ଇଣ୍ଟିମେଣ୍ଟ ସିନ୍‌କୁ ନେଇ ଅଭିନେତ୍ରୀଙ୍କୁ ମାରିଦେଲେ ସ୍ବାମୀ: ଆଉ ତା ପରେ…

ସାଉଥ୍‌ ଅଭିନେତ୍ରୀ ଭିଜେ ଚିତ୍ରା ଗତ ଡିସେମ୍ବତ ୯ରେ ଆତ୍ମହତ୍ୟା କରିଥିଲେ। ଏକ ହୋଟେଲରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଥିଲା। ଏହି ଘଟଣାପରେ ପୋଲିସ ଚିତ୍ରାଙ୍କ ସ୍ବାମୀ ହେମନାଥଙ୍କୁ ପଚରାଉଚରା ଚଳାଇଥିଲା। ଏବେ ତାଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି।
ଚିତ୍ରାଙ୍କ ମୃତ୍ୟୁ ପରେ ତାଙ୍କ ମା’ ଜ୍ୱାଇଁ ତଥା ହେମନାଥଙ୍କ ଉପରେ ଅଭିଯୋଗ ଆଣିଥିଲେ ଯେ, ଝିଅକୁ ପିଟି ପିଟି ମାରିଦେଇଛନ୍ତି। ମାତ୍ର ପୋଲିସ ପୋଷ୍ଟମର୍ଟର ରିପୋର୍ଟ ଅନୁସାରେ ଚିତ୍ରାଙ୍କ ମୃତ୍ୟୁକୁ ଆତ୍ମହତ୍ୟା ବୋଲି କହିଥିଲା। ତାଙ୍କର ମୃତ୍ୟୁ ପଛରେ ଆର୍ଥିକ ସମସ୍ୟା ରହିଥିବା
କୁହାଯାଉଛି, ହେମନାଥ ସ୍ତ୍ରୀ ଚିତ୍ରାଙ୍କୁ ଆତ୍ମହତ୍ୟା କରିବା ପାଇଁ ଉସୁକାଉଥିଲେ। ହେମନାଥ ଏବଂ ଚିତ୍ରା କିଛି ମାସ ପୂର୍ବେ ବିବାହ କରିଥିଲେ। ମାମଲାର ଯାଞ୍ଚ କରୁଥିବା ପୋଲିସ ଅଧିକାରୀଙ୍କ କହିବାନୁଯାୟୀ, ଧାରାବାହିକରେ ଇଣ୍ଟିମେଣ୍ଟ ସିନ୍‌କୁ ନେଇ ରାଗରେ ହେମନାଥ ଏପରି କରିଛନ୍ତି।

Share