Categories: ଜାତୀୟ

ଟ୍ରେନ ଦୁର୍ଘଟଣା: ଆଜି ଦିନିକିଆ ଶୋକ ପାଳିବ ତାମିଲନାଡୁ

ଭୁବନେଶ୍ୱର,୩।୬: ବାହାନଗା ନିକଟରେ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପାଇଁ ଦିନିକିଆ ଶୋକ ପାଳିବ ତାମିଲନାଡୁ। ଏନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ସୂଚନା ଦେଇଛନ୍ତି। ସେହିପରି ଆଜି ଓଡ଼ିଶାରେ ମଧ୍ୟ ଦିନିକିଆ ଶୋକ ପାଳନ କରାଯିବ।

ସୂଚନାଯୋଗ୍ୟ, ବାଲେଶ୍ୱର ଜିଲା ବାହାନଗା ଷ୍ଟେଶନ ନିକଟରେ ଶୁକ୍ରବାର ସନ୍ଧ୍ୟାରେ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୨୩ରେ ପହଞ୍ଚତ୍ଥିବା ବେଳେ ଆହତଙ୍କ ସଂଖ୍ୟା ୯୦୦ରୁ ଅଧିକ ହେବ ଜଣାପଡିଛି। ଏବେ ମଧ୍ୟ ଅପରେଶନ ଜାରି ରହିଛି।

Share