‘ପାରଳାର ଲଲାମ ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ’ ପୁସ୍ତକକୁ ନେଇ ଚର୍ଚ୍ଚା

ପାରଳାଖେମୁଣ୍ଡି, ୪ା୮ (ଡି.ଏନ୍‌.ଏ): ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ ୧୮୫୭ର ସିପାହୀ ବିଦ୍ରୋହ ନା ୧୮୧୭ର ପାଇକ ବିଦ୍ରୋହ, ସେ ସମ୍ପର୍କରେ ଚର୍ଚ୍ଚା ଚାଲିଥିବା ବେଳେ ବିଶିଷ୍ଟ ଐତିହାସିକ ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଦ୍ୱାରା ଲିଖିତ ‘ପାରଳାର ଲଲାମ ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ’ ପୁସ୍ତକରେ ଭିନ୍ନ ମତ ପ୍ରକାଶ ପାଇଛି। ଉକ୍ତ ପୁସ୍ତକରେ ବ୍ରିଟିଶ ଶାସନ ବେଳର ବିଭିନ୍ନ ସରକାରୀ ବିବରଣୀରେ ଉଲ୍ଲିଖିତ ତଥ୍ୟ ଭିତ୍ତିରେ ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ ପାରଳାରୁ ଆରମ୍ଭ ହୋଇଥିଲା ବୋଲି ଉଲ୍ଲେଖ ଅଛି।

