ଭଦ୍ରକରେ ତନିସ୍କର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌

ଭୁବନେଶ୍ୱର,୨୬।୧: (ଅଭୟ ଦାଶ) ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ଟାଟା ଗ୍ରୁପ୍‌ର ପ୍ରମୁଖ କମ୍ପାନୀ (ଅଳଙ୍କାର ରିଟେଲ ଚେନ୍‌) ‘ତନିସ୍କ’ର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌ ଗୁରୁବାର ଭଦ୍ରକର ଛାପୁଲିଆ ବାଇପାସ୍‌ଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ତନିସ୍କର ପୂର୍ବାଞ୍ଚଳ ଆଞ୍ଚଳିକ ବ୍ୟବସାୟ ମୁଖ୍ୟ ସୋମପ୍ରଭ ସିଂହ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ତନିସ୍କର ପୂର୍ବାଞ୍ଚଳ ଆଞ୍ଚଳିକ ବ୍ୟବସାୟ ପ୍ରବନ୍ଧକ ଆଲୋକ ରଞ୍ଜନଙ୍କ ସମେତ ତନିସ୍କର ଭଦ୍ରକ ଷ୍ଟୋରର ସ୍ବତ୍ୱାଧିକାରୀ (ବ୍ୟବସାୟୀ ସହଯୋଗୀ) ଅବିନାଶ ଖେମ୍‌କା ଏବଂ ଖେମ୍‌କା ପରିବାରବୃନ୍ଦ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଏପରିକି ୫୦୦୦ ବର୍ଗଫୁଟ ପରିବ୍ୟାପ୍ତ ସ୍ଥାନରେ ବ୍ରାଣ୍ଡ୍‌ର ପ୍ରମୁଖ ଅଳଙ୍କାର ଯଥା ଧରୋହର, ରିଭାହ, ଷ୍ଟ୍ରିଙ୍ଗ୍‌ ଇଟ୍‌ ଏବଂ ଦିବ୍ୟାନୀ ଓ ମିଆ ଭଳି ଡିଜାଇନ ସାଙ୍ଗକୁ ସୁନା,ହୀରା, କୁନ୍ଦନ ଓ ପୋଲକି ସମେତ ପିଲାଙ୍କ ପାଇଁ ଆକର୍ଷଣୀୟ ଡିଜାଇନର ଗହଣା ସମ୍ଭାର ଉପଲବ୍ଧ।

ସେହିଭଳି ଉକ୍ତ ଷ୍ଟୋରରେ ମୁଦି ଓ କାନଫୁଲଠାରୁ ଆରମ୍ଭକରି ପେଣ୍ଟେଣ୍ଟ ,ନେକ୍‌ଲେସ, ବ୍ରେସ୍‌ଲେଟ୍‌ ଏବଂ ଚୂଡ଼ି ଭଳି ଭଳିକି ଭଳି ଅଳଙ୍କାର ଉପଲବ୍ଧ ରହିଛି। ଅପରପକ୍ଷରେ ଷ୍ଟୋର ପକ୍ଷରୁ ଉଦ୍‌ଘାଟନୀ ଅଫର ସମ୍ପର୍କରେ ମଧ୍ୟ ଘୋଷଣା କରାଯାଇଛି। ବିଶେଷକରି ଗ୍ରାହକମାନେ ପ୍ରତି କ୍ରୟ ଉପରେ ଏକ ମାଗଣା ସୁନାମୁଦ୍ରା ପାଇପାରିବେ। ଏହି ଅଫର ୨୦୨୪ ଜାନୁଆରୀ ୨୮ ପର୍ଯ୍ୟନ୍ତ ଉପଲବ୍ଧ ରହିଥିଲା ବେଳେ ହୀରା ଗହଣାର ମୂଲ୍ୟ ଉପରେ ତନିସ୍କ ଗ୍ରାହକଙ୍କୁ ୨୦% ପର୍ଯ୍ୟନ୍ତ ରିହାତି ଯୋଗାଇ ଦେଉଛି। ଏ ସମ୍ପର୍କରେ ତନିସ୍କର ପୂର୍ବାଞ୍ଚଳ ଆଞ୍ଚଳିକ ବ୍ୟବସାୟ ମୁଖ୍ୟ ସୋମପ୍ରଭ ସିଂହ କହିଥିଲେ, ଭଦ୍ରକର ଛାପୁଲିଆ ବାଇପାସ୍‌ଠାରେ ଆମର ଏହି ଏକ୍ସକ୍ଲୁସିଭ ଷ୍ଟୋରକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ଆମେ ବେଶ୍‌ ଉତ୍ସାହିତ ଅଛୁ। ଏପରିକି ଏଠାରେ ମଧ୍ୟ ଗ୍ରାହକମାନେ ତନିସ୍କର ସମସ୍ତ ସୁବିଧା ସୁଯୋଗ ସହିତ ଡିଜାଇନ ଓ ନୂତନ କଲେକ୍ସନଗୁଡିକୁ ମଧ୍ୟ ପାଇପାରିବେ ବୋଲି ସେ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁବାଇରେ ହଠାତ ଶସ୍ତା ହେଉଛି ସୁନା! ଇରାନ ସହ ଯୁଦ୍ଧ ମଧ୍ୟରେ ମୂଲ୍ୟରେ ବଡ଼ ହ୍ରାସ, ଭାରତ ଉପରେ ପଡ଼ିବ…

ଦୁବାଇ/ନୂଆଦିଲ୍ଲୀ,୭।୩: ବିଶ୍ୱର ସୁନା ବଜାର କୁହାଯାଉଥିବା ଦୁବାଇରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁ…

କେନିଆରେ ବର୍ଷା ବିତ୍ପାତ: ଚାଲିଗଲା ୨୩ ଜୀବନ

ନାଇରୋବି,୭ା୩: କେନିଆ ରାଜଧାନୀ ନାଇରୋବିରେ ପ୍ରବଳ ବର୍ଷାରେ ୨୩ ଜଣଙ୍କ ମୃତ୍ୟୁ ଘଟିବା ସହ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଶନିବାର ରାସ୍ତାଘାଟ ଜଳାର୍ଣ୍ଣବ ହୋଇଥିବାରୁ ଗାଡ଼ିଚାଳକମାନେ…

ଘରଭାଙ୍ଗି ଧାନ ଖାଇଲା ଦନ୍ତା

ନାକଟିଦେଉଳ, ୭ା୨(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ଆଭ୍ୟନ୍ତରୀଣ ତଥା ପାହାଡ଼ ତଳି ଗ୍ରାମରେ ଗତ କିଛି ଦିନ ହେଲା ଦନ୍ତାହାତୀ ଉପଦ୍ରବ ଲାଗି…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

ବସ୍‌କୁ ଧକ୍କା ଦେଇ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

କୋକସରା,୭ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଥାନା ଲଡୁଗାଁ-ଚିକିଲି ରାସ୍ତାର ପେଟ୍ରୋଲ ପମ୍ପ ନିକଟରେ ଏକ ଦୁର୍ଘଟଣା ଘଟିଛି। ରାସ୍ତା କଡରେ ଛିଡା ହୋଇଥିବା ଏକ ବସ୍‌କୁ…

ମୋ’ କଥା କେହି ଶୁଣନ୍ତିନି! ବାପା କି ବଡ଼ ଭାଇ ହୋଇ କିଛି ଲାଭ ନାହିଁ…ଫାଇନାଲ ପୂର୍ବରୁ କାହିଁକି ଏମିତି କହିଲେ ସୂର୍ଯ୍ୟା

ଅହମ୍ମଦାବାଦ,୭।୩: ଟି-୨୦ ବିଶ୍ୱକପ ୨୦୨୬ର ଫାଇନାଲ ମୁକାବିଲା ପାଇଁ ପ୍ରସ୍ତୁତ ଟିମ ଇଣ୍ଡିଆ। ୮ ମାର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଫାଇନାଲ ମୁକାବିଲା ପାଇଁ ପଡ଼ିଆକୁ ଓହ୍ଲାଇବେ ସୂର୍ଯ୍ୟକୁମାର…

ଫାଇନାଲ ମ୍ୟାଚ୍‌ ପୂର୍ବରୁ ନ୍ୟୁଜିଲାଣ୍ଡ ଅଧିନାୟକଙ୍କ ବଡ଼ ବୟାନ, ଯଦି ଆମକୁ ହୃଦୟ ଭାଙ୍ଗିବାକୁ ପଡ଼େ…

ଅହମଦାବାଦ,୭।୩: ଟୁର୍ନାମେଣ୍ଟ ଜିତିବା ପାଇଁ ଆମେ ଫେଭରାଇଟ୍‌ ଦଳ ନୁହେଁ। କିନ୍ତୁ ଥରେ ଟ୍ରଫି ଉଠାଇବା ପାଇଁ ଯଦି ଆମକୁ କିଛି ହୃଦୟ ଭାଙ୍ଗିବାକୁ ପଡ଼େ, ତେବେ…

ପଞ୍ଚୁଦୋଳ ଯାତ୍ରା ପାଇଁ ଉଠୁଛି ପଡ଼ୁଛି ଗାଁ

ଗଞ୍ଜାମ,୭।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମାହାଟ ପଡିଆଠାରେ ହେବାକୁ ଥିବା ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରାର ସାହି ଯାତ୍ରାକୁ ଶନିବାର ୧୨ ଦିନ। ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri