Posted inଜାତୀୟ

ଭାଜପା-ଟିଡିପି ମେଣ୍ଟକୁ ନେଇ ଚର୍ଚ୍ଚା

ଅମରାବତୀ, ୫ା୬ (ଆଇଏଏନ୍‌ଏସ୍‌): ତେଲୁଗୁଦେଶମ୍‌ ପାର୍ଟି (ଟିଡିପି) ଅଧ୍ୟକ୍ଷ ଏନ୍‌. ଚନ୍ଦ୍ରାବାବୁ ନାଇଡୁ ଶନିବାର ନୂଆଦିଲ୍ଲୀରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ଏବଂ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କୁ ଭେଟି ଆଲୋଚନା କରିବା ପରେ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ମେଣ୍ଟରେ ଟିଡିପି ପୁନର୍ବାର ସାମିଲ ହେବା ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ୨୦୧୮ରେ ଚନ୍ଦ୍ରାବାବୁଙ୍କ ଦଳ ଏନ୍‌ଡିଏ ମେଣ୍ଟରୁ ଓହରିଯାଇଥିଲା। ଏହା ପରେ ଚନ୍ଦ୍ରାବାବୁ ପ୍ରଥମ ଥର ପାଇଁ ଶାହାଙ୍କୁ ଭେଟିଛନ୍ତି। ଚଳିତ ବର୍ଷ ଶେଷ ଭାଗରେ ତେଲଙ୍ଗାନା ବିଧାନସଭା ନିର୍ବାଚନ ଏବଂ ଆସନ୍ତା ବର୍ଷ ଆନ୍ଧ୍ରପ୍ରଦେଶ ବିଧାନସଭା ଓ ଲୋକ ସଭା ନିର୍ବାଚନ ଥିବାରୁ ଏହା ପୂର୍ବରୁ ଭାଜପା ସହ ମେଣ୍ଟ କରିବା ଲାଗି ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ଆଗ୍ରହୀ ଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।
ଶାହା ଏବଂ ନଡ୍ଡାଙ୍କ ସହ ଚନ୍ଦ୍ରାବାବୁ ଘଣ୍ଟାଏ ଧରି ଆଲୋଚନା କରିଥିଲେ। ଦୁଇ ତେଲୁଗୁ ଭାଷାଭାଷୀ ରାଜ୍ୟରେ ଟିଡିପି-ଭାଜପା ମେଣ୍ଟ ପାଇଁ ସେ ପ୍ରସ୍ତାବ ଦେଇଥିବା ଜଣାପଡ଼ିଛି। ଜି୨୦ ଉପରେ ନେତାମାନଙ୍କ ସହ ପରାମର୍ଶ ବୈଠକରେ ଯୋଗଦେବା ଲାଗି ନୂଆଦିଲ୍ଲୀ ଯାଇଥିବା ଚନ୍ଦ୍ରାବାବୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ୍‌ କରିପାରନ୍ତି ବୋଲି କୁହାଯାଉଛି। ତାଙ୍କ ସହ ଟିଡିପି ଏମ୍‌ପି କେ. ରବୀନ୍ଦ୍ର କୁମାର, କେସିନେନି ନାନି, ରାମମୋହନ ନାଇଡୁ, ପୂର୍ବତନ ଏମ୍‌ପି କେ. ରାମମୋହନ ରାଓ ଶନିବାର ସନ୍ଧ୍ୟାରେ ଦିଲ୍ଲୀରେ ପହଞ୍ଚତ୍ଥିଲେ। ରାତି ୮ଟା ୫୫ରେ ଚନ୍ଦ୍ରାବାବୁ ଶାହାଙ୍କ ବାସଭବନରେ ପହଞ୍ଚତ୍ଥିବାବେଳେ କିଛି ସମୟ ପରେ ନଡ୍ଡା ସେଠାରେ ଉପସ୍ଥିତ ହୋଇଥିଲେ। ସେମାନଙ୍କ ମଧ୍ୟରେ ରାତି ୧୦ଟା ପର୍ଯ୍ୟନ୍ତ ବୈଠକ ଚାଲିଥିଲା। ତେବେ ବୈଠକରେ କ’ଣ ନିଷ୍ପତ୍ତିି ହେଲା ତାହା ସେମାନେ ଗଣମାଧ୍ୟମକୁ କହି ନ ଥିଲେ।
ଆନ୍ଧ୍ରରେ ଓ୍ବାଇଏସ୍‌ଆର୍‌ କଂଗ୍ରେସ ପାର୍ଟି (ଓ୍ବାଇଏସ୍‌ଆର୍‌ସିପି) ବିରୋଧରେ ମେଣ୍ଟ ଚୂଡ଼ାନ୍ତ କରିବା ପାଇଁ ଭାଜପା ସହଯୋଗୀ ତଥା ଅଭିନେତାରୁ ନେତା ହୋଇଥିବା ପଓ୍ବନ କଲ୍ୟାଣ ଦାବି କରିଆସୁଛନ୍ତି। ଓ୍ବାଇଏସ୍‌ଆର୍‌ସିପିକୁ କ୍ଷମତାରୁ ହଟାଇବା ଲାଗି ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରିବାକୁ ଜନସେନା ପାର୍ଟି (ଜେଏସ୍‌ପି) ନେତା ଭାଜପା ନେତୃତ୍ୱକୁ ଅନୁରୋଧ କରିଥିଲେ। ୨୦୧୪ରେ ଟିଡିପି-ଭାଜପା ମେଣ୍ଟ ପାଇଁ ପ୍ରଚାର କରିଥିବା ପଓ୍ବନ ନିକଟରେ ଚନ୍ଦ୍ରାବାବୁଙ୍କ ସହ ଦୁଇଥର ବୈଠକ କରିସାରିଲେଣି। ପଓ୍ବନଙ୍କ ପ୍ରସ୍ତାବକୁ ଭାଜପା କେନ୍ଦ୍ରୀୟ ନେତୃତ୍ୱଙ୍କୁ ଜଣାଇ ଦିଆଯାଇଛି ଏବଂ ସେମାନେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ଦଳର ରାଜ୍ୟ ସଭାପତି ସୋମୁ ବୀରରାଜୁ ଗତ ସପ୍ତାହରେ କହିଥିଲେ।
୨୦୧୪ରେ ଭାଜପା ସହ ମେଣ୍ଟ କରି ଟିଡିପି ଆନ୍ଧ୍ରପ୍ରଦେଶରେ ସରକାର ଗଢ଼ିଥିଲା। ଆନ୍ଧ୍ରକୁ ସ୍ବତନ୍ତ୍ର ପାହ୍ୟା ମିଳିବାରେ ବିଳମ୍ବ ପ୍ରତିବାଦରେ ଚନ୍ଦ୍ରାବାବୁ ୨୦୧୮ରେ ଏନ୍‌ଡିଏ ମେଣ୍ଟରୁ ଓହରିଯାଇଥିଲେ। ପରେ କଂଗ୍ରେସ ସହ ମିଶି ସେ ତେଲଙ୍ଗାନା ବିଧାନସଭା ନିର୍ବାଚନ ଲଢ଼ିଥିଲେ ମଧ୍ୟ ଟିଡିପି ମାଟି କାମୁଡ଼ିଥିଲା। ୨୦୧୯ ଆନ୍ଧ୍ର ବିଧାନସଭା ଓ ଲୋକ ସଭା ନିର୍ବାଚନରେ ମଧ୍ୟ ଏହି ଦଳ ଶୋଚନୀୟ ପରାସ୍ତ ହୋଇଥିଲା। ୧୭୫ ଆସନ ବିଶିଷ୍ଟ ଆନ୍ଧ୍ର ବିଧାନସଭାରେ ଓ୍ବାଇଏସ୍‌ଆର୍‌ସିପି ୧୫୧ଟିରେ ଜିତି ସରକାର ଗଢ଼ିଥିଲା। ଏହି ନିର୍ବାଚନରେ ଟିଡିପିକୁ ୨୩ ଆସନ ମିଳିଥିବାବେଳେ ଲୋକ ସଭା ନିର୍ବାଚନରେ ଏହି ଦଳ ୨୫ରୁ ମାତ୍ର ୩ ଆସନ ପାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୧୪ ଦିନରେ ୪ କିଲୋ ଓଜନ ହ୍ରାସ, ହସ୍ପିଟାଲ୍‌ରେ ହ୍ରିତିକ୍‌ ରୋଶନଙ୍କ ଗର୍ଲଫ୍ରେଣ୍ଡ

