Categories: ଜାତୀୟ

କ୍ଲାସ ମିସ୍‌ କରିବାରୁ ଲଦି ଦେଇଗଲେ

ଚେନ୍ନାଇ,୧୪।୧୦: କ୍ଲାସରୁମ୍‌ରେ ଜଣେ ଶିକ୍ଷକ ଛାତ୍ରଙ୍କୁ ବିଧା, ଗୋଇଠା ନଦି ଚାଲିଥିବାର ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେଉଛି। ଏହି ଘଟଣା ତାମିଲନାଡୁର କୁଡାଲୋର ଜିଲାର ସରକାରୀ ନନ୍ଦାନର ବାଳକ ହାଇ ସେକେଣ୍ଡାରି ସ୍କୁଲରେ ଘଟିଥିବା ଜଣାପଡ଼ିଛି।

ଛାତ୍ରଙ୍କୁ ଶିକ୍ଷକ ମାଡ଼ ମାରୁଥିବା ବେଳେ କ୍ଲାସରେ ଉପସ୍ଥିତ ଅନ୍ୟ ଛାତ୍ରମାନେ ଭିଡିଓ ରେକର୍ଡ କରିଥିଲେ। ଭିଡିଓରେ ଆଣ୍ଠେଇଥିବା ଛାତ୍ରଙ୍କ ଚୁଟି ଧିରି ଶିକ୍ଷକ ଲଗାତାର ବାଡ଼ିରେ ପିଟୁଥିବା ଦେଖାବାକୁ ମିଳିଛି। ଛାତ୍ର ଜଣଙ୍କ ଆଉ ସେଭଳି ଭୁଲ କରିବେ ନାହିଁ ବୋଲି ବାରମ୍ବାର ଦୋହରାଉଥିଲେ। ତଥାପି ଛାତ୍ରଙ୍କୁ ଛାଡ଼ି ନ ଥିଲେ ଶିକ୍ଷକ।

ଏହି ଘଟଣା ପଦାକୁ ଆସିବା ପରେ କୁଡାଲୋର ଜିଲାପାଳ କେ. ବାଲାସୁବ୍ରମନିୟମ କହିଛନ୍ତି, ମୁଁ ତଦନ୍ତ ନିର୍ଦ୍ଦେଶ ଦେଇଛି। ତଦନ୍ତର ପରିଣାମ ଆସିଲା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

Share