ଜନ ଅବ୍ରାହମଙ୍କ ସହ ଅନସ୍କ୍ରିନ ରୋମାନ୍ସ କରିବେ ତମନ୍ନା!

ମୁମ୍ବାଇ: ଅଭିନେତ୍ରୀ ତମନ୍ନା ଭାଟିଆ ଏବେ ତାଙ୍କ ସିରିଜ ‘ଜି କରଦା’କୁ ନେଇ ଅଛନ୍ତି ଚର୍ଚ୍ଚାରେ। ବହୁତ ଭଲ ପରଫରମାନ୍ସ ଦେଇ ତାଙ୍କ ଆକ୍ଟିଂ ସ୍କିଲର ପ୍ରମାଣ ଏହି ଶୋ’ରେ ପ୍ରଦର୍ଶିତ କରିଛନ୍ତି ଅଭିନେତ୍ରୀ।ଅନ୍ୟପଟେ ଆକ୍ସନ ଷ୍ଟାର ଜନ ଅବ୍ରାହମ ପଠାନରେ ଭିଲେନ ଭୂମିକାରେ ନଜର ଆସିଥଲେ, ଯେଉଁଥିରେ ସେ ଇଣ୍ଡଷ୍ଟ୍ରିରେ ଖଳନାୟକର ଏକ ଭିନ୍ନ ପରିଚୟ ସୃଷ୍ଟି କରିଦେଲେ। ଏହି ଦୁଇ ପ୍ରତିଭାବାନ କଳାକାରଙ୍କୁ ଏବେ ଏକାଠି ଦେଖିବାକୁ ମିଳିବ, ଯେଉଁଥିରେ ଭିଜୁଆଲ ଟ୍ରିଟ କମ ହେବ ନାହିଁ ଓ ଏହାକୁ ନେଇ ଏବେ ବିଶେଷ ସୂତ୍ରରୁ ଏକ ଭଲ ଅପଡେଟ ସାମ୍ନାକୁ ଆସିଛି।

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ତମନ୍ନା ଭାଟିଆଙ୍କୁ ଏକ ନୂଆ ପ୍ରୋଜେକ୍ଟରେ ଜନ ଅବ୍ରାହମଙ୍କ ସହ ଦେଖିବାକୁ ମିଳିବ। ସମୟ ସହ ପ୍ରୋଜେକ୍ଟ ସହ ଜଡିତ ଆହୁରି କିଛି ନୂଆ ତଥ୍ୟ ବି ସାମ୍ନାକୁ ଆସିବ। ଫିଲ୍ମର ନିର୍ଦ୍ଦେଶନା ଲୋକପ୍ରିୟ ନିର୍ଦ୍ଦେଶକ ନିଖିଲ ଆଡଭାନୀ ଦେବେ। ଏବେ ଅଭିନେତ୍ରୀ ତାଙ୍କ ପ୍ରଶଂସକଙ୍କ ସହ କିଛି ଫଟୋ ଶେୟାର କରିଛନ୍ତି, ଯେଉଁଥିରେ ଜନ ଅବ୍ରାହମ ବି ଦେଖାଯାଇଛନ୍ତି। ଏହି ପୋଷ୍ଟରେ ତମନ୍ନା ତାଙ୍କ ଅପକମିଂ ପ୍ରୋଜେକ୍ଟ ସମ୍ପର୍କରେ ବି ଆନାଉନ୍ସମେଣ୍ଟ କରିଛନ୍ତି।
ଏହି ଫଟୋରେ ଗୋଟିଏ ପଟେ ଜନ ଓ ଅନ୍ୟପଟେ ଫିଲ୍ମ ନିର୍ଦ୍ଦେଶକ ନିଖିଲ ଆଡଭାନୀ ନଜର ଆସୁଥିବା ବେଳେ ମଝିରେ ଅଛନ୍ତି ତମନ୍ନା। ଏହାସହ କ୍ୟାପଶନରେ ନାୟିକା ଲେଖିଛନ୍ତି, ବହୁତ ଥ୍ରିଲ ଓ ଏକ୍ସାଇଟେଡ ଅଛି ନିଜ ନୂଆ ଜର୍ନିଂକୁ ଆରମ୍ଭ କରିବାକୁ ନେଇ। ଭେଦା ଫ୍ରାମିଲି ଫର ଓ ଭେରି ସ୍ପେଶାଲ ରୋଲ। ଅପେକ୍ଷା କରି ହେଉନି ଏମିତି କମାଲ ଓ ବେହତରିନ ଟିମ ସହ କାମ କରିବାକୁ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ଆୟୋଗ (EC) ବିବାଦକୁ ନେଇ ବଢୁଛି ଜ୍ଞାନେଶ କୁମାରଙ୍କ ଅଡୁଆ, ମହାଭିଯୋଗ ପ୍ରସ୍ତାବ ଆଣିବାକୁ ପ୍ରସ୍ତୁତ ବିରୋଧୀ

ନୂଆଦିଲ୍ଲୀ,୨୪।୯: ନିର୍ବାଚନ ଆୟୋଗ ଏବଂ SIR (ସିଷ୍ଟମାଟିକ ଇନଫର୍ମେସନ ରିଟ୍ରାଇଭାଲ) ପ୍ରକ୍ରିୟା ସମ୍ବନ୍ଧୀୟ ତଥ୍ୟ ସାମ୍ନାକୁ ଆସିବା ପରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ବର୍ତ୍ତମାନ…

ପ୍ରତି ମ୍ୟାଚ ପିଛା ୪.୮ କୋଟି ଟଙ୍କା… ଟିମ ଇଣ୍ଡିଆ ପାଇଁ ବଡ଼ ଲାଭ; ବିସିସିଆଇ (BCCI) ପାଇଲା…

ନୂଆଦିଲ୍ଲୀ,୨୪।୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ ପୂର୍ବରୁ ଟିମ ଇଣ୍ଡିଆର ‘ଟାଇଟଲ ସ୍ପନ୍ସର’ (ମୁଖ୍ୟ ପ୍ରାୟୋଜକ) ସମ୍ବନ୍ଧୀୟ ତଥ୍ୟ ସାମ୍ନାକୁ ଆସିଛି। ବିଭିନ୍ନ ସୂତ୍ରରୁ ମିଳିଥିବା ଖବର…

ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେଲା ଲଘୁଚାପ ବର୍ଷା

ଛତ୍ରପୁର,୨୪।୯(ଦ୍ୱାରକା ପଟ୍ଟନାୟକ/ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତରେ ଖରିଫ ଋତୁ ଫସଲ ପରେ ନୂଆ ଫସଲ ଚାଷ କରିବା ପାଇଁ ଚାଷୀମାନେ…

ଇସ୍ତଫା ଦେବେ ଅଜିତ ଅଗରକର; ଏହି ତାରିଖରେ ନୂଆ ମୁଖ୍ୟ ଚୟନକର୍ତ୍ତାଙ୍କ ନାମ ଘୋଷଣା କରିବ BCCI

ନୂଆଦିଲ୍ଲୀ,୨୪।୯: ବର୍ତ୍ତମାନ ‘ବୋର୍ଡ ଅଫ କଣ୍ଟ୍ରୋଲ ଫର୍‌ କ୍ରିକେଟ ଇନ ଇଣ୍ଡିଆ’ (BCCI) ସମ୍ମୁଖରେ ଥିବା ସବୁଠାରୁ ବଡ଼ ସମସ୍ୟା ହେଉଛି ଜଣେ ନୂଆ ମୁଖ୍ୟ ଚୟନକର୍ତ୍ତାଙ୍କ…

‘ଜ୍ଞାନେଶ ତୁରନ୍ତ ଇସ୍ତଫା ଦିଅନ୍ତୁ, ଷଡ଼ଯନ୍ତ୍ରରେ ସାମିଲ ଅଛନ୍ତି ପ୍ରଧାନମନ୍ତ୍ରୀ ମୋଦ-ଶାହା’, ରାହୁଲଙ୍କ କଡ଼ା ସମାଲୋଚନା

ନୂଆଦିଲ୍ଲୀ,୨୪।୯: ନିର୍ବାଚନ ଆୟୋଗକୁ ନେଇ ଚାଲିଥିବା ରାଜନୈତିକ ହଟ୍ଟଗୋଳ ମଧ୍ୟରେ, ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ…

ଖରସ୍ରୋତା ନଦୀକୁ ଡେଇଁ ପଡ଼ିଲେ ମହିଳା, ଆଉ ତା’ପରେ…

ଯାଜପୁର,୨୪।୯: ଯାଜପୁର ଜିଲା ବିଞ୍ଝାରପୁର ଖରସ୍ରୋତା ନଦୀ ବ୍ରିଜ ଉପରୁ ଗୁରୁବାର ଜଣେ ମହିଳା ଡେଇଁ ପଡିଥିଲେ। ମହିଳା ଜଣକ ବ୍ରିଜ୍‌ ଉପରେ ଚପଲ ଓ ଛତା…

ପ୍ରସୂତିଙ୍କୂ ମିଳିଲାନି ଆମ୍ବୁଲାନ୍ସ ସେବା: ଅଧାବାଟରେ ଚାଲିଗଲା ଜୀବନ

କେନ୍ଦ୍ରାପଡ଼ା,୨୪।୯(ଜଗନ୍ନାଥ ଧଳ): ଆମ୍ବୁଲାନ୍ସ ସେବା ନ ପାଇ କେନ୍ଦ୍ରାପଡ଼ା ବ୍ଲକ ଇନ୍ଦୁପୁର ସିଏଚ୍‌ସି ଅଧୀନ ନିକିରାଇ ଥାନା ଅନ୍ତର୍ଗତ ପୂର୍ବ ନିକିରାଇ ଗ୍ରାମରେ ଗୁରୁବାର ଜଣେ ପ୍ରସୂତୀଙ୍କ…

ଗାଜଲବାଡି ଘାଟିରେ ଭୂସ୍ଖଳନ, ପୂର୍ବରୁ ସିଲ୍ କରିଥିଲା ପ୍ରଶାସନ

ଦାରିଙ୍ଗବାଡି,୨୪।୯(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଦେଇ ଯାଇଥିବା ଗୋପାଳପୁର -ରାଇପୁର ୫୯ ନଂ ଜାତୀୟ ରାଜପଥର ଗାଜଲବାଡି ଘାଟିରେ ଭୂସ୍ଖଳନ ହୋଇଛି । ଏକାଧିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?