କାଳିଆପାଣି,୧ା୯(ଅସିତ ମହାନ୍ତ): ଯାଜପୁର ଜିଲାର ସୁକିନ୍ଦା ତହସିଲ ଅନ୍ତର୍ଗତ ରାସୋଳ ପଞ୍ଚାୟତ ମଲ୍ଲାରସାହି ବସ୍ତିରେ ଟ୍ରକ୍ ପାର୍କିଂକୁ ବିରୋଧ କରି ସୋମବାର ବସ୍ତି ବାସିନ୍ଦା ଟମକା-ମଙ୍ଗଳପୁର ରାସ୍ତାରେ ଧାରଣା ବସିଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ରବିବାର କ୍ରୋମାଇଟ ଲୋଡ଼ିଂ କରିବାକୁ ଆସିଥିବା ଟ୍ରକ୍ଗୁଡ଼ିକ ମଲ୍ଲାର ସାହି ନିକଟ ଦୁର୍ଗା ପୂଜା ପଡ଼ିଆରେ ପାର୍କିଂ କରିବାକୁ ଧାଡ଼ି ବାନ୍ଧିଛନ୍ତି। ଟ୍ରକ୍ ମାଲିକ ସଂଘର ନିର୍ଦ୍ଦେଶରେ ଟ୍ରକଗୁଡ଼ିକ ଦୁର୍ଗାପୂଜା ପଡ଼ିଆରେ ଭର୍ତ୍ତି କରୁଥିବା ବେଳେ କିଛି ଟ୍ରକ୍ ବସ୍ତି ଭିତରେ ଭର୍ତ୍ତି କରି ବସ୍ତିର ଲୋକଙ୍କ ପାଚେରି ଭାଙ୍ଗିବା ସହ ରାସ୍ତା ଘାଟରେ ଟ୍ରକ୍କୁ ପାର୍କିଂ କରିଛନ୍ତି। ୫୦୦ରୁ ଅଧିକ ଟ୍ରକ୍ ପାର୍କିଂ କରିଥିବା ବେଳେ ଟ୍ରକ୍ର ଡ୍ରାଇଭର ଓ ହେଲ୍ପର ଆମ ବସ୍ତି ଚାରିପାଖ ଅପରିଷ୍କାର କରୁଛନ୍ତି। ତେଣୁ କ୍ଷତିପୂରଣ ଦେବା ସହ ଟ୍ରକ୍ଗୁଡ଼ିକ ଅନ୍ୟ ସ୍ଥାନରେ ପାର୍କିଂ କରିବାକୁ ଦାବି କରିଛନ୍ତି ବସ୍ତିବାସିନ୍ଦା।


