Categories: ଜାତୀୟ

ତାମିଲନାଡୁ ଉପକୂଳ ଛୁଇଁବ ଘୂର୍ଣ୍ଣିଝଡ: ୯ ଜିଲାକୁ ରେଡ ଆଲର୍ଟ

ଚେନ୍ନାଇ,୧୧ ।୧୧: ତାମିଲନାଡୁରେ ଅଦିନିଆ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରି ସାରିଲାଣି । ଏହା ସୁଧୁରିବା ପରିବର୍ତ୍ତେ ବେଳକୁ ବେଳ ବିଗିଡିବାରେ ଲାଗିଛି । ଏବେ ପର୍ଯ୍ୟନ୍ତ ଏହି ବର୍ଷାରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏପଟେ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଘୂର୍ଣ୍ଣିଝଡ ଗୁରୁବାର ତାମିଲନାଡୁ ଉପକୂଲ ଛୁଇଁପାରେ । ଏହାର ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ୯ ଜିଲାକୁ ରେଡ ଆଲର୍ଟ ଜାରି କରାଯାଇଛି । ଏହି ଘୂର୍ଣ୍ଣଝଡ ତାମିଲନାଡୁ ଓ ଆନ୍ଧ୍ର ପ୍ରଦେଶ ଉପକୂଳ ଦେଇ ଗତିକରିବ । ଫଳରେ ତାମିଲନାଡୁର ଅଧିକାଂଶ ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନା ରହିଛି ।

Share