ଟଙ୍କଧରଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ନାହିଁ ଆଶ୍ୱସ୍ତି: ଝାରସୁଗୁଡା ରାଜନୀତିରେ ପୁଣି ତେଜିଲା ଆଇନ ଯୁଦ୍ଧ

ଝାରସୁଗୁଡା,୧୨।୫(ଆଶିଷ ରଞ୍ଜନ ଦାଶ):ଝାରସୁଗୁଡା ରାଜନୀତିରେ ପୁଣି ତେଜିଛି ଆଇନ ଯୁଦ୍ଧ। ବିଧାୟକ ଟଙ୍କଧର ତ୍ରିପାଠୀଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ନାହିଁ ଆଶା କରାଯାଇଥିବା ଆଶ୍ୱସ୍ତି। ସୋମବାର ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଟଙ୍କଧର ତ୍ରିପାଠୀଙ୍କ ଦ୍ୱାରା ଦାଖଲ ସ୍ପେଶାଲ ଲିଭ ପିଟିସନକୁ ଖାରଜ କରିଦେବା ପରେ ଝାରସୁଗୁଡାର ରାଜନୈତିକ ମହଳରେ ଚର୍ଚ୍ଚା ବଢ଼ିଛି।

ଏହି ମାମଲାର ଆରମ୍ଭ ହୋଇଥିଲା ଝାରସୁଗୁଡା ନିର୍ବାଚନ ଫଳାଫଳକୁ କେନ୍ଦ୍ର କରି ପୂର୍ବତନ ବିଧାୟିକା ଦୀପାଳି ଦାସ ଓଡ଼ିଶା ହାଇକୋର୍ଟରେ ନିର୍ବାଚନୀ ପିଟିସନ ଦାଖଲ କରି ଟଙ୍କଧର ତ୍ରିପାଠୀଙ୍କ ବିଜୟକୁ ଚ୍ୟାଲେଞ୍ଜ କରିଥିଲେ। ସେଥିରେ ଶପଥପତ୍ର ଓ କିଛି ପ୍ରକ୍ରିୟାଗତ ତ୍ରୁଟି ଥିବା ଦର୍ଶାଇ ମାମଲାକୁ ପ୍ରାରମ୍ଭିକ ଅବସ୍ଥାରୁ ଖାରଜ କରିବାକୁ ଟଙ୍କଧରଙ୍କ ପକ୍ଷରୁ ଦାବି କରାଯାଇଥିଲା। କିନ୍ତୁ ହାଇକୋର୍ଟ ସେହି ଦାବିକୁ ଗ୍ରହଣ କରି ନ ଥିଲେ।

ହାଇକୋର୍ଟରେ ବିଫଳ ହେବା ପରେ ଟଙ୍କଧର ତ୍ରିପାଠୀ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ମେ ୧୧ରେ ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ହୋଇଥିଲା। ଶୁଣାଣି ପରେ ଆଦାଲତ କୌଣସି ଠୋସ ଆଧାର ନ ମିଳିବାରୁ ପିଟିସନକୁ ଖାରଜ କରିଦେଇଥିଲେ। ଏହା ସହିତ ସୁପ୍ରିମକୋର୍ଟରେ ଏହି ପର୍ଯ୍ୟାୟର ଆଇନ ଲଢେଇର ପର୍ଦ୍ଦା ପଡ଼ିଛି।

ସୁପ୍ରିମକୋର୍ଟର ଏହି ନିଷ୍ପତ୍ତି ପରେ ଦୀପାଳି ଦାସଙ୍କ ପକ୍ଷ ଆତ୍ମବିଶ୍ୱାସରେ ଭରିଯାଇଥିବା ବେଳେ, ଟଙ୍କଧରଙ୍କ ଶିବିରରେ ଚିନ୍ତା ବଢ଼ିଛି। ବର୍ତ୍ତମାନ ଏହି ମାମଲାର ମୁଖ୍ୟ ଶୁଣାଣି ଓଡ଼ିଶା ହାଇକୋର୍ଟରେ ଜାରି ରହିବ। ରାଜନୈତିକ ବିଶ୍ଳେଷକମାନଙ୍କ ମତରେ, ଏହି ମାମଲା ଆଗାମୀ ଦିନରେ ଝାରସୁଗୁଡା ରାଜନୀତିକୁ ନୂଆମୋଡ଼ ଦେଇପାରେ।

ଅନ୍ୟପଟେ, ଦୀପାଳି ଦାସଙ୍କ ପକ୍ଷରୁ ଆଇନଜୀବୀ ଅଭିଜ୍ଞାନ ଝା ସୁପ୍ରିମକୋର୍ଟରେ କ୍ୟାଭିଏଟ ଦାଖଲ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ ଦୀପାଳିଙ୍କ ଆଇନ ପ୍ରସ୍ତୁତି ମଜଭୁତ ଥିବା ସ୍ପଷ୍ଟ ହୋଇଛି। ଏବେ ସମସ୍ତଙ୍କ ନଜର ଓଡ଼ିଶା ହାଇକୋର୍ଟ ଉପରେ। ଝାରସୁଗୁଡାର ରାଜନୀତିରେ ଏହି ମାମଲା ଆଗକୁ କେଉଁ ଦିଗକୁ ଯିବ, ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?