Posted inଜାତୀୟ

ରାହୁଲଙ୍କ ଫେସବୁକ୍‌ ପୋଷ୍ଟକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ,୨୦।୯: କଂଗ୍ରେସ ଦଳର ଅଧ୍ୟକ୍ଷ ନିର୍ବାଚନ ଆଉ ମାତ୍ର କିଛି ଦିନ ମଧ୍ୟରେ ଅନୁଷ୍ଠିତ ହେବ। ଏନେଇ ବିଭିନ୍ନ କଳ୍ପନାଜଳ୍ପନା କରାଯାଉଛି। ଗୋଟିଏ ପଟେ,ଏହି ପଦ ପାଇଁ ଗାନ୍ଧୀ ପରିବାରର ବିଶ୍ୱସ୍ତ ଅଶୋକ ଗେହଲୋଟ ନାମ ସାମ୍ନାକୁ ଆସୁଥିବାବେଳେ, ଶଶି ଥରୁର ମଧ୍ୟ ଏହି ଦୌଡ଼ରେ ସାମିଲ ଅଛନ୍ତି। ଅନ୍ୟପଟେ ରାହୁଲ ଗାନ୍ଧୀଙ୍କୁ ଅଧ୍ୟକ୍ଷ କରିବା ନେଇ ବିଭିନ୍ନ ରାଜ୍ୟ ଦାବି ଉଠାଉଛି। ଏସବୁ ମଧ୍ୟରେ ରାହୁଲ ଗାନ୍ଧୀ ଦଳର ଭରତ ଯୋଡ ଯାତ୍ରାରେ ଅଛନ୍ତି। ଏହି ସମୟରେ ସେ ଏକ ଫେସବୁକ୍‌ ପୋଷ୍ଟ କରିଛନ୍ତି। ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।
ରାହୁଲ ଗାନ୍ଧୀ ଫେସବୁକରେ ପୋଷ୍ଟରେ କହିଛନ୍ତି ଯେ, ଯେତେବେଳେ ଏକ ଡଙ୍ଗା ମଝିରେ ଅଟକିଯାଏ, ସେତେବେଳେ ଜଣଙ୍କୁ ଭାର ନେବାକୁ ପଡେ। ଅଟକିବୁ ନାହିଁ କି ନଇଁବୁ ନାହିଁ, ଭାରତକୁ ଯୋଡିବୁ। ଏହି ଟୁଇଟ୍‌କୁ ନେଇ ଚର୍ଚ୍ଚା ହେଉଛି ଯେ, ସେ ନିଜ ପାଖଷର ଅଧ୍ୟକ୍ଷ ପଦ ରଖିବକୁ ଚାହୁଁଛନ୍ତି। ତେବେ ସେ ଏହା ପୂର୍ବରୁ କ୍ରମାଗତ ଭାବରେ ଅଧ୍ୟକ୍ଷ ପଦ ଗ୍ରହଣ କରିବାକୁ ମନା କରି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନଡ଼ିଆ ଗଛରୁ ବାଘୁଆ ମହୁମାଛି ବାହାରି ହଠାତ କଲା ଆକ୍ରମଣ: ବୃଦ୍ଧ ଗୁରୁତର, ୪ ଯୁବକ…

ମୋହନା,୬।୪:(ମନ୍ମଥ ମିଶ୍ର): ବାଘୁଆ ମହୁମାଛି ଆକ୍ରମଣରେ ୪ ଆହତ ଜଣେ ବୃଦ୍ଧ ଗୁରୁତର। ଏଭଳି ଘଟଣା ଘଟିଛି ଗଜପତି ଜିଲା ମୋହନା ବ୍ଲକ ଅନ୍ତର୍ଗତ ପାଣିଗଣ୍ଡା ଗାଁରେ।…

୨ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଯୁଦ୍ଧ ସୃଷ୍ଟି କଲା ICC, ବୁମ୍‌ରାଙ୍କୁ ଚ୍ୟାଲେଞ୍ଜ କଲେ ଟିମ ଇଣ୍ଡିଆର ଏହି ଖେଳାଳି!

ନୂଆଦିଲ୍ଲୀ,୬।୪: ମାର୍ଚ୍ଚ ମାସ ପାଇଁ ପ୍ଲେୟାର ଅଫ ଦ ମନ୍ଥ ପାଇଁ ଆଇସିସି ମନୋନୀତ ବ୍ୟକ୍ତିଙ୍କ ନାମ ଘୋଷଣା କରିଛି। ସବୁଦିନ ପରି, ଆଇସିସି ଏହି ପୁରସ୍କାର…

ପିସିଏସ ଅଧିକାରୀ ଜ୍ୟୋତି-ଆଲୋକଙ୍କ ବିବାଦରେ ନୂଆମୋଡ଼: ସ୍ତ୍ରୀ ଅଫିସର ହେବାପରେ ସଫେଇ କର୍ମଚାରୀ ସ୍ବାମୀଙ୍କୁ ଯାଇଥିଲେ ଭୁଲି, ଏବେ…

ଲକ୍ଷ୍ନୌ,୬।୪: ଉତ୍ତର ପ୍ରଦେଶର ବହୁଚର୍ଚ୍ଚିତ ପିସିଏସ ଅଧିକାରୀ ଜ୍ୟୋତି ମୌର୍ଯ୍ୟ ଏବଂ ତାଙ୍କ ସ୍ବାମୀ ଆଲୋକ ମୌର୍ଯ୍ୟ ନାମକ ଜଣେ ସଫେଇ କର୍ମଚାରୀଙ୍କ ମଧ୍ୟରେ ଦୀର୍ଘ ଦିନର…

ଭଗବାନ ମୁଦୁଲିଙ୍କୁ ଗୁରୁଦାୟିତ୍ୱ: ଉନ୍ନୟନ ପରିଷଦ ଅଧ୍ୟକ୍ଷ ମନୋନୀତ

ନନ୍ଦପୁର,୬।୪(ତୁଷାର କାନ୍ତ ମହାନ୍ତି): ରାଜ୍ୟ ସରକାର ରାଜ୍ୟର ୨୩ ଆଦିବାସୀ ବହୁଳ ଜିଲା ନିମନ୍ତେ ସ୍ବତନ୍ତ୍ର ଉନ୍ନୟନ ପରିଷଦର ନବ କଳେବର କରି ଅଧକ୍ଷ ଓ ଉପାଧ୍ୟକ୍ଷଙ୍କ…

କୂଅରେ ପଡି ଚାଲିଗଲା ଶିକ୍ଷକଙ୍କ ଜୀବନ, ପକ୍ଷାଘାତ ରୋଗ….

ଗୁଣପୁର,୬।୪(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ପୌର ପରିଷଦ ଅନ୍ତର୍ଗତ ଶିବ ଶକ୍ତି ନଗରରେ ଅଭାବନୀୟ ଘଟଣା । କୂଅରେ ପଡି ଶିକ୍ଷକଙ୍କ ମୃତ୍ୟୁ । ମୃତ…

ଓପିଏସସି କାର୍ଯ୍ୟାଳୟ ଆଗରେ ଡିଗ୍ରିଧାରୀ ଡାକ୍ତରୀ ଛାତ୍ରୀଛାତ୍ରଙ୍କ ଧାରଣା

କଟକ,୬।୪(ଶିଳ୍ପା ପ୍ରିୟଦର୍ଶିନୀ): କଟକ ଓପିଏସ୍‌ସି କାର୍ଯ୍ୟାଳୟ ସମ୍ମୁଖରେ ଡିଗ୍ରିଧାରୀ ଡାକ୍ତରୀ ଛାତ୍ରୀଛାତ୍ର ପ୍ରତିବାଦ କରିଛନ୍ତି। ନିଯୁକ୍ତି ପାଇ ନ ଥିବା ଶତାଧିକ ଏମ୍‌ବିବିଏସ୍‌ ଡାକ୍ତର ବିକ୍ଷୋଭ ପ୍ରଦର୍ଶନ…

ଆମେରିକା-ଇରାନ ବିବାଦ ଶେଷ ହେବ, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ? ପାକିସ୍ତାନ ପ୍ରସ୍ତୁତ କଲାଣି ଡ୍ରାପ୍ଟ – ସର୍ତ୍ତାବଳୀ କ’ଣ ଜାଣନ୍ତୁ

ତେହରାନ,୬।୪: ଆମେରିକା ଏବଂ ଇରାନ ମଧ୍ୟରେ ଏକ ମାସରୁ ଅଧିକ ସମୟ ଧରି ଚାଲିଥିବା ସଂଘର୍ଷ ଶେଷ ହେବାକୁ ଯାଉଛି ଏବଂ ହର୍ମୁଜ ପ୍ରଣାଳୀ ଖୁବ ଶୀଘ୍ର…

ପୁଣି ସରଣ୍ଡାରେ ବିସ୍ଫୋରଣ: କୋବ୍ରା ୨୦୫ ବାଟାଲିୟନର ଯବାନ ଆହତ

ବଣାଇଁ,୬।୪(ପ୍ରଦୀପ ତ୍ରିପାଠୀ): ଓଡ଼ିଶା-ଝାଡଖଣ୍ଡ ସୀମା ସଂଲଗ୍ନ ସରଣ୍ଡା ଜଙ୍ଗଲରେ ସୋମବାର ପୁଣି ବିସ୍ଫୋରଣର ଖବର ସାମ୍ନାକୁ ଆସିଛି। ଯାହା ସୁରକ୍ଷା ବ୍ୟବସ୍ଥା ଏବଂ ନକ୍ସଲ କାର୍ଯ୍ୟକଳାପକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri