ଆଉ ସପ୍ତାହେ ବଢ଼ିଲା ଲକ୍‌ଡାଉନ

ଚେନ୍ନାଇ,୫।୬: ତାମଲିନାଡୁରେ ଆଉ ସପ୍ତାହେ ବଢ଼ିଲା ଲକ୍‌ଡାଉନ। ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ ଷ୍ଟାଲିନ ରାଜ୍ୟରେ କଟକଣା କୋହଳ କରିବା ସହ ଆଉ ସପ୍ତାହେ ଲକ୍‌ଡାଉନ ଅବଧିକୁ ବୃଦ୍ଧି କରିଛନ୍ତି। ଜୁନ ୧୪ଯାଏ ଏହି ଲକ୍‌ଡାଉନ ଜାରି ରହିବ ବୋଲି ଶନିବାର ରାଜ୍ୟସରକାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଅତ୍ୟାବଶ୍ୟକୀୟ ସାମଗ୍ରୀ ପନିପରିବା, ଫଳ ଓ ଆମିଷ ଦୋକାନ ଆଦି ସବୁ ସକାଳ ୬ଟାରୁ ସନ୍ଧ୍ୟା ୫ଟା ମଧ୍ୟରେ ଖୋଲାଯିବାକୁ ଅନୁମତି ଦିଆଯାଇଛି। ସେହିପରି ୩୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ସରକାରୀ କାର୍ଯ୍ୟାଳୟ ଚାଳିବ। କିନ୍ତୁ ୧୧ଟି ଜିଲାରେ କୋଭିଡ ମାମଲା ଅଧିକ ଥିବାରୁ ଏହି ସବୁ କଟକଣା କୋହଳ ସେଠାରେ ଲାଗୁ ହେବ ନାହିଁ। ଏଥିରେ କୋଏମ୍ବାଟୁର, ନୀଳଗିରି, ତିରୁପୁର, ଇରୋଡ, ସଲେମ, କରୁର, ନମକ୍କଲ, ତଞ୍ଜାବୁର, ତିରୁବରୁର, ନାଗାପଟ୍ଟିନମ୍‌ ଓ ମୟିଲାଦୁଥୁରାଇ ଭଳି ଆସି ଜିଲା ସାମିଲ ରହିଛି।

 

Share