Categories: ଜାତୀୟ

ଏଠାରେ କଏଦୀ ଶିଖୁଛନ୍ତି ଅର୍ଗାନିକ ଫାର୍ମିଂ, ପଶୁପାଳନ

ଚେନ୍ନାଇ,୧୮।୭: ତାମିଲନାଡୁର ଶିବଗଙ୍ଗାରେ ଥିବା ଏକ ଖୋଲା ଜେଲରେ ପ୍ରାୟ ୫୦ ଜଣ କଏଦୀଙ୍କୁ ରଖାଯାଇଛି। ହେଲେ ସେଠାରେ ସୋମନଙ୍କୁ ଚାଷ କାର୍ଯ୍ୟରେ ଲଗାଯାଇଛି। ଏହାର ସୂଚନା ଜଣେ ବରିଷ୍ଠ ଅଧିକାରୀ ଦେଇଛନ୍ତି। ଜେଲର ଡିଆଇଜି ପାଲାନି କହିଛନ୍ତି ଯେ ଜେଲରେ ସେମାନଙ୍କ ଆଚରଣକୁ ଦୃଷ୍ଟିରେ ରଖି କଏଦୀ ଚୟନ କରାଯାଇଛି। ସମସ୍ତେ ଜୈବିକ ଚାଷ ଠାରୁ ଆରମ୍ଭ କରି ପଶୁପାଳନ ପର୍ଯ୍ୟନ୍ତ ଶିଖୁଛନ୍ତ। ପାଲାନି ଆହୁରି ମଧ୍ୟ କହିଛନ୍ତି ଯେ ଅନ୍ତେବାସୀମାନେ ଆଖୁ, ନଡ଼ିଆ ଗଛ, ଗୁଆ ଗଛ ଏବଂ ପନିପରିବା ଭଳି ଜୈବିକ ଚାଷରେ ନିୟୋଜିତ ଅଛନ୍ତି। ଏହା ବ୍ୟତୀତ ସେମାନେ ସମସ୍ତ ଗାଈ, ଛେଳି ଏବଂ କୁକୁଡ଼ାମାନଙ୍କର ମଧ୍ୟ ଯତ୍ନ ନିଅନ୍ତି। ବର୍ଜ୍ୟବସ୍ତୁ ମାଧ୍ୟମରେ ପ୍ରାକୃତିକ ସାର ମଧ୍ୟ ପ୍ରସ୍ତୁତ କରନ୍ତି।
ସେ କହିଛନ୍ତି ଯେ ଏହି କାର୍ଯ୍ୟକଳାପ ବନ୍ଦୀମାନଙ୍କୁ ଦଣ୍ଡ ପରେ ସମାଜ ସହ ସହଜରେ ଏକୀଭୂତ କରିବାରେ ସାହାଯ୍ୟ କରିବ। ସେ କହିଛନ୍ତି ଯେ ବନ୍ଦୀମାନଙ୍କୁ ସେମାନଙ୍କର ପରିଶ୍ରମ ପାଇଁ ଦରମା ଦିଆଯାଉଛି। ସାମ୍ବାଦିକଙ୍କ ଏକ ପ୍ରଶ୍ନର ଉତ୍ତରରେ ଅଧିକାରୀ କହିଛନ୍ତି ଯେ କମ ମୂଲ୍ୟରେ ଭଲ ଗୁଣବତ୍ତା ଉତ୍ପାଦନ କରିବା, ଯାହା ଜେଲ ଏବଂ ଜନସାଧାରଣଙ୍କ ପାଇଁ ବଜାରକୁ ପଠାଯାଉଛି।

Share