ପାରଳାଖେମୁଣ୍ଡିର ରାଜା ଜଗନ୍ନାଥ ନାରୟଣ ଦେବ ଇଂରେଜମାନଙ୍କ ସହ ୧୭୬୭ରୁ ସଶସ୍ତ୍ର ସଂଗ୍ରାମ ଆରମ୍ଭ କରିଥିଲେ। ଏହି ସଂଘର୍ଷ ୧୮୩୪ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ପାରଳାଖେମୁଣ୍ଡିର ରାଜା, ପ୍ରଜା, ପାଇକ, ଦୋରା, ବିଷୋୟୀ ଓ ମଖସାଦାରମାନେ ଅଂଶଗ୍ରହଣ କରିଥିଲେ। ରାଜ୍ୟର ଜନଜାତି ଅର୍ଥାତ ଶବରମାନେ ମଧ୍ୟ ସଂଗ୍ରାମରେ ଅଂଶଗ୍ରହଣ କରିଥିବା ପୁସ୍ତକରେ ଉଲ୍ଲିଖିତ ଅଛି। ଉକ୍ତ ସଂଗ୍ରାମର ଅବଧି ଭାରତର ଅନ୍ୟ ସମସ୍ତ ସ୍ବାଧୀନତା ସଂଗ୍ରାମର ଅବଧିଠାରୁ ଅଧିକ ବୋଲି ଲେଖକ ଦର୍ଶାଇଛନ୍ତି। ଉକ୍ତ ସଂଗ୍ରାମର ଅଂଶ ସ୍ବରୂପ ୧୭୮୦ରେ ବିଶାଖାପାଟଣାରେ ଦେଶୀୟ ସିପାହୀମାନେ ବିଦ୍ରୋହ କରି ୬ ଜଣ ସେନାଧିକାରୀଙ୍କୁ ହତ୍ୟା କରିବା, ସେଠିକାର ଶାସନମୁଖ୍ୟଙ୍କୁ ବନ୍ଦି କରିବା, ପାରଳାଖେମୁଣ୍ଡିର ଦକ୍ଷିଣ-ପଶ୍ଚିମ ଅଞ୍ଚଳକୁ ସ୍ବାଧୀନ କରିବା ସହ ଇଂରେଜ ସେନା ପାରଳା ପରିତ୍ୟାଗ କରିଥିବା ଲେଖକ ପୁସ୍ତକରେ ଉଲ୍ଲେଖ କରିଛନ୍ତି। ଏହି ସଂଗ୍ରାମରେ ମେଜର ବକ୍ରୁର ଓ ଲେଫ୍ଟନାଣ୍ଟ ସିରୋଦ ଓ ଅନେକ ସେନାଧିକାରୀ ଯୁଦ୍ଧରେ ନିହତ ହୋଇଥିଲେ। ପାରଳାର ସଂଗ୍ରାମୀ ବିଶେଷ କରି ଜନଜାତିର ଶବରମାନେ ଏଥିରେ ବହୁ ସଂଖ୍ୟାରେ ପ୍ରାଣବଳି ଦେଇଥିବା ଉକ୍ତ ପୁସ୍ତକରେ ପ୍ରକାଶ ପାଇଛି । ସଂଗ୍ରାମରେ ଅଂଶଗ୍ରହଣ କରିଥିବା ମୁକ୍ତିଯୋଦ୍ଧାମାନଙ୍କ ମଧ୍ୟରୁ ୧୮ ଜଣଙ୍କୁ ଫାଶୀଦଣ୍ଡ, ୨୫ଜଣଙ୍କୁ ଦ୍ୱାପାନ୍ତର (କଳାପାଣି) ଦଣ୍ଡ ଓ ୧୦୩ଜଣଙ୍କୁ ରାଜବନ୍ଦୀ କରାଯାଇଥିଲା। ଏ ସମସ୍ତ ଘଟଣାର ବିବରଣୀ ଓ ସଂପୃକ୍ତ ପୁସ୍ତକର ସଂପାଦକ ମହାପାତ୍ର ଭାରତର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ତଥା ଓଡିଶାର ମୁଖ୍ୟମନ୍ତ୍ରୀଙ୍କୁ ଗତ ୧୫.୦୫.୨୦୨୨ରେ ପ୍ରଦାନ କରିବା ସହିତ ଏକ ସ୍ମାରକପତ୍ର ଦେଇଥିଲେ। ଭାରତର ସ୍ବାଧୀନତା ସଂଗ୍ରାମ ଇତିହାସରେ ପାରଳାଖେମୁଣ୍ଡିର ସଂଗ୍ରାମକୁ ସ୍ଥାନଦେବା ଏବଂ ଶହୀଦମାନଙ୍କ ସ୍ମୃତି ରକ୍ଷା ପାଇଁ ବିହିତ ବ୍ୟବସ୍ଥା କରିବାକୁ ସଂପାଦକ ଅନୁରୋଧ କରିଥିଲେ। ଏ ସମ୍ପର୍କରେ ତର୍ଜମା କରି ପଦକ୍ଷେପ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ପ୍ରଥମେ ଓଡିଶା ସରକାରଙ୍କୁ ଚିଠି ଆସିଥିଲା। ଏହି ଚିଠି ଆସିବା ପରେ ରାଜ୍ୟ ସରକାରଙ୍କ ଘରୋଇ ବିଭାଗ ପକ୍ଷରୁ ଚିଠି ନଂ. ୨୫୮୨୫ ତାରିଖ ୨୮.୦୭.୨୦୨୨ରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗକୁ ଉକ୍ତ ପୁସ୍ତକରେ ପ୍ରକାଶିତ ତଥ୍ୟ ବିଷୟରେ ତର୍ଜମା କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ୨ଦିନ କଲବଲ କରିବ କୁହୁଡ଼ି

ଭୁବନେଶ୍ୱର,୧୭।୨: ପାଣିପାଗ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଏକ ବଡ଼ ସୂଚନା ଜାରି କରାଯାଇଛି। ରାଜ୍ୟର ବିଭିନ୍ନ ଜିଲାରେ ଆଉ ୨ ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି ରହିବ…

ଦଶମ ଶ୍ରେଣୀ ଦିବ୍ୟାଙ୍ଗ ଛାତ୍ରଙ୍କ ବୋର୍ଡ ପରୀକ୍ଷାକୁ ନେଇ ଅନିଶ୍ଚିତତା, କର୍ତ୍ତୃପକ୍ଷଙ୍କୁ ଦୃଷ୍ଟି ଦେବାକୁ ଦାବୀ           

ଦିଗପହଣ୍ଡି,୧୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମ ସରକାରୀ ହାଇସ୍କୁଲର ୧୦ମ ଶ୍ରେଣୀ ଛାତ୍ର ଗୌତମ ମହାନ୍ତିଙ୍କ ମାଟ୍ରିକ ପରୀକ୍ଷାକୁ ନେଇ ଅନିଶ୍ଚିତତା…

ରକ୍ତରେ ଭିଜିଲା ସପ୍ତାମାତୃକା ଶୈବପୀଠ, ଶହ ଶହ ପଶୁପକ୍ଷୀଙ୍କୁ ଦିଆଗଲା ବଳି

ତୁଣ୍ଡଲା,୧୭।୨(ଫିରୋଜ କୁମାର ଦାଶ): କଳାହାଣ୍ଡି ଜିଲାର କେସିଙ୍ଗା ବ୍ଲକ ବେଲଖଣ୍ଡି ସ୍ଥିତ ତେଲ ଓ ଉତେଇ ନଦୀର ସଙ୍ଗମରେ ଥିବା ସର୍ବପୁରାତନ ତଥା ଐତିହାସିକ ସପ୍ତମାତୃକା ଶୈବପୀଠ…

ବଜେଟ୍ ଅଧିବେଶନ: ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କଲେ ରାଜ୍ୟପାଳ, ରାଜ୍ୟରେ ବଢ଼ିଛି ଚାଷୀଙ୍କ ମୁଣ୍ଡ ପିଛା ଆୟ

ଭୁବନେଶ୍ବର,୧୭।୨:  ଆରମ୍ଭ ହେଲା ବିଧାନସଭା ବଜେଟ୍ ଅଧିବେଶନ । ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କରିଥିଲେ । ୨୦୩୬ରେ ଓଡ଼ିଶା…

ଥୁଆମୂଳ ରାମପୁର: DMF ପାଣ୍ଠି ପାଇଁ ବିଡିଓଙ୍କୁ ସ୍ମାରକପତ୍ର

ଥୁଆମୂଳ ରାମପୁର,୧୭।୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକକୁ ସମ୍ପୂର୍ଣ୍ଣ ଭାବେ ଜିଲା ଖଣିଜ ପ୍ରତିଷ୍ଠାନ (DMF) ପାଣ୍ଠିରେ ଅନ୍ତର୍ଭୁକ୍ତ କରିବା ସହ ସରପଞ୍ଚମାନଙ୍କୁ କ୍ଷମତା…

ପୂର୍ବତନ ବିଧାୟକଙ୍କ ବିବାଦୀୟ ଫାର୍ମ ହାଉସରେ ମାପଚୁପ ଆରମ୍ଭ, ଜବରଦଖଲ ଅଭିଯୋଗରେ ହୋଇଥିଲା ନୋଟିସ

ଧର୍ମଶାଳା,୧୭।୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ମଧୁପୁରଗଡ଼ ଗ୍ରାମପଞ୍ଚାୟତସ୍ଥିତ ପନ୍ତୁରୀ ଠାରେ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତ ରାୟଙ୍କ ଫାର୍ମହାଉସରେ ଆରମ୍ଭ ହୋଇଛି…

ଅଧାରେ ରହିଗଲା ବାହାଘର, ନିମନ୍ତ୍ରଣ କାର୍ଡ ଦେଇ ଫେରିବା ବେଳେ ଦୁର୍ଘଟଣାରେ ଚାଲିଗଲା ଜୀବନ

ଝାରସୁଗୁଡା/ବ୍ରଜରାଜନଗର,୧୭।୨(ଆଶିଷ ରଞ୍ଜନ ଦାଶ /ବିଜୟ ବରାଡ଼ ): ଘରକୁ ଫେରୁଥିବା ବେଳେ ଅଧ ରାସ୍ତାରେ ପିଟି ହେଲା ବାଇକ୍ । ଫଳରେ ବିବାହ କରିବାକୁ ଥିବା ଯୁବତୀଙ୍କ…

ଦଶମ ବୋର୍ଡ ପରୀକ୍ଷା ଦେବାକୁ ଯିବା ବେଳେ କାର୍ ଦୁର୍ଘଟଣା, ଦୁଇ ପରୀକ୍ଷାର୍ଥୀ ସମେତ ୬ ଆହତ

କେନ୍ଦୁଝର,୧୭।୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ମଙ୍ଗଳବାର ବା ଆଜିଠାରୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଆରମ୍ଭ ହେଉଛି । ତେବେ ସକାଳ ପ୍ରାୟ ୮ଟା୩୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri