Categories: ଫୁରସତ

ଲୋମ ଟାଙ୍କୁରା ଦୃଶ୍ୟ: କାର୍‌ରେ ପିଟିହୋଇ ପଡିଲେ ଟ୍ୟାଙ୍କର ଚକା ତଳେ, ଏତେ ପରେବି…

ରାସ୍ତାରେ ଯାଉଥିବା ସମୟରେ ସତର୍କତା ଅବଲମ୍ବନ କରିବା ଜରୁରୀ। ତେବେ ଅନେକ ସମୟରେ ବିପଦ କେଉଁଠୁ କେମିତି ଆସି ପହଞ୍ଚି ଯାଏ ତାହା ଜାଣିବା କଷ୍ଟକର। ନିକଟରେ ଭାଇରାଲ ହେଉଥିବା ଏକ ଭିଡିଓରେ ଏକ ଭୟଙ୍କର ଦୁର୍ଘଟଣା ଦେଖିବାକୁ ମିଳୁଛି। ଯାହାକୁ ଦେଖିଲେ ଲୋମ ଟାଙ୍କୁରି ଉଠିଲା ଭଳି ମନେହେବ। ମରଣ ମୁହଁରୁ ବ୍ୟକ୍ତି ଜଣଙ୍କ କିପରି ଫେରୁଛନ୍ତି ତାହା ଭିଡିଓରେ ଦେଖାଯାଇଛି। ଜଣେ ଯୁବକ କାର୍‌ ଏବଂ ଟ୍ରକ୍‌ ମଝିରେ ଥିବା ଛୋଟ ରାସ୍ତାରେ ଆସୁଛନ୍ତି। ଏହି ସମୟରେ ଜଣେ ମହିଳା କି ପୁରୁଷ ତାହା ସ୍ପଷ୍ଟ ହୋଇ ପାରୁ ନାହିଁ ସେ କାର୍‌ର ଡୋର ଖୋଲିଦେବାରୁ ହଠାତ ଯୁବକ ଜଣଙ୍କ ଟ୍ୟାଙ୍କର ଚକା ତଳକୁ ପଳାଇ ଯାଉଛନ୍ତି। ତାଙ୍କ ଭାଗ୍ୟ ଏତେ ଭଲ ସେଠାରୁ ସେ ମରଣ ମୁହଁରୁ ଫେରୁଛନ୍ତି। ସବୁଠୁ ବଡ଼ କଥା ତାଙ୍କ ଦେହରେ ଟିକେବି କ୍ଷତ ଚିହ୍ନ ନାହିଁ ।
ସିସିଟିଭି ଇଡିଅଟ୍‌ସ ଟୁଇଟର(ଏକ୍ସ) ଆକାଉଣ୍ଟରେ ଶେୟାର କରାଯାଇଛି। କ୍ୟାପଶନ ଲେ ଲେଖାଯାଇଛି, ଜଣେ ବେପରୁଆ ମହିଳାଙ୍କ କାରଣରୁ ପୁରୁଷଙ୍କ ଜୀବନ ବିପଦରେ ଥିଲା। ଏହି ଭିଡିଓ ୮୪ ଲକ୍ଷ ଭ୍ୟୁ ଯାଇଛି। ଏହା ସହ ଭଲ କମେଣ୍ଟ ମିଳୁଛି।

 

Share