ବିବାହକୁ ନେଇ ଚର୍ଚ୍ଚା

ସାଉଥ୍‌ ଅଭିନେତା ବିଜୟ ଦେବରକୋଣ୍ଡା ଏବଂ ରଶ୍ମିକା ମନ୍ଦାନାଙ୍କ ଫିଲ୍ମ ବହୁବାର ସୁପରହିଟ୍‌ ହୋଇଛି। ତାଙ୍କ ଯୋଡିକୁ ମଧ୍ୟ ବେଶ୍‌ ପସନ୍ଦ କରନ୍ତି ଦର୍ଶକ। ନିକଟରେ ରଶ୍ମିକାଙ୍କ ଫିଲ୍ମ ପୁଷ୍ପା ରିଲିଜ ହେବା ପରେ ସେ ଆହୁରି ଲୋକପ୍ରିୟ ହୋଇ ଯାଇଛନ୍ତି।
ବିଜୟ ଏବଂ ରଶ୍ମିକାଙ୍କୁ ଶେଷ ଥର ପାଇଁ ଗୀତା ଗୋବିନ୍ଦାରେ ଏକାଠି ଦେଖିବାକୁ ମିଳିଥିଲା। ବର୍ତ୍ତମାନ ଏହି ଦୁହିଁଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। କିଛି ଦିନ ତଳେ ରଶ୍ମିକା ଓ ବିଜୟଙ୍କୁ ମୁମ୍ବାଇରେ ସ୍ପଟ୍‌ କରାଯାଇଥିଲା। ତେବେ ସୋସିଆଲ ମିଡିଆରେ ସେମାନଙ୍କ ମଧ୍ୟରେ ଲିଙ୍କଅପ୍‌କୁ ନେଇ ଗୁଜବ ଉଠିବାରେ ଲାଗିଛି। ପୂର୍ବରୁ ମଧ୍ୟ ସେମାନଙ୍କ ମଧ୍ୟରେ ଆଫାୟାର୍ସ ଗୁଜବ ବୋଲି ଶୁଣିବାକୁ ମିଳିଥିଲା । ହେଲେ ଏବେ ସେମାନଙ୍କ ବିବାହକୁ ନେଇ ଖବର ଆସିବାରେ ଲାଗିଛି । ଶୁଣିବାକୁ ମିଳିଛି କି ଦୁହେଁ ଆସନ୍ତା ବର୍ଷ ବିବାହ କରିବେ। କିନ୍ତୁ ରଶ୍ମିକା ଓ ବିଜୟ ଏହାକୁ ନେଇ ଏ ପର୍ଯ୍ୟନ୍ତ କିଛି ବି କହି ନାହାନ୍ତି।

Share