ଟିଜର ରିଲିଜ୍‌ ପୂର୍ବରୁ ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତା ବିକ୍ରମ

ମୁମ୍ବାଇ: ସାଉଥ ସିନେମାରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ତାମିଲ ଅଭିନେତା ବିକ୍ରମ ଶୁକ୍ରବାର ହୃଦ୍‌ଘାତରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ଶୁକ୍ରବାର ୫୬ ବର୍ଷୀୟ ବିକ୍ରମଙ୍କୁ ହଠାତ୍‌ ଛାତିରେ ଯନ୍ତ୍ରଣା ହେବାରୁ ସେ ଅସୁସ୍ଥ ହୋଇପଡ଼ିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଚେନ୍ନାଇ ସ୍ଥିତ ଏକ ଘରୋଇ କାଭେରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବିକ୍ରମଙ୍କ ମୁଖପାତ୍ର ଏହି ସୂଚନା ଦେଇଛନ୍ତି। ଏହି ଖବର ପ୍ରଚାରିତ ହେବା ପରେ ପ୍ରଶଂସକ ତାଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି। ସୂଚନା ମୁତାବକ, ଅଭିନେତା ବିକ୍ରମ ଚେନ୍ନାଇରେ ଶୁକ୍ରବାର (ଜୁଲାଇ ୮) ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ପୋନିୟିନ ସେଲ୍‌ଭାନ ପାର୍ଟ-୧’ର ଟିଜର ଲଞ୍ଚରେ ଯୋଗଦେବାର କାର୍ଯ୍ୟକ୍ରମ ରହିଥିଲା। କିନ୍ତୁ ସେ ଅସୁସ୍ଥ ଯୋଗୁ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପାରିନାହାନ୍ତି।

Share