ବିଜୟଙ୍କ ସହ ରିଲେଶନକୁ କନଫର୍ମ କଲେ ତମନ୍ନା

ମୁମ୍ବାଇ: ଅଭିନେତ୍ରୀ ତମନ୍ନା ଭାଟିଆ ଓ ବିଜୟ ବର୍ମାଙ୍କ ରିଲେସନଶିପକୁ ନେଇ କିଛଇଦିନ ହେବ ଚର୍ଚ୍ଚା ଲାଗି ରହିଛି। ଏମାନଙ୍କୁ ଅନେକଥର ସ୍ପଟ ବି କରାଯାଇଛି। ଗୋଆରେ ହୋଇଥିବା ନ୍ୟୁୟର ପାର୍ଟିରେ ଏମାନଙ୍କୁ ଏକାଠି ସ୍ପଟ କରାଯାଇଥିଲା। ଏହିସମୟରେ ଏମାନେ ପରସ୍ପରକୁ ଆଲିଙ୍ଗନ କରିବା କିସ୍‌ କରିବା ଭିଡିଓ ଭାଇରାଲ ହୋଇଥିଲା। ସେବେଠାରୁ ତମନ୍ନା-ବିଜୟଙ୍କ ରିଲେସନକୁ ନେଇ ଚର୍ଚ୍ଚା ହେଉଛି। ଏହାପରେ ବି ଡିନର ଡେଟ ଓ ଏୟାରପୋର୍ଟରେ ଉଭୟଙ୍କୁ ସ୍ପଟ କରାଯାଇଛି। ଏବେ ଏହି ରିଲେସନଶିପକୁ ନେଇ ମିଡିଆ ସାମ୍ନାରେ ପ୍ରଥମଥର ତମନ୍ନା ମୁହଁ ଖୋଲିଛନ୍ତି।

ନେଟଫ୍ଲିକ୍ସର ଫିଲ୍ମ ‘ଲଷ୍ଟ ଷ୍ଟୋରୀ ୨’ରେ ଏକାଠି ଅଭିନୟ କରିଥିବା ତମନ୍ନା ଏବଂ ବିଜୟଙ୍କ ଶୁଟିଂ ସମୟରେ ନିକଟତର ହୋଇଥିଲେ। ଫିଲ୍ମ କ୍ୟାମେପନିୟନକୁ ଦେଇଥିବା ଏକ ସାକ୍ଷାତକାରରେ ତମନ୍ନା କହିଛନ୍ତି, ‘ଜଣେ ବ୍ୟକ୍ତି ଅଛନ୍ତି ଯାହା ବିଷୟରେ ମୁଁ ବହୁତ ଚିନ୍ତା କରେ, କାରଣ ସେ ମୋର ହାପି ପ୍ଲେସ
ତମନ୍ନା ଭାଟିଆ ତାଙ୍କ ରିଲେସନଶିପକୁ ନେଇ କହିଛନ୍ତି, ’ମୁଁ ଭାବୁନାହିଁ ଯେ ସେ ତୁମର ସହ-ଅଭିନେତା ହୋଇଥିବାରୁ ତୁମେ କାହା ପ୍ରତି ଆକର୍ଷିତ ହେବ। ମୋର ଅନେକ ସହ-ଅଭିନେତା ଅଛନ୍ତି । ମୁଁ ଭାବୁଛି ଯଦି କାହାକୁ ପ୍ରେମରେ ପଡ଼ିବାକୁ ପଡିବ, କାହା ପାଇଁ କିଛି ଅନୁଭବ କରିବାକୁ ପଡିବ, ତେବେ ଏହା ସମ୍ପୂର୍ଣ୍ଣ ବ୍ୟକ୍ତିଗତ। ସେମାନେ କେଉଁ କାମ କରନ୍ତି ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ, ମୋର ଅର୍ଥ ଏହା ଘଟିବା ଆବଶ୍ୟକ ନୁହେଁ।
ତମନ୍ନା ଆହୁରି କହିଛନ୍ତି, ‘ଭାରତରେ ମଧ୍ୟ ଏକ ସମସ୍ୟା ଅଛି ଯେ ଜଣେ ଝିଅକୁ ଜୀବନସାଥୀ ପାଇଁ ସାରା ଜୀବନ ବଦଳାଇବାକୁ ପଡ଼ିବ। ତୁମେ ସେହି ବ୍ୟକ୍ତିଙ୍କ ପାଇଁ ବହୁତ ପରିଶ୍ରମ କରିବାକୁ ପଡିବ, କିନ୍ତୁ ସେ (ବିଜୟ ବର୍ମା) ସେପରି ନୁହଁନ୍ତି। ସେ ମୋ ଜୀବନ ଏସମ୍ପୂର୍ଣ୍ଣ ଭାବେ ବୁଛିଛନ୍ତି। ସେ ହେଉଛନ୍ତି ଜଣେ ସେମିତି ବ୍ୟକ୍ତି ଯାହା ବିଷୟରେ ମୁଁ ଗଭୀର ଭାବରେ ଚିନ୍ତା କରେ । ସେ ମୋର ଖୁସିର ସ୍ଥାନ ପାଲଟିଛନ୍ତ।


Enter your email to get our daily news in your inbox.

All Right Reserved By Dharitri.Com

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri