ତମନ୍ନାଙ୍କ ପାଖରେ ରହିଛି ବିଶ୍ୱର ପଞ୍ଚମ ସବୁଠାରୁ ବଡ ହୀରା

ମୁମ୍ବାଇ: ତମନ୍ନା ଭାଟିଆ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରି ସହ ବଲିଉଡର ଜଣେ ଜଣାଶୁଣା ନାୟିକା ଭାବେ ପରିଚିତ। ସେ ଯେଉଁଠିକି ବି ଯାଆନ୍ତି ନିଜ ଷ୍ଟାଇଲରେ ସମସ୍ତଙ୍କୁ ତାଙ୍କର ଦିଓ୍ବାନା କରି ଦିଅନ୍ତି। ଏହି ଦିଭା ନିଜ କଲେକଶନରେ ସାଧାରଣରୁ ନେଇ ବିଶେଷ ଧରଣର ଜୁଏଲାରୀ ରଖିଥାଆନ୍ତି। ଏଥିରେ ଏକ ଡାଇମଣ୍ଡ ରିଂ ବା ହୀରା ମୁଦିବି ସାମିଲ ହୋଇଛି। ରିପୋର୍ଟ ଅନୁଯାୟୀ, ଏହି ରିଂରେ ବିଶ୍ୱର ପଞ୍ଚମ ସବୁଠାରୁ ବଡ ହୀରା ଲାଗିଛି।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ତମନ୍ନା ଭାଟିଆ ବିଶ୍ୱରେ ପଞ୍ଚମ ବୃହତ୍ତମ ହୀରା ଖଚିତ ରିଂ ରଖିଛନ୍ତି। ଯେଉଁଥିରେ ଏକ ବିରାଟ ହୀରା ଖଚିତ ହୋଇଛି। ରିପୋର୍ଟ ଅନୁଯାୟୀ, ଏହି ହୀରାର ପ୍ରାୟ ମୂଲ୍ୟ ୨କୋଟି ଟଙ୍କା ହେବ। ଏହି ରିଂରେ ଥିବା ହୀରା ଉତ୍କୃଷ୍ଟ କାରୁକାର୍ଯ୍ୟ ଦେଖାଇଥାଏ। ଏହି ହୀରାର ଆକୃତି ବହୁତ ସୁନ୍ଦର ଯାହା ଉତ୍କୃଷ୍ଟ ଉଜ୍ଜ୍ୱଳ ଏବଂ ବନାବଟ କା ବୋଲି ବିବେଚନା କରାଯାଏ।
ଅଭିନେତ୍ରୀ ନିଜେ ଏହି ରିଂ କିଣି ନାହାଁନ୍ତି, କିନ୍ତୁ ଜଣେ ବିଶେଷ ବ୍ୟକ୍ତି ତାଙ୍କୁ ଏହି ରିଂ ଉପହାର ଦେଇଛନ୍ତି। ସୂଚନା ଅନୁଯାୟୀ, ସାଉଥ ସୁପରଷ୍ଟାର ରାମ ଚରଣଙ୍କ ପତ୍ନୀ ଉପସାନା ଏହି ରିଂକୁ ତମନ୍ନାଙ୍କୁ ଦେଇଛନ୍ତ। ବାସ୍ତବରେ, ଫିଲ୍ମ ‘ସାଇ ରା ନରସିଂହ ରେଡ୍ଡୀ’ରେ ତମନ୍ନାଙ୍କ ଅଭିନୟରେ ଉପାସନା ବହୁତ ପ୍ରଭାବିତ ହୋଇଥିଲେ। ଏହା ପରେ ସେ ଏହି ରିଂକୁ ତମନ୍ନାଙ୍କୁ ଉପହାର ଦେଇଥିଲେ।
ଏହି ଚଳଚ୍ଚିତ୍ରରେ ତମନ୍ନାଙ୍କ ବ୍ୟତୀତ ଅମିତାଭ ବଚ୍ଚନ, କିଚା ସୁଦୀପ, ଅନୁଷ୍କା ଶେଟ୍ଟୀ, ବିଜୟ ସେତୁପତି, ନୟନତାରା ଏବଂ ନିହାରିକା ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏହି ଚଳଚ୍ଚିତ୍ରଟି ରାମ ଚରଣଙ୍କ ପ୍ରଡକ୍ସନରେ ନିର୍ମିତ ହୋଇଥିଲା।
ଏହି ଚଳଚ୍ଚିତ୍ର ୨୦୧୯ରେ ମୁକ୍ତିଲାଭ କରିଥିଲା। ଯାହା ବର୍ଷର ବ୍ଲକବଷ୍ଟର ଚଳଚ୍ଚିତ୍ର ମଧ୍ୟରୁ ଗୋଟିଏ ଥିଲା। ଏହି ରିଂକୁ ଉପହାର ଦେବା ପରେ ଉପାସାନା ଏକ ପୋଷ୍ଟ ସେୟାର କରି ଏ ବିଷୟରେ ସୂଚନା ଦେଇଥିଲେ। ଯେଉଁଥିରେ ଅଭିନେତ୍ରୀ ଏହି ରିଂ ପିନ୍ଧିଥିବାର ନଜର ଆସିଥିଲେ।

Share