପ୍ରଣୀତ ମୋରେ ଦ୍ୱିତୀୟ ରନର ଅପ୍‌ ହୋଇଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

WPL: ଫାଇନାଲରେ ପହଞ୍ଚିଲା ଆର୍‌ସିବି

ଭଦୋଦରା,୨୯ା୧- ଚଳିତ ଓମେନ୍ସ ପ୍ରିମିୟର ଲିଗ୍‌ (ଡବ୍ଲ୍ୟୁପିଏଲ୍‌)ରେ ଗୁରୁବାର ଖେଳାଯାଇଥିବା ଲିଗ୍‌ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ଅତି ସହଜରେ ୮ ଉଇକେଟରେ ୟୁପି ଓ୍ବାରିଅର୍ସକୁ…

ବିବାହର ପ୍ରଲୋଭନ ଦେଖାଇ ସମ୍ପର୍କ: ଯୁବତୀଙ୍କୁ ଏବେ ୪ ମାସର ଗର୍ଭବତୀ

ଜୟପୁର, ୨୯।୧(ପବନ ପାଣିଗ୍ରାହୀ): ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ତାଙ୍କୁ ଗର୍ଭବତୀ ଓ ପରେ ପ୍ରତାରଣା କରିବା ଅଭିଯୋଗରେ ଜୟପୁର ମହିଳା ପୋଲିସ ଜଣେ ଯୁବକଙ୍କୁ ଗିରଫ…

ଅସଲି ଟ୍ରେଡିଂ କମ୍ପାନୀର ଫେକ୍‌ ଆପ୍‌, ହ୍ବାଟ୍ସଆପ୍‌ ଗ୍ରୁପ କରି ଲୁଟିଥିଲେ ୯୪.୬୨ ଲକ୍ଷ ଟଙ୍କା; ୩ ଯୁବକଙ୍କୁ ବାନ୍ଧିଲା…

ଦେବଗଡ, ୨୯ା୧ (ଶଶାଙ୍କ ଶେଖର ଝାଙ୍କର): ଅବସର ପ୍ରାପ୍ତ ଜଣେ ସରକାରୀ କର୍ମଚାରୀଙ୍କ ଠାରୁ ୯୪ ଲକ୍ଷ ୬୨ ହଜାର ୪୬୧ ଟଙ୍କା ସାଇବର ଠକେଇ ଅଭିଯୋଗରେ…

ମୋରମ ପାଇଁ ପାହାଡ଼ କାଟିଦେଲା ପୂର୍ତ୍ତ ବିଭାଗ, ବାରିଝୋଲା ଗ୍ରାମବାସୀ…

ରାୟଗଡ଼ା,୨୯।୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବ୍ଲକ ହାଲୁଆ ପଞ୍ଚାୟତ ଅନ୍ତର୍ଗତ ବାରିଝୋଲା ଗ୍ରାମସ୍ଥିତ ପଦ୍ମାବତୀ ହରିକୁପା ପାହାଡ଼ରୁ ଚାଲିଛି ମୋରମ ଖନନ। ତେବେ ମୋରମ ଖନନ ଯୋଗୁ…

ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ଟଳିପଡ଼ିଲେ ଭକ୍ତ: ମହାପ୍ରଭୁଙ୍କ ଦର୍ଶନ ହେଲା…

ପୁରୀ,୨୯ା୧(ଅଜିତ୍‌ କୁମାର ମହାନ୍ତି): ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିବା ଜଣେ ଭକ୍ତଙ୍କର ଉତ୍ତରଦ୍ୱାର ନିକଟ ପରିକ୍ରମା…

ଲାଞ୍ଚ ନେବା ପଡ଼ିଲା ମହଙ୍ଗା: ପୂର୍ବତନ ବହୁମୁଖୀ ସ୍ବାସ୍ଥ୍ୟ ପରିଦର୍ଶକଙ୍କୁ ୨ବର୍ଷ ଜେଲ

ସୁନ୍ଦରଗଡ,୨୯ା୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ର ଭିଜିଲାନ୍ସ କୋର୍ଟ ଗୁରୁବାର ଏକ ଲାଞ୍ଚ ମାମଲାର ରାୟ ପ୍ରକାଶ କରିଛି। ଭିଜିଲାନ୍ସ କୋର୍ଟର ସ୍ବତନ୍ତ୍ର ଜଜ୍‌ ଲାଞ୍ଚ ମାମଲାର ଶୁଣାଣି…

ଜିଲାସ୍ତରୀୟ କବାଡ଼ି: ଅନାମିକା କ୍ଲବ ଚାମ୍ପିୟନ

ସମ୍ବଲପୁର,୨୯ା୧(ବି.ଶଙ୍କର): ପ୍ରଗତୀ ସାମାଜିକ ଅନୁଷ୍ଠାନ ଆୟୋଜିତ ଜିଲାସ୍ତରୀୟ କବାଡି ପ୍ରତିଯୋଗିତା ଚେରୁଆପଡା ଫାର୍ମରୋଡଠାରେ ଉଦ୍‌ଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚ୍‌ ଅନାମିକା କ୍ଲବ ଏବଂ ପାଟଣେଶ୍ୱରୀ(କ) ଦଳ ମଧ୍ୟରେ…

ବନ ବିଭାଗ ଜାଲରେ ଚୋର: ଚୋରି କରୁଥିବା ବେଳେ ୪ ଜଣଙ୍କୁ କାବୁ କଲେ…

ଥୁଆମୂଳ ରାମପୁର, ୨୯।୧ (ଦୁର୍ଗା କୀର୍ତ୍ତି): ସରକାରୀ ପ୍ରକଳ୍ପରୁ ସାମଗ୍ରୀ ଚୋରି କରିବା ଚୋରଙ୍କୁ ମହଙ୍ଗା ପଡ଼ିଛି। ଗୋପାଳପୁର ପଞ୍ଚାୟତ ସ୍ଥିତ ପାଟଜୋର ଡଙ୍ଗର ବନୀକରଣ ପ୍ରକଳ୍ପରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri