Categories: ଜାତୀୟ

ବୁଧବାର ତାମିଲନାଡୁ ଛୁଇଁବ ବାତ୍ୟା ‘ନିବାର’

ଚେନ୍ନାଇ,୨୪।୧୧: ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ନିବାର’ ବୁଧବାର ତାମିଲନାଡୁ ଏବଂ ପୁଡୁଚେରୀ ଉପକୂଳ ଛୁଇଁବ। ଏନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ମୌସୁମୀ ପରେ ବଙ୍ଗୋପ ସାଗରରେ ପ୍ରଥମ ଥର ପାଇଁ ଏହି ସାମୁଦ୍ରିକ ଝଡ଼ ଅବପାତ ରୂପ ନେବାରେ ଲାଗିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ଏନ୍‌ଡ଼ିଆରଏଫ୍‌ର ୬ଟି ଦଳଙ୍କୁ କୁଣ୍ଡାଲୋର୍‌ ଏବଂ ଚିନ୍ଦବରମ୍‌ ଅଭିମୁଖେ ପଠାଯାଇଛି। ଲ୍ୟାଣ୍ଡଫଲ୍‌ କରିବା ପୂର୍ବରୁ ଏହା ଭୀଷଣ ରୂପ ନେବାର ଅନୁମାନ କରାଯାଉଛି। ନଭେମ୍ବର ୨୫ରେ ଏହା ପୁଡୁଚେରୀ ନିକଟବର୍ତ୍ତୀ କରାଇକଲରେ ଲ୍ୟାଣ୍ଡଫଲ କରିବା ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଏହାର ପ୍ରଭାବରେ ନଭେମ୍ବର ୨୪ ରାତ୍ରରୁ ୨୫ ମଧ୍ୟାହ୍ନ ପର୍ଯ୍ୟନ୍ତ ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ପ୍ରବଳ ବେଗରେ ପବନ ବହିବା ସହିତ ବର୍ଷା ହେବାର ସମ୍ଭାବନା ରହିଛି।

Share