କଲେଜ ସେକ୍ରେଟାରୀ ଦୀପ୍ତିଙ୍କୁ ପ୍ରଥମ ଦେଖାରେ ଭଲ ପାଇ ବସିଥିଲେ ଏହି ଅଭିନେତା, ଚାରି ଦିନ ନ ପୂରୁଣୁ…

ବମ୍ବେ: କଲେଜ ସମାରୋହରେ ଅତିଥି ଭାବେ ନିମନ୍ତ୍ରଣ ପାଇଥିଲେ। ହେଲେ ସେଠାକୁ ଯିବାପରେ ସେହି କଲେଜ୍‌ର ସେକ୍ରେଟାରୀଙ୍କ ପ୍ରେମରେ ପଡ଼ିଯାଇଥିଲେ। କିଛି ଏଭଳି ପ୍ରେମକାହାଣୀ ହେଉଛି ଲୋକପ୍ରିୟ ମରାଠି ଏବଂ ବଲିଉଡ୍‌ ଅଭିନେତା ଶ୍ରେୟଶ ତଲପଡେଙ୍କର। ଏବେ ସେହି କଲେଜ ସେକ୍ରେଟାରୀ ଶ୍ରେୟସଙ୍କ ଜୀବନର ସେକ୍ରେଟାରୀ ଅର୍ଥାତ ଧର୍ମପତ୍ନୀ ହୋଇଛନ୍ତି। ୧୯୭୬ ଜାନୁୟାରୀ ୨୭ରେ ଜନ୍ମ ହୋଇଥିଲେ ଶ୍ରେୟସ। ଗୁରୁବାର ସେ ନିଜର ଜନ୍ମଦିନ ପାଳନ କରୁଛନ୍ତି।
‘ଓମ୍‌ ଶାନ୍ତି ଓମ୍‌’, ‘ଗୋଲମାଲ୍‌ ସିରିଜ୍‌’, ‘ବାହ୍‌ ତାଜ୍‌’ ଏବଂ ଇକ୍‌ବାଲ୍‌ ଭଳି ୪୫ ଫିଲ୍ମରେ କାମ କରିଛନ୍ତି ଶ୍ରେୟସ। ଅଭିନୟରେ ସେ ଯେତିକି ସଫଳ ସେତିକି ପ୍ରେମ ଜୀବନରେ ମଧ୍ୟ। ଦୀପ୍ତିଙ୍କୁ କଲେଜରେ ଦେଖି ପ୍ରଥମ ଦେଖାରେ ପସନ୍ଦ କରିଥିଲେ ସେ। ଏହାର ଚାରିଦିନ ନ ପୁରୁଣୁ ସେ ପ୍ରେମ ନିବେଦନ କରିଥିଲେ। ପରେ ସେମାନେ ଚାରିବର୍ଷ ଧରି ପରସ୍ପରକୁ ଡେଟ୍‌ କରିବା ପରେ ୨୦୦୪ରେ ବିବାହ କରିଥିଲେ। ବିବାହର ୧୪ ବର୍ଷ ପରେ ସେ ସରୋଗେସୀ ଜରିଆରେ ପିତା ହୋଇଛନ୍ତି। ତାଙ୍କର ଗୋଟିଏ ଝିଅ ଆଦ୍ୟା ରହିଛି।

Share