Categories: ବାଣିଜ୍ୟ

ଭଦ୍ରକରେ ତନିସ୍କର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌

ଭୁବନେଶ୍ୱର,୨୬।୧: (ଅଭୟ ଦାଶ) ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ଟାଟା ଗ୍ରୁପ୍‌ର ପ୍ରମୁଖ କମ୍ପାନୀ (ଅଳଙ୍କାର ରିଟେଲ ଚେନ୍‌) ‘ତନିସ୍କ’ର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌ ଗୁରୁବାର ଭଦ୍ରକର ଛାପୁଲିଆ ବାଇପାସ୍‌ଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ତନିସ୍କର ପୂର୍ବାଞ୍ଚଳ ଆଞ୍ଚଳିକ ବ୍ୟବସାୟ ମୁଖ୍ୟ ସୋମପ୍ରଭ ସିଂହ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ତନିସ୍କର ପୂର୍ବାଞ୍ଚଳ ଆଞ୍ଚଳିକ ବ୍ୟବସାୟ ପ୍ରବନ୍ଧକ ଆଲୋକ ରଞ୍ଜନଙ୍କ ସମେତ ତନିସ୍କର ଭଦ୍ରକ ଷ୍ଟୋରର ସ୍ବତ୍ୱାଧିକାରୀ (ବ୍ୟବସାୟୀ ସହଯୋଗୀ) ଅବିନାଶ ଖେମ୍‌କା ଏବଂ ଖେମ୍‌କା ପରିବାରବୃନ୍ଦ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଏପରିକି ୫୦୦୦ ବର୍ଗଫୁଟ ପରିବ୍ୟାପ୍ତ ସ୍ଥାନରେ ବ୍ରାଣ୍ଡ୍‌ର ପ୍ରମୁଖ ଅଳଙ୍କାର ଯଥା ଧରୋହର, ରିଭାହ, ଷ୍ଟ୍ରିଙ୍ଗ୍‌ ଇଟ୍‌ ଏବଂ ଦିବ୍ୟାନୀ ଓ ମିଆ ଭଳି ଡିଜାଇନ ସାଙ୍ଗକୁ ସୁନା,ହୀରା, କୁନ୍ଦନ ଓ ପୋଲକି ସମେତ ପିଲାଙ୍କ ପାଇଁ ଆକର୍ଷଣୀୟ ଡିଜାଇନର ଗହଣା ସମ୍ଭାର ଉପଲବ୍ଧ।

ସେହିଭଳି ଉକ୍ତ ଷ୍ଟୋରରେ ମୁଦି ଓ କାନଫୁଲଠାରୁ ଆରମ୍ଭକରି ପେଣ୍ଟେଣ୍ଟ ,ନେକ୍‌ଲେସ, ବ୍ରେସ୍‌ଲେଟ୍‌ ଏବଂ ଚୂଡ଼ି ଭଳି ଭଳିକି ଭଳି ଅଳଙ୍କାର ଉପଲବ୍ଧ ରହିଛି। ଅପରପକ୍ଷରେ ଷ୍ଟୋର ପକ୍ଷରୁ ଉଦ୍‌ଘାଟନୀ ଅଫର ସମ୍ପର୍କରେ ମଧ୍ୟ ଘୋଷଣା କରାଯାଇଛି। ବିଶେଷକରି ଗ୍ରାହକମାନେ ପ୍ରତି କ୍ରୟ ଉପରେ ଏକ ମାଗଣା ସୁନାମୁଦ୍ରା ପାଇପାରିବେ। ଏହି ଅଫର ୨୦୨୪ ଜାନୁଆରୀ ୨୮ ପର୍ଯ୍ୟନ୍ତ ଉପଲବ୍ଧ ରହିଥିଲା ବେଳେ ହୀରା ଗହଣାର ମୂଲ୍ୟ ଉପରେ ତନିସ୍କ ଗ୍ରାହକଙ୍କୁ ୨୦% ପର୍ଯ୍ୟନ୍ତ ରିହାତି ଯୋଗାଇ ଦେଉଛି। ଏ ସମ୍ପର୍କରେ ତନିସ୍କର ପୂର୍ବାଞ୍ଚଳ ଆଞ୍ଚଳିକ ବ୍ୟବସାୟ ମୁଖ୍ୟ ସୋମପ୍ରଭ ସିଂହ କହିଥିଲେ, ଭଦ୍ରକର ଛାପୁଲିଆ ବାଇପାସ୍‌ଠାରେ ଆମର ଏହି ଏକ୍ସକ୍ଲୁସିଭ ଷ୍ଟୋରକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ଆମେ ବେଶ୍‌ ଉତ୍ସାହିତ ଅଛୁ। ଏପରିକି ଏଠାରେ ମଧ୍ୟ ଗ୍ରାହକମାନେ ତନିସ୍କର ସମସ୍ତ ସୁବିଧା ସୁଯୋଗ ସହିତ ଡିଜାଇନ ଓ ନୂତନ କଲେକ୍ସନଗୁଡିକୁ ମଧ୍ୟ ପାଇପାରିବେ ବୋଲି ସେ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି।

Share