Categories: ଜାତୀୟ

ମଦୁରାଇଠାରେ ଥିବା ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ: ୫ ମୃତ

ମଦୁରାଇ,୨୩।୧୦-ତାମିଲନାଡୁ ମଦୁରାଇଠାରେ ଥିବା ଗୋଟିଏ ବାଣ କାରଖାନାରେ ଶୁକ୍ରବାର ଘଟିଛି ଭୟଙ୍କର ବିସ୍ଫୋରଣ। ଏଥିରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ରହିଛନ୍ତି। ଖବରପାଇ ପୋଲିସ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ ହସ୍ତପାଟାଲରେ ଭର୍ତ୍ତି କରାଯାଇଛି।
ପୋଲିସ କହିଛି, ବାଣ ତିଆରି ପାଇଁ ବ୍ୟବହୃତ କେମିକାଲ ଯୋଗୁ ପ୍ରଥମେ ନିଆଁ ଲାଗି ଯାଇଥିଲା। ଏହାପରେ ଭୟଙ୍କର ବିସ୍ଫୋରଣ ଘଟିଥିଲା। ଘଟଣାର ତଦନ୍ତ ଜାରି ରହିଛି।

Share