Categories: ଜାତୀୟ

ହିନ୍ଦୀକୁ ତାମିଲନାଡୁ ଭାଜପାର ବିରୋଧ

ଚେନ୍ନାଇ,୧୪।୪ : ହିନ୍ଦୀ ଭାଷାକୁ ବଳପୂର୍ବକ ଲଦିଦେବା ଉଦ୍ୟମକୁ ତାମିଲନାଡୁ ଭାଜପା ବିରୋଧ କରେ ବୋଲି ଏହାର ସଭାପତି କେ. ଆନ୍ନାମଲାଇ କହିଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ହିନ୍ଦୀ ଭାଷାକୁ ଇଂଲିଶର ବିକଳ୍ପ କରାଯିବା ଉଚିତ ବୋଲି କହିବା ପରେ ଏହାକୁ ନେଇ ବିବାଦ ମୁଣ୍ଡ ଟେକିଛି। କେନ୍ଦ୍ର ସରକାର ଅଣହିନ୍ଦୀ ଭାଷାଭାଷୀ ରାଜ୍ୟରେ ହିନ୍ଦୀକୁ ଜବରଦସ୍ତ ଲଦିଦେବାକୁ ଉଦ୍ୟମ କରୁଛନ୍ତି ବୋଲି ଅଭିଯୋଗ ହୋଇଛି। ଅଧିକାଂଶ ଅଣହିନ୍ଦୀ ରାଜ୍ୟ ଏବଂ ବିରୋଧୀ ଦଳ ଶାହାଙ୍କ ମନ୍ତବ୍ୟକୁ ବିରୋଧ କରିଛନ୍ତି। ଏପରିକି ତାମିଲନାଡୁରେ ଶାହାଙ୍କ ନିଜ ଦଳ ମଧ୍ୟ ହିନ୍ଦୀ ଭାଷାକୁ ବଳପୂର୍ବକ ଲାଗୁ କରିବା ସପକ୍ଷରେ ନ ଥିବା କହିଛି। ଏହାକୁ କଦାପି ଗ୍ରହଣ କରାଯିବ ନାହିଁ ବୋଲି ତାମିଲନାଡୁ ଭାଜପା ମୁଖ୍ୟ ଆନ୍ନାମଲାଇ କହିଛନ୍ତି। ହିନ୍ଦୀକୁ ତୃତୀୟ ଭାଷା ଭାବେ ପଢ଼ାଯିବା ଆବଶ୍ୟକ ବୋଲି କଂଗ୍ରେସ ୧୯୬୫ ଏବଂ ୧୯୮୬ରେ ଆଇନ ଆଣିଥିଲା। ଦ୍ୱିତୀୟ ଜାତୀୟ ଶିକ୍ଷାନୀତିରେ ହିନ୍ଦୀକୁ ଜବରଦସ୍ତ ଲଦିଦେବା ପାଇଁ ଉଦ୍ୟମ ହୋଇଥିଲା ବୋଲି ଆନ୍ନାମଲାଇ କହିଛନ୍ତି।

Share