ବଲିଉଡ ଅଭିନେତା ହ୍ରିତିକ ରୋଶନଙ୍କ ଗର୍ଲଫ୍ରେଣ୍ଡ ସବା ଆଜାଦ ଆଜିକାଲି କଷ୍ଟକର ପରିସ୍ଥିତି ଦେଇ ଗତି କରୁଛନ୍ତି। ସବା ସାଇକ୍ଲୋସ୍ପୋରା କାଏଟାନେନ୍ସିସ ନାମକ ଏକ ରୋଗର ଶିକାର…

ଯୁଦ୍ଧ ଭିତରେ ପୁଟିନ୍‌ଙ୍କ ବଡ଼ ଘୋଷଣା, ଏପ୍ରିଲ ୧ରୁ ପେଟ୍ରୋଲ ରପ୍ତାନୀ ବନ୍ଦ; ଭାରତକୁ ଝଟ୍‌କା!

ମସ୍କୋ,୨୮।୩: ଇରାନ, ଇସ୍ରାଏଲ ଏବଂ ଆମେରିକା ସହିତ ଜଡିତ ବିବାଦ ମଧ୍ୟରେ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଏବଂ ବିଶ୍ୱ ଅନିଶ୍ଚିତତା ଭିତରେ ରୁଷିଆ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି।…

ମହାପ୍ରଭୁଙ୍କୁ ଦର୍ଶନ କଲେ ଭାରତର ସ୍ଥଳସେନା ମୁଖ୍ୟ, ଆଶିଷ ନେଇ ସେନା ପାଇଁ କଲେ ଏହି ପ୍ରାର୍ଥନା

ପୁରୀ,୨୮ା୩(ଅଜିତ କୁମାର ମହାନ୍ତି): ଭାରତର ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ୩ ଦିନିଆ ଗସ୍ତରେ ଆସି ଶନିବାର ପୁରୀରେ ପହଞ୍ଚିଛନ୍ତି। ଜେନେରାଲ ଦ୍ୱିବେଦୀ ବାଇପାସ୍‌ ରୋଡ୍‌ରେ…

ଯୁଦ୍ଧରୁ ବାହାରିବାକୁ ଛଟପଟ ହେଲାଣି ଆମେରିକା! ଜେଡି ଭାନ୍ସ ଏବଂ ନେତାନ୍ୟାହୁଙ୍କ ମଧ୍ୟରେ ବିବାଦ ଆରମ୍ଭ; ଟ୍ରମ୍ପଙ୍କୁ ଫସାଇଲା ଇସ୍ରାଏଲ

ଓ୍ବାଶିଂଟନ,୨୮।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ସମ୍ପର୍କରେ ଫାଟ ସୃଷ୍ଟି ହେବାର ରିପୋର୍ଟ ସାମ୍ନାକୁ ଆସିବା ଆରମ୍ଭ ହୋଇଛି। ଏକ…

ସ୍ଥିର ଗୁଣବତ୍ତା ବିଶ୍ୱସନୀୟତାକୁ ଦୃଢ଼ କରେ

୧୬ ବର୍ଷରୁ ଅଧିକ ସମୟ ଧରି ଭୁବନେଶ୍ୱରରେ ପ୍ରତିଷ୍ଠିତ ‘ଏକରରାଇଜ୍‌ ପ୍ରମୋଟର୍ସ ପ୍ରା. ଲି.’ ଓଡ଼ିଶାର ଆବାସିକ ରିୟଲ ଇଷ୍ଟେଟ୍‌ ପରିଦୃଶ୍ୟକୁ ପରିବର୍ତ୍ତନ କରିବାରେ ଆଗରେ ରହିଛି।…

ଯୁଦ୍ଧର ପ୍ରଭାବ: ବେଳକୁ ବେଳ ମହଙ୍ଗା ହେଉଛି ରାସ୍ତା କଡ଼ର ଖାଦ୍ୟ, ସାଧାରଣ ଜନତା ଚିନ୍ତାରେ

ନୂଆଦିଲ୍ଲଈ,୨୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଙ୍କଟ ଯୋଗୁ, ରାଜଧାନୀ ଦିଲ୍ଲୀ ଏବଂ ଏନସିଆରର ବାସିନ୍ଦାମାନେ ଗ୍ୟାସ ସିଲିଣ୍ଡର କିଣିବା ପାଇଁ ସଂଘର୍ଷ କରୁଛନ୍ତି; ଲୋକମାନେ ଲମ୍ବା ଧାଡ଼ିରେ ଠିଆ…

ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ, ରାଷ୍ଟ୍ରପତିଙ୍କୁ ଭେଟିବା ପରେ…

ଭୁବନେଶ୍ୱର,୨୮ା୩: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ୨ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯାଇଛନ୍ତି। ନୂଆଦିଲ୍ଲୀରେ ରବିବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ସେ ଯୋଗଦେବେ ବୋଲି ଜଣେ…

ହର୍ମୁଜର ନାଁ ବଦଳେଇଦେଲେ ଟ୍ରମ୍ପ! କଲେ ବଡ଼ ଘୋଷଣା; ବିଶ୍ୱରେ ପଡିଲା ଚହଳ

ଓ଼୍ବାଶିଂଟନ,୨୮।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ହର୍ମୁଜ ପ୍ରଣାଳୀକୁ ନେଇ ଏକ ବିବାଦ ଦେଖାଦେଇଛି। ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଯେ ଇରାନକୁ ହର୍ମୁଜ ପ୍ରଣାଳୀକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri