ପାକିସ୍ତାନକୁ ଝଟ୍‌କା ଦେଲା ତାଲିବାନ

କାବୁଲ,୧।୯: ତାଲିବାନର ଅନ୍ୟତମ ବରିଷ୍ଠ ନେତା ଅନାସ ହକ୍କାନି ସ୍ପଷ୍ଟ କରିଛନ୍ତି ଯେ ସେ କଶ୍ମୀର ପ୍ରସଙ୍ଗରେ ହସ୍ତକ୍ଷେପ କରିବେ ନାହିଁ। ଏଥି ସହ ସେ କହିଛନ୍ତି ଯେ, ତାଲିବାନ ଭାରତ ସମେତ ଅନ୍ୟ ଦେଶ ସହ ଭଲ ସମ୍ପର୍କ ଚାହୁଁଛି। ପ୍ରାୟ ଦୁଇ ଦଶନ୍ଧି ପରେ ଆମେରିକା ନିଜ ଦେଶକୁ ଫେରିଛି। ଏବେ  ଆଫଗାନିସ୍ତାନ ତାଲିବାନ ଦ୍ୱାରା ନିୟନ୍ତ୍ରିତ। ଏହି ନୂତନ ଇସଲାମିକ ଶାସନ ବିଷୟରେ ଆଲୋଚନା ବିଶ୍ୱ ସ୍ତରରେ ରହିଛି। ଆମେରିକାର ସୈନ୍ୟ ପ୍ରତ୍ୟାହାର ପରେ ଆଫଗାନିସ୍ତାନରେ ଉତ୍ସବର ପରିବେଶ ରହିଛି। ତାଲିବାନ ନେତାମାନେ  କହିଛନ୍ତି ଯେ ଏହି ବିଜୟ ଇସଲାମ ଗୋଷ୍ଠୀକୁ ୨୦୦୧ ତୁଳନାରେ ଅଧିକ ଶକ୍ତିଶାଳୀ କରିଛି ଏବଂ ଆମେ ବର୍ତ୍ତମାନ ଏକ ନୂତନ ‘ମିଳିତ’ ସରକାର ଗଠନ ପାଇଁ ପ୍ରସ୍ତୁତି ଆରମ୍ଭ କରିବୁ। ଏହା ବ୍ୟତୀତ ତାଲିବାନ ନେତାମାନେ ମଧ୍ୟ ଭାରତ ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇଛନ୍ତି। ଏକ ସାକ୍ଷାତକାରରେ ତାଲିବାନର ବରିଷ୍ଠ ନେତା ଅନାସ ହକ୍କାନି ହକାନୀ ନେଟୱର୍କର ପାକିସ୍ତାନ ସଂଯୋଗ, ଭାରତ ସହ କଶ୍ମୀର ପ୍ରସଙ୍ଗରେ ଦୀର୍ଘ ସମୟ ଧରି କହିଥିଲେ।
କଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ସହ ଏକାଠି ହେବା ବିଷୟରେ ହକାନୀଙ୍କୁ ଏକ ପ୍ରଶ୍ନରେ ସେ କହିଛନ୍ତି ଯେ, କଶ୍ମୀର ଆମର ଅଧିକାରର ଅଂଶ ନୁହେଁ ଏବଂ ହସ୍ତକ୍ଷେପ ନୀତି ବିରୁଦ୍ଧ ଅଟେ। ଆମର ନୀତି ଅନୁଯାୟୀ, ଆମେ ଅନ୍ୟ ଦେଶର କାର୍ଯ୍ୟରେ ହସ୍ତକ୍ଷେପ କରୁନାହୁଁ ଏବଂ ଆଶା କରୁଛୁ ଯେ ଅନ୍ୟମାନେ ମଧ୍ୟ ଆମ କାର୍ଯ୍ୟରେ ହସ୍ତକ୍ଷେପ କରିବେ ନାହିଁ। ଆମେ ଚାହୁଁ ଯେ ସମସ୍ତ ସମସ୍ୟାର ସମାଧାନ ହେଉ। ଆମର ଦ୍ୱାର ସମସ୍ତଙ୍କ ପାଇଁ ଖୋଲା ଅଛି। ଆମେ ବିଶ୍ୱର ଅନ୍ୟ ଦେଶଗୁଡିକ ସହିତ ଭଲ ସମ୍ପର୍କ ଗଢିବାକୁ ଚାହୁଁଛୁ ବୋଲି ସେ କହିଛନ୍ତି।

Share