Posted inଫୁରସତ

ନିଆରା ଗାଁର କଥା

ଯେଉଁ ଗାଁର ଅଛି ନିଜର ସୂର୍ଯ୍ୟ: ଭିଗାନେଲା, ଇଟାଲିର ଏକ ଛୋଟିଆ ଗାଁ। ଯାହାକି ଦୁଇ ସୁଉଚ୍ଚ ପାହାଡ ମଧ୍ୟସ୍ଥ ନିମ୍ନଭାଗରେ ଅବସ୍ଥିତ। ଏହି ଗାଁଟି ଏତେ ନିମ୍ନ ଭାଗରେ ଅଛି ଯେ, ଏହା ଚାରିପଟେ ଥିବା ସୁଉଚ୍ଚ ପାହାଡର ଛାଇ ପୁରା ଗାଁକୁ ଆଚ୍ଛାଦିତ କରି ରଖେ। ଆଉ ଶୀତଦିନେ ତ ପାହାଡ ସୂର୍ଯ୍ୟ କିରଣକୁ ସମ୍ପୂର୍ଣ୍ଣ ଅବରୋଧ କରି ରଖେ। ଫଳରେ ନଭେମ୍ବର ୧୧ ତାରିଖରୁ ସୂର୍ଯ୍ୟ ଏଠାରୁ ଅନ୍ତର୍ଧ୍ୟାନ ହୋଇଯାନ୍ତି ଏବଂ ୨ ଫେବୃୟାରୀ ପର୍ଯ୍ୟନ୍ତ ଆଦୌ ଦେଖା ଯାଆନ୍ତି ନାହିଁ। ଅର୍ଥାତ୍‌ ପ୍ରତିବର୍ଷ ଏଠାକାର ଅଧିବାସୀ ନଭେମ୍ବର ୧୧ରେ ଶେଷ ସୂର୍ଯ୍ୟାସ୍ତ ଦେଖନ୍ତି ଓ ନୂଆ ଏକ ସୂର୍ଯ୍ୟୋଦୟ ପାଇଁ ଅପେକ୍ଷା କରନ୍ତି ଫେବୃୟାରୀ ୨ ତାରିଖକୁ। ତିନି ମାସର ଅପେକ୍ଷା ପରେ ଯେବେ ସୂର୍ଯ୍ୟୋଦୟ ହୁଏ ସେହି ସମୟରେ ସେମାନେ ପାରମ୍ପରିକ ପୋଷାକ ପିନ୍ଧି ଉତ୍ସବ କରନ୍ତି। ଇତିହାସ କହେ ତ୍ରୟୋଦଶ ଶତାବ୍ଦିରେ ଭିଗାନେଲା ଗାଁରେ ଜନବସତି ଗଢି ଉଠିଥିଲା, ଯାହାର ଅର୍ଥ ହେଉଛି ଏଠାକାର ଅଧିବାସୀ ୮୦୦ରୁ ଉର୍ଦ୍ଧ୍ୱ ଶୀତଦିନକୁ ଅନ୍ଧକାରରେ ବିତାଇ ଆସିଛନ୍ତି। ଶୀତଦିନ ହେବାମାତ୍ରେ ଏଇ ଗାଁ ଶୂନଶାନ ହେଇଯାଏ। ଏହି ସମସ୍ୟାକୁ ସେମାନେ ନିଜର ଭାଗ୍ୟ ବୋଲି ମଧ୍ୟ ଗ୍ରହଣ କରି ନେଇଥିଲେ। କିନ୍ତୁ ଏଠାକାର ଜଣେ ସ୍ଥାନୀୟ ଇଞ୍ଜିନିୟର ଏବଂ ଆର୍କିଟେକ୍ଟ ଜିଆକୋମୋ ବୋଞ୍ଜାନି ଏଭଳି ଏକ ଯୋଜନା କଲେ, ଯାହା ଏଇ ଗାଁର ଭବିଷ୍ୟତ ଉଜ୍ଜ୍ୱଳମୟ କରିଦେଲା। ସେ ଏକ ବଡ଼ ଦର୍ପଣ ମାଧ୍ୟମରେ ସୂର୍ଯ୍ୟ କିରଣକୁ ପ୍ରତିଫଳିତ କରି ଗାଁ ଭିତରେ ପକାଇବାକୁ ଚେଷ୍ଟା କଲେ। ଏଥିରେ ଏଠାକାର ମେୟର ପିଏରଫ୍ରାଙ୍କୋ ମିଦାଲି ସହଯୋଗ କଲେ। ଆଉ ୨୦୦୫ରେ ୧୦୦୦୦୦ ୟୁରୋ ଖର୍ଚ୍ଚ କରି ବଡ଼ ଦର୍ପଣ ତିଆରି କରାଗଲା। ନଭେମ୍ବର ୨୦୦୬ରେ ୪୦ ବର୍ଗ ମିଟରର ଦର୍ପଣ ପ୍ରସ୍ତୁତ ହୋଇଗଲା, ଯାହାର ଓଜନ ୧.୧ ଟନ୍‌ ଥିଲା। ଏହାକୁ ପାହାଡର ବିପରୀତ ପାର୍ଶ୍ୱର ଢାଲୁ ସ୍ଥାନରେ ୧୧୦୦ ମିଟର ଉଚ୍ଚତାରେ ସ୍ଥାପନ କରାଗଲା। ତେବେ ଦର୍ପଣଟି ସମ୍ପୂର୍ଣ୍ଣ ଗାଁକୁ ଆଲୋକିତ କରିବା ପାଇଁ ଥିଲା ଖୁବ୍‌ ଛୋଟ। ତେଣୁ ଭିଗାନେଲା ଗାଁର ମୁଖ୍ୟ ଛକ ସ୍ଥାନ ଚର୍ଚ୍ଚ ସମ୍ମୁଖରେ ଯେମିତି ସୂର୍ଯ୍ୟାଲୋକ ପଡିପାରିବ ବ୍ୟବସ୍ଥା କରାଗଲା। ଏହି ଦର୍ପଣ ଏକ ସଫ୍ଟଓ୍ବେର ପ୍ରୋଗାମଦ୍ୱାରା କମ୍ପ୍ୟୁଟରରେ ପରିଚାଳିତ ହୋଇ ସୂର୍ଯ୍ୟର ଗତିପଥକୁ ଅନୁସରଣ କରିଥାଏ। ଆଉ ସୂର୍ଯ୍ୟ ଯେଉଁ ଆଡକୁ ଗତି କରେ ତାକୁ ଅନୁସରଣ କରିବା ସହ ତା’ର ଆଲୋକକୁ ପ୍ରତିଫଳିତ କରି ଦିନକୁ ପ୍ରାୟ ୬ ଘଣ୍ଟା ଗାଁକୁ ଆଲୋକିତ କରେ। ତେଣୁ ଏବେ ଏଠାକାର ଶୀତଦିନ ଆଉ ଅନ୍ଧକାରମୟ ଓ ଶୂନଶାନ୍‌ ହୋଇ ନାହିଁ। ଲୋକେ ନିଜ ନିଜ ଘରୁ ବାହାରି ପାରୁଛନ୍ତି। ସେଥିପାଇଁ ଭିଗାନେଲାର ଅଧିବାସୀ ବେଶ୍‌ ଖୁସିରେ କୁହନ୍ତି ଯେ, ଆମ ଗାଁର ନିଜସ୍ବ ସୂର୍ଯ୍ୟ ଅଛି। ଶୀତଦିନ ପରେ କିନ୍ତୁ ସେହି ଦର୍ପଣକୁ ଘୋଡାଇ ରଖି ଦିଆଯାଏ।

ଧନୀଙ୍କ ଗାଁ: ଗାଁ କହିଲେ ଆମେ ସାଧାରଣତଃ ଛୋଟ ଛୋଟ ଘର, ବିସ୍ତିର୍ଣ୍ଣ ଚାଷଜମି, କଳ କଳ ବହିଯାଉଥିବା ନଦୀ ଆଦିର କଥା ମନକୁ ଆସିଯାଏ। ଯେଉଁଠି ଧନୀ ଗରିବ ସମସ୍ତେ ମିଶି ରୁହନ୍ତି। ତେବେ ଏମିତି ବି ଏକ ଗାଁ ଅଛି ଯେଉଁଠି ଗରିବ ବୋଲି କେହି ନାହାନ୍ତି। ସମସ୍ତେ ଜଣେ ଜଣେ ମିଲିୟନେର। ନିଜର ବଙ୍ଗଳା, ଗାଡି ଥିବା ସହ ସମସ୍ତ ବ୍ୟାଙ୍କ ଆକାଉଣ୍ଟରେ ଅତି କମ୍‌ରେ ୮୫ ଲକ୍ଷ ଟଙ୍କା ଥାଏ। ମାଗଣା ସ୍ବାସ୍ଥ୍ୟ ସେବା ସହ ମାଗଣା ଶିକ୍ଷାର ସୁବିଧା ବି ସେମାନେ ପାଆନ୍ତି। ଏହି ଗାଁଟି ହେଉଛି ଚାଇନାର ଜିଆଙ୍ଗସୁ ପ୍ରାନ୍ତର ହୁଆକ୍ସି ଗାଁ। ୧୯୬୧ରେ ଏହି ଗାଁଟି ଗଢି ଉଠିଥିଲା। ଏହି ଗାଁକୁ ‘ନମ୍ବର ଓ୍ବାନ ଭିଲେଜ୍‌ ଅଣ୍ଡର ଦ ସ୍କାଏ’ ବୋଲି ମଧ୍ୟ କୁହାଯାଏ। ଏଠାକାର ଅଧିବାସୀଙ୍କ ସଂଖ୍ୟା ହେଉଛି ୨୦୦୦। ତା’ଛଡା ଏଠାରେ ୨୦,୩୪୪ ଜଣ ପ୍ରବାସୀ ଶ୍ରମିକ ବି ରୁହନ୍ତି। ଏଠାକାର ଅଧିବାସୀ ୬୦ଟି କମ୍ପାନୀର ମାଲିକ ଅଟନ୍ତି। ଫଳରେ ମାନୁଫାକ୍ଚରିଂ ସେକ୍ଟରରୁ ଏହି ଗାଁକୁ ୮ ବିଲିୟନ ଡଲାରର ରେଭେନ୍ୟୁ ମିଳିଥାଏ। ବେଶ୍‌ ଲକଜ୍ୟୁରୀୟସ ଜୀବନ ଅତିବାହିତ କରୁଥିବା ଏଠାକାର ଅଧିବାସୀଙ୍କ ଜୀବନ କିନ୍ତୁ ଏତେ ସହଜ ନୁହେଁ। ଅକ୍ଲାନ୍ତ ପରିଶ୍ରମ ପ୍ରତିବଦଳରେ ସେମାନେ ଏହି ଧନ ସମ୍ପତିର ଅଧିକାରୀ ହୋଇପାରନ୍ତି। ଆଉ କେବଳ ସ୍ଥାୟୀ ବାସିନ୍ଦା ହିଁ ସବୁସୁଖ ସୁବିଧା ପାଆନ୍ତି। ସପ୍ତାହକ ସାତଦିନ ସେମାନେ କାମ କରନ୍ତି। ଏଠାକାର ଆଉ ଏକ ବିଶେଷତ୍ୱ ହେଉଛି ଏହି ଗାଁର ସମସ୍ତଙ୍କ ଘର ଏକାପ୍ରକାରର ଓ ଖୁବ୍‌ ସୁନ୍ଦର। ନାଲି ଛାତ ଥିବା ଭିଲ୍ଲାରେ ସୁନ୍ଦର ଲନ୍‌ ଓ ଦୁଇଟି ଗ୍ୟାରେଜ ଥାଏ, ଯାହାକୁ କମ୍ୟୁନିଟି ଦେଇଥାଏ। ଏଠାରେ ଗ୍ୟାମ୍ବଲିଂ, ଡ୍ରଗ୍ସ ସମ୍ପୂର୍ଣ୍ଣ ନିଷେଧ। ଏମିତି ବାହାର ଲୋକଙ୍କ ସହ କଥା ହେବା ବି ମନା। ବାର୍‌ ନାହିଁ କି କରାଓକେ, ଇଣ୍ଟରନେଟ୍‌ କ୍ୟାଫେ ବି ନାହିଁ। କେବଳ ଗାଁର ଥିଏଟର ଗ୍ରୁପ ମନୋରଞ୍ଜନ କାର୍ଯ୍ୟକ୍ରମ କରିଥାଏ। ଏଠାରେ ଏକ ସୁନ୍ଦର ପଞ୍ଚ ତାରକା ହୋଟେଲ ଅଛି, ଯେଉଁଠି ଏଠାକାର ଅଧିବାସୀ ସପ୍ତାହ ଯାକର ପରିଶ୍ରମ ପରେ ଯାଇ ମଜା କରିପାରିବେ। ଆଉ ପିଲାଙ୍କ ପାଇଁ ଏକ ଥିମ୍‌ ପାର୍କ ବି ଅଛି।
-ଶିବାନୀ


Enter your email to get our daily news in your inbox.

All Right Reserved By Dharitri.Com

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ମୋହନାରୁ ବ୍ରହ୍ମପୁର ଚୋରା ଚାଲାଣ ବେଳେ ଧରାପଡ଼ିଲେ ୨ ଗଞ୍ଜେଇ ବେପାରୀ: ୨୩ କେଜି ଗଞ୍ଜେଇ ସହ…

ଦିଗପହଣ୍ଡି ,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଟିମ୍ ମଙ୍ଗଳବାର ଅପରାହ୍ନରେ ଗଞ୍ଜେଇ ଚୋରା ଚାଲାଣ ପଣ୍ଡ କରିବା ସହ ଏକ ଗଞ୍ଜେଇ…

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ବିରୋଧରେ ମହାମେଳି: ଅସନ୍ତୋଷ ଝାଡ଼ିଲେ ବରିଷ୍ଠ ନେତା, ପଞ୍ଚାୟତ ନିର୍ବାଚନ ପୂର୍ବରୁ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବରିଷ୍ଠ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବରିଷ୍ଠ…

ରାଜନଗରରେ ସୁଜାତାଙ୍କ ସନ୍ଦେହଜନକ ମୃତ୍ୟୁ: ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ, ସ୍ୱାମୀଙ୍କୁ ଅଟକ ରଖିଲା…

ରାଜନଗର,୨୯।୯(ଭାସ୍କର ରାଉତରାୟ): ରାଜନଗର ଥାନା ଅନ୍ତର୍ଗତ ସାନବଡ଼ ଗୋପାଳପୁର ପଞ୍ଚାୟତ ଗୋସିଗାଁର ଇନ୍ଦ୍ରମଣି ରାଉତଙ୍କ ବୋହୂ ସୁଜାତା ପ୍ରଧାନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣାରେ ଶାଶୂଘର…

୫ ରାଶି ଉପରେ କୃପା କରିବେ ଶନି; ଟଙ୍କାରେ ପୁରିଯିବ ଘର, କ୍ୟାରିୟରରେ ମିଳିବ ବଡ଼ ସଫଳତା

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମଫଳଦାତା ଏବଂ ନ୍ୟାୟର କାରକ ଗ୍ରହ ବୋଲି ବିବେଚନା କରାଯାଏ। ଶନି ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ କର୍ମ ଅନୁସାରେ ଶୁଭ ତଥା ଅଶୁଭ…

ଛାଡ଼ିଲା ବନ୍ୟା, ବଢ଼ିଲା ଚାଷୀଙ୍କ ଦୁର୍ଦ୍ଦଶା

ଭବାନୀପାଟଣା,୨୯ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଗତ ସପ୍ତାହରେ ହାତୀ ଓ ତେଲ ନଦୀରେ ବନ୍ୟା ଆସିବାରୁ ନଦୀ କୂଳରେ ଥିବା ଶତାଧିକ ଏକର ଧାନଚାଷ ନଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?