Categories: ଜାତୀୟ

ରାହୁଲଙ୍କ ଫେସବୁକ୍‌ ପୋଷ୍ଟକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ,୨୦।୯: କଂଗ୍ରେସ ଦଳର ଅଧ୍ୟକ୍ଷ ନିର୍ବାଚନ ଆଉ ମାତ୍ର କିଛି ଦିନ ମଧ୍ୟରେ ଅନୁଷ୍ଠିତ ହେବ। ଏନେଇ ବିଭିନ୍ନ କଳ୍ପନାଜଳ୍ପନା କରାଯାଉଛି। ଗୋଟିଏ ପଟେ,ଏହି ପଦ ପାଇଁ ଗାନ୍ଧୀ ପରିବାରର ବିଶ୍ୱସ୍ତ ଅଶୋକ ଗେହଲୋଟ ନାମ ସାମ୍ନାକୁ ଆସୁଥିବାବେଳେ, ଶଶି ଥରୁର ମଧ୍ୟ ଏହି ଦୌଡ଼ରେ ସାମିଲ ଅଛନ୍ତି। ଅନ୍ୟପଟେ ରାହୁଲ ଗାନ୍ଧୀଙ୍କୁ ଅଧ୍ୟକ୍ଷ କରିବା ନେଇ ବିଭିନ୍ନ ରାଜ୍ୟ ଦାବି ଉଠାଉଛି। ଏସବୁ ମଧ୍ୟରେ ରାହୁଲ ଗାନ୍ଧୀ ଦଳର ଭରତ ଯୋଡ ଯାତ୍ରାରେ ଅଛନ୍ତି। ଏହି ସମୟରେ ସେ ଏକ ଫେସବୁକ୍‌ ପୋଷ୍ଟ କରିଛନ୍ତି। ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।
ରାହୁଲ ଗାନ୍ଧୀ ଫେସବୁକରେ ପୋଷ୍ଟରେ କହିଛନ୍ତି ଯେ, ଯେତେବେଳେ ଏକ ଡଙ୍ଗା ମଝିରେ ଅଟକିଯାଏ, ସେତେବେଳେ ଜଣଙ୍କୁ ଭାର ନେବାକୁ ପଡେ। ଅଟକିବୁ ନାହିଁ କି ନଇଁବୁ ନାହିଁ, ଭାରତକୁ ଯୋଡିବୁ। ଏହି ଟୁଇଟ୍‌କୁ ନେଇ ଚର୍ଚ୍ଚା ହେଉଛି ଯେ, ସେ ନିଜ ପାଖଷର ଅଧ୍ୟକ୍ଷ ପଦ ରଖିବକୁ ଚାହୁଁଛନ୍ତି। ତେବେ ସେ ଏହା ପୂର୍ବରୁ କ୍ରମାଗତ ଭାବରେ ଅଧ୍ୟକ୍ଷ ପଦ ଗ୍ରହଣ କରିବାକୁ ମନା କରି ଦେଇଛନ୍ତି।

Share