ତାମିଲ ଅଭିନେତ୍ରୀ ଜେସିକାଙ୍କ ଆତ୍ମହତ୍ୟା

ଚେନ୍ନାଇ,୨୧ା୯: ତାମିଲ ଅଭିନେତ୍ରୀ ପୌଲିନ୍‌ ଜେସିକାଙ୍କ ମୃତଦେହ ଚେନ୍ନାଇର ବିରୁଗାମ୍ବାକମ୍‌ ମଲ୍ଲିକା ଆଭେନ୍ୟୁ ଫ୍ଲାଟ୍‌ରୁ ରବିବାର ମିଳିଛି। ସେଠାରୁ ଏକ ସୁଇସାଇଡ୍‌ ନୋଟ୍‌ ମଧ୍ୟ ଜବତ ହୋଇଛି। ବିଫଳ ସମ୍ପର୍କ ତାଙ୍କ ମୃତ୍ୟୁର କାରଣ ବୋଲି ସେଥିରେ ଉଲ୍ଲେଖ ଅଛି। ଦୀପା ନାମରେ ଲୋକପ୍ରିୟ ଜେସିକାଙ୍କ ଘର ଆନ୍ଧ୍ରପ୍ରଦେଶରେ। ନିକଟରେ ମୁକ୍ତିଲାଭ କରିଥିବା ତାମିଲ ସିନେମା ‘ବୈଧ’ରେ ସେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ।

Share