ତମନ୍ନାଙ୍କ ପାଖରେ ରହିଛି ବିଶ୍ୱର ପଞ୍ଚମ ସବୁଠାରୁ ବଡ ହୀରା

ମୁମ୍ବାଇ: ତମନ୍ନା ଭାଟିଆ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରି ସହ ବଲିଉଡର ଜଣେ ଜଣାଶୁଣା ନାୟିକା ଭାବେ ପରିଚିତ। ସେ ଯେଉଁଠିକି ବି ଯାଆନ୍ତି ନିଜ ଷ୍ଟାଇଲରେ ସମସ୍ତଙ୍କୁ ତାଙ୍କର ଦିଓ୍ବାନା କରି ଦିଅନ୍ତି। ଏହି ଦିଭା ନିଜ କଲେକଶନରେ ସାଧାରଣରୁ ନେଇ ବିଶେଷ ଧରଣର ଜୁଏଲାରୀ ରଖିଥାଆନ୍ତି। ଏଥିରେ ଏକ ଡାଇମଣ୍ଡ ରିଂ ବା ହୀରା ମୁଦିବି ସାମିଲ ହୋଇଛି। ରିପୋର୍ଟ ଅନୁଯାୟୀ, ଏହି ରିଂରେ ବିଶ୍ୱର ପଞ୍ଚମ ସବୁଠାରୁ ବଡ ହୀରା ଲାଗିଛି।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ତମନ୍ନା ଭାଟିଆ ବିଶ୍ୱରେ ପଞ୍ଚମ ବୃହତ୍ତମ ହୀରା ଖଚିତ ରିଂ ରଖିଛନ୍ତି। ଯେଉଁଥିରେ ଏକ ବିରାଟ ହୀରା ଖଚିତ ହୋଇଛି। ରିପୋର୍ଟ ଅନୁଯାୟୀ, ଏହି ହୀରାର ପ୍ରାୟ ମୂଲ୍ୟ ୨କୋଟି ଟଙ୍କା ହେବ। ଏହି ରିଂରେ ଥିବା ହୀରା ଉତ୍କୃଷ୍ଟ କାରୁକାର୍ଯ୍ୟ ଦେଖାଇଥାଏ। ଏହି ହୀରାର ଆକୃତି ବହୁତ ସୁନ୍ଦର ଯାହା ଉତ୍କୃଷ୍ଟ ଉଜ୍ଜ୍ୱଳ ଏବଂ ବନାବଟ କା ବୋଲି ବିବେଚନା କରାଯାଏ।
ଅଭିନେତ୍ରୀ ନିଜେ ଏହି ରିଂ କିଣି ନାହାଁନ୍ତି, କିନ୍ତୁ ଜଣେ ବିଶେଷ ବ୍ୟକ୍ତି ତାଙ୍କୁ ଏହି ରିଂ ଉପହାର ଦେଇଛନ୍ତି। ସୂଚନା ଅନୁଯାୟୀ, ସାଉଥ ସୁପରଷ୍ଟାର ରାମ ଚରଣଙ୍କ ପତ୍ନୀ ଉପସାନା ଏହି ରିଂକୁ ତମନ୍ନାଙ୍କୁ ଦେଇଛନ୍ତ। ବାସ୍ତବରେ, ଫିଲ୍ମ ‘ସାଇ ରା ନରସିଂହ ରେଡ୍ଡୀ’ରେ ତମନ୍ନାଙ୍କ ଅଭିନୟରେ ଉପାସନା ବହୁତ ପ୍ରଭାବିତ ହୋଇଥିଲେ। ଏହା ପରେ ସେ ଏହି ରିଂକୁ ତମନ୍ନାଙ୍କୁ ଉପହାର ଦେଇଥିଲେ।
ଏହି ଚଳଚ୍ଚିତ୍ରରେ ତମନ୍ନାଙ୍କ ବ୍ୟତୀତ ଅମିତାଭ ବଚ୍ଚନ, କିଚା ସୁଦୀପ, ଅନୁଷ୍କା ଶେଟ୍ଟୀ, ବିଜୟ ସେତୁପତି, ନୟନତାରା ଏବଂ ନିହାରିକା ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏହି ଚଳଚ୍ଚିତ୍ରଟି ରାମ ଚରଣଙ୍କ ପ୍ରଡକ୍ସନରେ ନିର୍ମିତ ହୋଇଥିଲା।
ଏହି ଚଳଚ୍ଚିତ୍ର ୨୦୧୯ରେ ମୁକ୍ତିଲାଭ କରିଥିଲା। ଯାହା ବର୍ଷର ବ୍ଲକବଷ୍ଟର ଚଳଚ୍ଚିତ୍ର ମଧ୍ୟରୁ ଗୋଟିଏ ଥିଲା। ଏହି ରିଂକୁ ଉପହାର ଦେବା ପରେ ଉପାସାନା ଏକ ପୋଷ୍ଟ ସେୟାର କରି ଏ ବିଷୟରେ ସୂଚନା ଦେଇଥିଲେ। ଯେଉଁଥିରେ ଅଭିନେତ୍ରୀ ଏହି ରିଂ ପିନ୍ଧିଥିବାର ନଜର ଆସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri