ତନିସ୍କର ଶତ ପ୍ରତିଶତ ଗୋଲ୍‌ଡ ଏକ୍ସଚେଞ୍ଜ ପ୍ରୋଗ୍ରାମ

ଭୁବନେଶ୍ୱର,୮।୬: ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ଜାତୀୟସ୍ତରର ଗହଣା ରିଟେଲ ବ୍ରାଣ୍ଡ୍‌ ‘ତନିସ୍କ’ର ବହୁ ପ୍ରତୀକ୍ଷିତ ଅଫର ‘ଗୋଲ୍‌ଡ ଏକ୍ସଚେଞ୍ଜ ପ୍ରୋଗ୍ରାମ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ସୁନାର ବର୍ଦ୍ଧିତ ଦର ମଧ୍ୟରେ ଗହଣା ରିଟେଲ ବ୍ରାଣ୍ଡ୍‌ ତନିସ୍କ ଶତ ପ୍ରତିଶତ ଗୋଲ୍‌ଡ ଏକ୍ସଚେଞ୍ଜ ପ୍ରୋଗ୍ରାମ ଆରମ୍ଭ କରିଛି। ଅସ୍ଥିର ସୁନା ଦର ମଧ୍ୟରେ ଗ୍ରାହକଙ୍କ ପରିବର୍ଦ୍ଧିତ ଆବଶ୍ୟକତା ପୂରଣ କରିବା ଏହି ଅଫରର ମୂଳ ଉଦ୍ଦେଶ୍ୟ ବୋଲି ତନିସ୍କ ପକ୍ଷରୁ କୁହାଯାଇଛି। ସେହିଭଳି ଜିରୋ ଡିଡକ୍ସନ ଜରିଆରେ ଗ୍ରାହକଙ୍କୁ ସର୍ବୋତ୍ତମ ମୂଲ୍ୟ ପ୍ରଦାନ କରିବା ଏହାର ଲକ୍ଷ୍ୟ ହୋଇଥିବାବେଳେ ଏହି ଏକ୍ସଚେଞ୍ଜ ପ୍ରୋଗ୍ରାମ ଗ୍ରାହକଙ୍କୁ ସେମାନଙ୍କ ପୁରୁଣା ସୁନାକୁ ବଦଳାଇ ତନିସ୍କର ଅତ୍ୟାଧୁନିକ ତଥା ନୂଆ ଡିଜାଇନ ସହ ଅପ୍‌ଗ୍ରେଡ୍‌ ହେବାର ସୁଯୋଗ ପ୍ରଦାନ କରୁଛି। ଏହି ପରିପ୍ରେକ୍ଷୀରେ ତନିସ୍କର ଭୁବନେଶ୍ୱର ଆଉଟ୍‌ଲେଟ ତନିସ୍କ ଚନ୍ଦ୍ରଶେଖରପୁର ପକ୍ଷରୁ ଏକ ଖବରଦାତା ସମ୍ମିଳନୀର ଆୟୋଜନ କରାଯାଇଥିଲା। ଏଥିରେ ତନିସ୍କ (ଟାଟା)ର ଏଏସ୍‌ଏମ୍‌ ଆର୍ଯ୍ୟନ୍ଦେୁ ବୁନ୍ଦେଲ,ବୁଦ୍ଧାଦିତ୍ୟ ଭୌମିକଙ୍କ ସମେତ ବିଏ ମାଣିକ ହଂସ, ଅକ୍ଷୟ ହଂସ ଏବଂ ବିବେକ ହଂସ ପ୍ରମୁଖ ଯୋଗଦେଇ ସମ୍ମିଳନୀର ଆଭିମୁଖ୍ୟ ଓ ଅଫର ଏବଂ ଗୋଲ୍‌ଡ ଏକ୍ସଚେଞ୍ଜ ପ୍ରୋଗ୍ରାମ ବିଷୟରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ। ଅପରପକ୍ଷରେ ଏକ ଉପଭୋକ୍ତା-କୈନ୍ଦ୍ରିକ ବ୍ରାଣ୍ଡ୍‌ ଭାବେ ତନିସ୍କ ତା’ର କାରବାରରେ ଗ୍ରାହକଙ୍କୁ ସର୍ବାଗ୍ରେ ରଖିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

କୁମ୍ଭ ରାଶିରେ ବୁଧଙ୍କ ଉଦୟ, ଚମକିବ ୩ ରାଶିର ଭାଗ୍ୟ

ଫେବୃଆରୀ ୯ ତାରିଖରେ ବୁଧ କୁମ୍ଭ ରାଶିରେ ଉଦିତ ହୋଇଛନ୍ତି। ବୁଧଙ୍କ ଏହି ଉଦିତ ଫେବୃଆରୀ ମାସରେ କିଛି ରାଶି ପାଇଁ ଅତ୍ୟନ୍ତ ଶୁଭ ଫଳ ଆଣିପାରେ।…

ଅଷ୍ଟ୍ରେଲିଆରେ ଇସ୍ରାଏଲ ରାଷ୍ଟ୍ରପତିଙ୍କୁ ବିରୋଧ, ହେଲେ କାହିଁକି ହେଲା ପ୍ରଦର୍ଶନ? ଜାଣନ୍ତୁ…

ସିଡନୀ,୧୦।୨: ଇସ୍ରାଏଲର ରାଷ୍ଟ୍ରପତି ଆଇଜାକ ହର୍ଜୋଗ ଅଷ୍ଟ୍ରେଲିଆ ଗସ୍ତରେ ଆସୁଛନ୍ତି। ସେ ସୋମବାର ଚାରି ଦିନିଆ ଗସ୍ତ ପାଇଁ ସିଡନୀରେ ପହଞ୍ଚିଥିଲେ। ଗତ ଡିସେମ୍ବରରେ ବଣ୍ଡି ବିଚ…

ICCର ବଡ଼ ଘୋଷଣା: ଏହି ଦଳରେ ସାମିଲ ହେଲେ ବୈଭବ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ,୧୦।୨: ଆଇସିସି ପୁରୁଷ ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ରେ ଟିମ ଇଣ୍ଡିଆର ଐତିହାସିକ ବିଜୟର ନାୟକ ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ଆଉ ଏକ ଗୁରୁତ୍ୱପୂର୍ଣ୍ଣ…

ଏଇ ଭାରତରେ

ନିଷ୍ଠା ଓ ପ୍ରତିବଦ୍ଧତା ସଫଳତା ଆଣେ, ଯାହା ପ୍ରମାଣ କରିପାରିଛନ୍ତି ଉତ୍ତରାଖଣ୍ଡର ସୁଶାନ୍ତ ୟୁନିଆଲ ଏବଂ ତାଙ୍କ ଭାଇ। ଦୁଇ ଭାଇ ସବୁଠୁ ବଡ଼ ଛତୁ ଛତ୍ପାଦନ…

ମା’ବାପାଙ୍କ ଗାଳିକୁ ସହିପାରିଲେନି, ଏକାଥରେ ବିଷ ପିଇ ୪ ନାବାଳିକାଙ୍କ ଆତ୍ମହତ୍ୟା

ଔରଙ୍ଗାବାଦ,୧୦।୨: ପୁଅମାନଙ୍କ ସହ ମିଳାମିଶା କରୁଥିବାରୁ ଝିଅଙ୍କୁ ସେମାନଙ୍କ ମା’ବାପା ଗାଳିଦେଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ୫ ନାବାଳିକା ଏକାଠି ବିଷ ପିଇଦେଲେ । ସେମାନଙ୍କ ମଧ୍ୟରୁ…

ଡିଜିଟାଲ ଗଣମାଧ୍ୟମ ଓ ଶିଶୁ

ନିକଟରେ ବିଶ୍ୱର ପ୍ରଥମ ଦେଶ ରୂପେ ଅଷ୍ଟ୍ରେଲିଆ ଆଇନ କରିଛି ୧୬ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ପାଇଁ ୧୦ ବଡ଼ ବଡ଼ ଡିଜିଟାଲ ଗଣମାଧ୍ୟମକୁ ନିଷିଦ୍ଧ…

ଗମ୍ଭୀର ସ୍ଥିତିରେ ବାୟୁ ପ୍ରଦୂଷଣ

ସମ୍ପ୍ରତି ବାୟୁ ପ୍ରଦୂଷଣ ଏକ ଜଟିଳ, ବୈଶ୍ୱିକ ଜରୁରିକାଳୀନ ପରିସ୍ଥିତି ପାଲଟିଛି। ଭାରତ ପରିପ୍ରେକ୍ଷୀରେ ଏହା ସ୍ବାସ୍ଥ୍ୟ ନିମନ୍ତେ ପରିବେଶୀୟ ବିପଦ ଭାବରେ ଉଭା ହୋଇଛି। ନିକଟରେ…

ଆଇସ୍‌କ୍ରିମ୍‌ ଖାଇଲେ

କଟକ ଜିଲା ବାଙ୍କୀ ତହସିଲ ଅନ୍ତର୍ଗତ କୁମୁସର ଗାଁରେ ୯ ଫେବୃଆରୀରେ ଅନୁଷ୍ଠିତ ଏକ ଅଷ୍ଟପ୍ରହରୀ କାର୍ଯ୍ୟକ୍ରମରେ ଆଇସ୍‌କ୍ରିମ ଖାଇ ୧୮ ଜଣ ପିଲା ଅସୁସ୍ଥ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri