Categories: ଜାତୀୟ

ତାମିଲନାଡୁ ବଜେଟ: ୩ ଟଙ୍କା ଶସ୍ତା ହେବ ପେଟ୍ରୋଲ, ମାତୃତ୍ୱ ଅବକାଶ ୧୨ ମାସ

ଚେନ୍ନାଇ,୧୩ ।୮: ତାମିଲନାଡୁ ବିଧାନସଭାର ବଜେଟ ଅଧିବେଶନ ଶୁକ୍ରବାର ଆରମ୍ଭ ହୋଇଛି । ରାଜ୍ୟର ଅର୍ଥମନ୍ତ୍ରୀ ପିଟିଆର୍ ପଲାନିବେଲ ତ୍ୟାଗରାଜନ ରାଜ୍ୟର ଇତିହାସରେ ପ୍ରଥମ କରି ନିଜର ଇ-ବଜେଟ ଉପସ୍ଥାପନ କରିଛନ୍ତି । ଏଥର ତାମିଲନାଡୁ ସରକାର ପେଟ୍ରୋଲ ଟ୍ୟାକ୍ସରେ ୩ଟଙ୍କା ପ୍ରତି ଲିଟର କମ କରିବାକୁ ଘୋଷଣା କରିଛନ୍ତି । ଏହାଦ୍ୱାରା ରାଜ୍ୟ ପ୍ରତିବର୍ଷ ୧୧୬୦ ଟଙ୍କା କ୍ଷତି ସହିବ । ଏହା ବ୍ୟତୀତ ମହିଳା ସରକାରୀ କର୍ମଚାରୀଙ୍କ ମାତୃତ୍ୱ ଅବକାଶ ୯ ମାସରୁ ବୃଦ୍ଧି କରି ୧୨ ମାସ କରି ଦିଆଯାଇଛି । ୫୦୦ କୋଟି ଟଙ୍କା ଖର୍ଚ୍ଚରେ ସେଣ୍ଟର ଫର କ୍ଲାଇମେଟ ଚେଞ୍ଜର ସ୍ଥାପନା କରାଯିବ । ରାଜ୍ୟର ସମସ୍ତ ସ୍ୱୟଂ ସହାୟକ ଗ୍ରୁପକୁ ୨୦ହଜାର କୋଟି ଟଙ୍କା କ୍ରଡିଟ ଭାବେ ବିତରଣ କରାଯିବ । ଏହାସହ ଅର୍ଥମନ୍ତ୍ରୀ କହିଛନ୍ତି ରାଜ୍ୟର ସମସ୍ତ ୭୯,୩୯୫ ଛୋଟ ଗାଁର ପ୍ରତ୍ୟେକ ବ୍ୟକ୍ତିଙ୍କୁ ପ୍ରତିଦିନ ୫୫ ଲିଟର ସ୍ୱଚ୍ଛ ପିଇବା ପାଣି ଯେଗାଇ ହେବାର ବ୍ୟବସ୍ଥା କରାଯାଉଛି । ଏହାସହ ୧ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସହରରେ ଭୂତଳ ଜଳଯୋଜନା ଲାଗୁ କରାଯିବ ।

Share