‘ପାରଳାର ଲଲାମ ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ’ ପୁସ୍ତକକୁ ନେଇ ଚର୍ଚ୍ଚା

ପାରଳାଖେମୁଣ୍ଡି, ୪ା୮ (ଡି.ଏନ୍‌.ଏ): ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ ୧୮୫୭ର ସିପାହୀ ବିଦ୍ରୋହ ନା ୧୮୧୭ର ପାଇକ ବିଦ୍ରୋହ, ସେ ସମ୍ପର୍କରେ ଚର୍ଚ୍ଚା ଚାଲିଥିବା ବେଳେ ବିଶିଷ୍ଟ ଐତିହାସିକ ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଦ୍ୱାରା ଲିଖିତ ‘ପାରଳାର ଲଲାମ ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ’ ପୁସ୍ତକରେ ଭିନ୍ନ ମତ ପ୍ରକାଶ ପାଇଛି। ଉକ୍ତ ପୁସ୍ତକରେ ବ୍ରିଟିଶ ଶାସନ ବେଳର ବିଭିନ୍ନ ସରକାରୀ ବିବରଣୀରେ ଉଲ୍ଲିଖିତ ତଥ୍ୟ ଭିତ୍ତିରେ ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ ପାରଳାରୁ ଆରମ୍ଭ ହୋଇଥିଲା ବୋଲି ଉଲ୍ଲେଖ ଅଛି।

