Categories: ଜାତୀୟ

ହଷ୍ଟେଲରୁ ମିଳିଲା ଛାତ୍ରୀଙ୍କ ମୃତଦେହ: ଦୁଇ ସପ୍ତାହ ମଧ୍ୟରେ ବିଦ୍ୟାଳୟରେ ଏହା ଦ୍ୱିତୀୟ ଘଟଣା

ତିରୁଭାଲୁର,୨୫।୭: ତାମିଲନାଡୁର ତିରୁଭାଲୁର ଜିଲା ସାକ୍ରେଡ ହାର୍ଟ ବାଳିକା ବିଦ୍ୟାଳୟ ହଷ୍ଟେଲରୁ ସୋମବାର ପୋଲିସ ଜଣେ ଛାତ୍ରୀଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରିଛି। ଛାତ୍ରୀ ଜଣକ ଦ୍ୱାଦଶ ଶ୍ରେଣୀରେ ପଢୁଥିବା ଜଣାପଡିଛି। ପୋଲିସ ଘଟଣାସ୍ଥଳରୁ କୌଣସି ସୁସାଇଡାଲ ନୋଟ ଜବତ କରି ନ ଥିବା ବେଳେ ଘଟଣାର ଅଧିକ ତଦନ୍ତ ଚଳାଇଛି। ତେବେ କେଉଁ ପରିସ୍ଥିତିରେ ଛାତ୍ରୀ ଜଣକ ଆତ୍ମହତ୍ୟା କଲେ ସେନେଇ ମାମଲାର ତଦନ୍ତ ପୋଲିସର ସିବି-ସିଆଇଡି ୱିଙ୍ଗକୁ ହସ୍ତାନ୍ତର କରାଯାଇଥିବା ପୋଲିସ ଅଧୀକ୍ଷକ ସେଫାସ କଲ୍ୟାଣ କହିଛନ୍ତି। ଏପରି କି ବିଦ୍ୟାଳୟର ସୁରକ୍ଷାକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ଫୋର୍ସ ମୃତୟନ କରାଯାଇଛି।

ଦୁଇ ସପ୍ତାହ ମଧ୍ୟରେ ଏହା ହେଉଛି ବିଦ୍ୟାଳୟରେ ଦ୍ୱିତୀୟ ଘଟଣା। ଗତ ଜୁଲାଇ ୧୩ରେ, କାଲାକୁରିଚି ଜିଲାର ଦ୍ୱାଦଶ ଶ୍ରେଣୀରେ ପଢୁଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ଏନେଇ ବିଦ୍ୟାଳୟରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ଫଳରେ କିଛି ବରିଷ୍ଠ ପୋଲିସ କର୍ମଚାରୀଙ୍କ ସମେତ ଅନେକ ଲୋକ ଆହତ ହୋଇଥିଲେ। ବିକ୍ଷୋଭକାରୀମାନେ ୧୫ଟି ବସ୍‌ରେ ମଧ୍ୟ ନିଆଁ ଲଗାଇଦେଇଥିଲେ।

Share