ପାରଳାଖେମୁଣ୍ଡିର ରାଜା ଜଗନ୍ନାଥ ନାରୟଣ ଦେବ ଇଂରେଜମାନଙ୍କ ସହ ୧୭୬୭ରୁ ସଶସ୍ତ୍ର ସଂଗ୍ରାମ ଆରମ୍ଭ କରିଥିଲେ। ଏହି ସଂଘର୍ଷ ୧୮୩୪ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ପାରଳାଖେମୁଣ୍ଡିର ରାଜା, ପ୍ରଜା, ପାଇକ, ଦୋରା, ବିଷୋୟୀ ଓ ମଖସାଦାରମାନେ ଅଂଶଗ୍ରହଣ କରିଥିଲେ। ରାଜ୍ୟର ଜନଜାତି ଅର୍ଥାତ ଶବରମାନେ ମଧ୍ୟ ସଂଗ୍ରାମରେ ଅଂଶଗ୍ରହଣ କରିଥିବା ପୁସ୍ତକରେ ଉଲ୍ଲିଖିତ ଅଛି। ଉକ୍ତ ସଂଗ୍ରାମର ଅବଧି ଭାରତର ଅନ୍ୟ ସମସ୍ତ ସ୍ବାଧୀନତା ସଂଗ୍ରାମର ଅବଧିଠାରୁ ଅଧିକ ବୋଲି ଲେଖକ ଦର୍ଶାଇଛନ୍ତି। ଉକ୍ତ ସଂଗ୍ରାମର ଅଂଶ ସ୍ବରୂପ ୧୭୮୦ରେ ବିଶାଖାପାଟଣାରେ ଦେଶୀୟ ସିପାହୀମାନେ ବିଦ୍ରୋହ କରି ୬ ଜଣ ସେନାଧିକାରୀଙ୍କୁ ହତ୍ୟା କରିବା, ସେଠିକାର ଶାସନମୁଖ୍ୟଙ୍କୁ ବନ୍ଦି କରିବା, ପାରଳାଖେମୁଣ୍ଡିର ଦକ୍ଷିଣ-ପଶ୍ଚିମ ଅଞ୍ଚଳକୁ ସ୍ବାଧୀନ କରିବା ସହ ଇଂରେଜ ସେନା ପାରଳା ପରିତ୍ୟାଗ କରିଥିବା ଲେଖକ ପୁସ୍ତକରେ ଉଲ୍ଲେଖ କରିଛନ୍ତି। ଏହି ସଂଗ୍ରାମରେ ମେଜର ବକ୍ରୁର ଓ ଲେଫ୍ଟନାଣ୍ଟ ସିରୋଦ ଓ ଅନେକ ସେନାଧିକାରୀ ଯୁଦ୍ଧରେ ନିହତ ହୋଇଥିଲେ। ପାରଳାର ସଂଗ୍ରାମୀ ବିଶେଷ କରି ଜନଜାତିର ଶବରମାନେ ଏଥିରେ ବହୁ ସଂଖ୍ୟାରେ ପ୍ରାଣବଳି ଦେଇଥିବା ଉକ୍ତ ପୁସ୍ତକରେ ପ୍ରକାଶ ପାଇଛି । ସଂଗ୍ରାମରେ ଅଂଶଗ୍ରହଣ କରିଥିବା ମୁକ୍ତିଯୋଦ୍ଧାମାନଙ୍କ ମଧ୍ୟରୁ ୧୮ ଜଣଙ୍କୁ ଫାଶୀଦଣ୍ଡ, ୨୫ଜଣଙ୍କୁ ଦ୍ୱାପାନ୍ତର (କଳାପାଣି) ଦଣ୍ଡ ଓ ୧୦୩ଜଣଙ୍କୁ ରାଜବନ୍ଦୀ କରାଯାଇଥିଲା। ଏ ସମସ୍ତ ଘଟଣାର ବିବରଣୀ ଓ ସଂପୃକ୍ତ ପୁସ୍ତକର ସଂପାଦକ ମହାପାତ୍ର ଭାରତର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ତଥା ଓଡିଶାର ମୁଖ୍ୟମନ୍ତ୍ରୀଙ୍କୁ ଗତ ୧୫.୦୫.୨୦୨୨ରେ ପ୍ରଦାନ କରିବା ସହିତ ଏକ ସ୍ମାରକପତ୍ର ଦେଇଥିଲେ। ଭାରତର ସ୍ବାଧୀନତା ସଂଗ୍ରାମ ଇତିହାସରେ ପାରଳାଖେମୁଣ୍ଡିର ସଂଗ୍ରାମକୁ ସ୍ଥାନଦେବା ଏବଂ ଶହୀଦମାନଙ୍କ ସ୍ମୃତି ରକ୍ଷା ପାଇଁ ବିହିତ ବ୍ୟବସ୍ଥା କରିବାକୁ ସଂପାଦକ ଅନୁରୋଧ କରିଥିଲେ। ଏ ସମ୍ପର୍କରେ ତର୍ଜମା କରି ପଦକ୍ଷେପ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ପ୍ରଥମେ ଓଡିଶା ସରକାରଙ୍କୁ ଚିଠି ଆସିଥିଲା। ଏହି ଚିଠି ଆସିବା ପରେ ରାଜ୍ୟ ସରକାରଙ୍କ ଘରୋଇ ବିଭାଗ ପକ୍ଷରୁ ଚିଠି ନଂ. ୨୫୮୨୫ ତାରିଖ ୨୮.୦୭.୨୦୨୨ରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗକୁ ଉକ୍ତ ପୁସ୍ତକରେ ପ୍ରକାଶିତ ତଥ୍ୟ ବିଷୟରେ ତର୍ଜମା କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

ଧର୍ମଗଡ଼ ଉପଖଣ୍ଡରେ କୁଆପଥର ବର୍ଷା: ଯାତାୟାତ ବାଧାପ୍ରାପ୍ତ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡରେ ସୋମବାର ମଧ୍ୟାହ୍ନରେ ପ୍ରବଳ ଝଡ଼ ତୋଫାନ ସହ କୁଆପଥର ବର୍ଷା ହୋଇଛି। ବିଶେଷ କରି ଉପଖଣ୍ଡର ଧର୍ମଗଡ଼…

ପୋଲିସକୁ ଭୁଆଁ ବୁଲାଇ ନୂଆ ତରିକାରେ ହେଉଥିଲା ଗଞ୍ଜେଇ ଚାଲାଣ, ଖବରପାଇ ପହଞ୍ଚିଗଲା ପୋଲିସ

ମୋହନା,୬।୪( ମନ୍ମଥ ମିଶ୍ର ): ଗଜପତି ଜିଲାର ଭୂସ୍ବର୍ଗ ପାଲଟିଥିବା ଅଡବା ଥାନା ଅଞ୍ଚଳରେ ପୋଲିସର ଘନଘନ ଚଢ଼ାଉ ଜାରି ରହିଛି। ଗତ କିଛି ଦିନ ଭିତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri